No Result
View All Result
୦୫ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ଡମପଡ଼ା ବ୍ଲକ ଅନ୍ତର୍ଗତ ଦୁର୍ଗାପୁର -ବୈଦେଶ୍ୱର ରାସ୍ତାରେ ମିିନିଟ୍ରକ ଧକ୍କାରେ ଜଣେ ବ୍ୟକ୍ତିଙ୍କ ର ମୃତ ଘଟଛିି । ମୃତ ବ୍ୟକ୍ତିର ନାମ କୈଳାସ ବେହେରା ଓ ବୟସ ୬୦ ବର୍ଷ । ସେ ବିଲରୁ କାମ ସାରି ତାଙ୍କ ବାଙ୍କୀଗଡ଼ ଘରକୁ ଆସୁଥିବା ସମୟରେ ପଛରୁ ଏକ ମିନିଟ୍ରକ ନମ୍ବର ଓଡିଓ୫ଡବ୍ଲ୍ୟୁ ୭୫୫୮ ଧକ୍କା ଦେବା ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।
ପ୍ରତିିବାଦରେ ଗ୍ରାମବାସୀମାନେ କ୍ଷତିପୂରଣ ଦାବୀରେ ରାସ୍ତାରୋକ କରିଥିଲେ । ସେଠାରେ ବାଙ୍କୀ ପୋଲିସ୍ ପହଁଞ୍ଚି ଲୋକମାନଙ୍କୁ ବୁଝାବୁଝି କରି ମୃତ ବ୍ୟକ୍ତିଙ୍କୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟକୁୁ ନେଇ ଶବବ୍ୟବଚ୍ଛେଦ କରିଥିଲେ । ଡ୍ରାଇଭରକୁ ବାଙ୍କୀ ପୋଲିସ୍ ଅଟକ ରଖିଛନ୍ତି ।
No Result
View All Result