No Result
View All Result
୦୫ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ କୃଷି ବିଭାଗ କାର୍ଯ୍ୟାଳୟ ପରିସରରେ ବ୍ଲକ୍ ବୈଷୟିକ କମିଟି ର ବୈଠକ ଶନିବାର କମିଟି ଆବାହକ ବ୍ଲକ୍ କୃଷି ଅଧିକାରୀ ସନ୍ତୋଷ କୁମାର ମେହେର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକ ରେ ବିଡିଓ ବିବେକାନନ୍ଦ ଷଡ଼ଙ୍ଗୀ,ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଜିନିତା ବରୁଆ,
ଉପ ମୁଖ୍ୟ ମନ୍ତ୍ରୀ ଙ୍କ ବ୍ଲକ୍ ପ୍ରତିନିଧି ପଦ୍ମ କୁମାର ସିଂ ବରିହା,ଏଫ୍ ଇ ଏସ ମାଷ୍ଟର ଟ୍ରେନର ଅଭୟ କୁମାର ତ୍ରିପାଠୀ, ଏ ଭି ଓ ଅଭିଜିତ ପଣ୍ଡା, ମୃତ୍ତିକା ସଂରକ୍ଷଣ ଅଧିକାରୀ ପି ମେହେର ପ୍ରମୁଖ ଯୋଗଦେଇ ସମନ୍ୱିତ କୃଷି ପଦ୍ଧତି, ଜୈବିକ କୃଷି ଉପରେ ଗୁରୁତ୍ବ ଦେବାକୁ ଆଲୋଚନା ହୋଇଥିଲା। ସେହି ପରି କୃଷି, ଉଦ୍ୟାନ କୃଷି, ପ୍ରାଣୀ ସମ୍ପଦ, କ୍ଷୁଦ୍ର ଶସ୍ୟ ଉପରେ ଆଲୋଚନା ହୋଇ ଥିଲା ।
ଏହି ଅବସରରେ ସମନ୍ୱିତ କୃଷି ପଦ୍ଧତି ପାଇଁ ଚିହ୍ନଟ ହିତାଧିକାରୀ ଙ୍କୁ କାର୍ଯ୍ୟାଦେଶ ପତ୍ର ପ୍ରଦାନ କରାଯାଇଥିଲା । ପରେ ପ୍ରଧାନ ମନ୍ତ୍ରୀ ଙ୍କ ଦ୍ଵାରା ପି ଏମ କିସାନ ଯୋଜନା ର ୧୮ ତମ କିସ୍ତି ପ୍ରଦାନ ଉତ୍ସବ ର ସିଧା ପ୍ରସାରଣ ଚାଷୀ ଓ ଅଧିକାରୀ ଦେଖିଥିଲେ। ଏହି ଅବସରରେ ଏ ଟି ଏମ ପରେଶ୍ ମେହେର, ମାନସ ଖମାରୀ, ଏସ ପି ପି ଏଫ୍ ର ସୁରେଶ ବେହେରା, ଗଣେଶ ବନଛୋର ସମେତ ଚାଷୀ ମାନେ ଉପସ୍ଥିତ ଥିଲେ ।
No Result
View All Result