No Result
View All Result
୦୭ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ମହାନଗର ନିଗମ ୫୯ ନମ୍ବର ୱ।ର୍ଡ଼ କର୍ପୋରେଟର ମମତା ମହାନ୍ତିଙ୍କ ତରଫରୁ ସୋମବାର ସନ୍ଧ୍ୟାରେ ତେଲଙ୍ଗାପେଣ୍ଠ ସ୍ଥିତ ଗାନ୍ଧୀ ସ୍ମୃତି ପୀଠରେ ଆଞ୍ଚଳିକ ଶାନ୍ତି କମିଟିର କର୍ମକର୍ତ୍ତା ଏବଂ ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧିତକରାଯାଇଥିଲା । ଆଞ୍ଚଳିକ ଶାନ୍ତି କମିଟିର ଉପ ସଭାପତି ସ୍ୱାଧୀନ ଚେତା ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଆଞ୍ଚଳିକ ଶାନ୍ତି କମିଟିର ସଭାପତି ନିମାଇଁ ଚରଣ ଲେଙ୍କା ,
କାର୍ଯ୍ୟକାରୀ ସଭାପତି ପ୍ରମୋଦ ସ୍ୱାଇଁ , ସଂପାଦକ ସୁରେନ୍ଦ୍ର ମହାପାତ୍ର, ଯୁଗ୍ମ ସଂପାଦକ ନଳୀନ ସେନାପତି , କୋଷାଧ୍ୟକ୍ଷ ସୁଶାନ୍ତ କୁମାର ମହାନ୍ତି, ସୁରେନ୍ଦ୍ର ନାଥ ଛୋଟରାୟ, କବି ନାରାୟଣ ଜେନା, ଅନିଲ କୁମାର ବେଉରା , ବିକ୍ରମ ଶତପଥୀ, ପ୍ରମୋଦ କୁମାର ଓଝା , ପ୍ରଶନ କୁମାର ପ୍ରଧାନ, ଅରୁଣ କୁମାର ସାହୁ, ପ୍ରମୁଖ ଯୋଗ ଦେଇ କହିଲେ ଯେ ,
ଆଞ୍ଚଳିକ ଶାନ୍ତି କମିଟି ବିଭିନ୍ନ ପୂଜା ପାର୍ବଣରେ କଟକ ସଦର ଥାନ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ସହିତ ଭାଇଚାକୁ ସୁଦୃଢ କରିବା ସହିତ ବିଭିନ୍ନ ସମସ୍ୟାକୁ ଦୂର କରିବା ପାଇଁ ପ୍ରଚେଷ୍ଟା ଜାରି ରଖିବ ବୋଲି କହିଥିଲେ । ସମସ୍ତଙ୍କ ସହଯୋଗ ରହିଲେ ଆଞ୍ଚଳିକ ଶାନ୍ତି କମିଟି ବହୁ ଆଗକୁ ଯାଇପାରିବ ବୋଲି ବକ୍ତା ମାନେ କହିଥିଲେ । ଉକ୍ତ ସମ୍ବର୍ଦ୍ଧନା ସଭାରେ ବିଭିନ୍ନ ପୂଜା କମିଟିର ସଦସ୍ୟ ମାନେ ଯୋଗ ଦେଇଥିଲେ ।

No Result
View All Result