No Result
View All Result
୦୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ମଙ୍ଗଳବାର ସାମାଜିକ ଅନୁଷ୍ଠାନ ଅସ୍ତିତ୍ବ ପକ୍ଷରୁ ବାଙ୍କୀ ର ବିଭିନ୍ନ ସ୍ଥାନରେ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳିତ ହୋଇଯାଇଛି।ଏହି ରକ୍ତ ଦାନ ସଚେତନତା କାର୍ଯ୍ୟକ୍ରମ କୁ ବାଙ୍କୀ ସ୍ୱୟଂ ମହା ବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ପ୍ରକୃତି ବନ୍ଧୁ ମନୋଜ କୁମାର ମହାପାତ୍ର ଉଦଘାଟନ କରି ରକ୍ତ ଦାନ ମହତ୍ୱ ସମ୍ପର୍କ ରେ ଅବଗତ କରାଇବା ସହ ଜଣେ ବ୍ୟକ୍ତି ରକ୍ତ ଦାନ କରି ଅନ୍ୟର ଜୀବନ ବଞ୍ଚେଇବା ରେ କିପରି ସହାୟକ ହେଉଛି ତାହା ଉଦାହରଣ ମାଧ୍ୟମ ରେ ଯୁବ ଗୋଷ୍ଠୀ ଓ ପଥଚାରି ମାନଙ୍କୁ ବୁଝେଇ ଥିଲେ। ଏହି ସଚେତନତା କାର୍ଯ୍ୟକ୍ରମ ରେ ଅସ୍ତିତ୍ବର ସମ୍ପାଦକ ସାମାଜିକ କର୍ମୀ ପ୍ରକୃତି ବନ୍ଧୁ ତଥା ସାମ୍ବାଦିକ ଗୌତମ ମିଶ୍ର ଯୁବବର୍ଗ ଙ୍କୁ କହିଥିଲେ ୧୮ ରୁ ୬୫ ବର୍ଷର ଯେ କୌଣସି ସୁସ୍ଥ ବ୍ୟକ୍ତି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିପାରିବେ ।
ରକ୍ତଦାନ କରି ନିଜେ ସୁସ୍ଥ ରହିବା ରହିବା ସହିତ ଅନ୍ୟର ଜୀବନ ବଞ୍ଚାଇବାରେ ସହାୟକ ହେବେ । ରକ୍ତ ଆଭାବ ରୁ ଅକାଳ ରେ ଝଡି ପଡ଼ୁଥିବା ବହୁମୂଲ୍ୟ ଜୀବନକୁ ରକ୍ତଦାନ ମାଧ୍ୟମରେ ବଞ୍ଚାଇ ବା ପାଇଁ ପ୍ରୟାସ କରିବା । ରକ୍ତର ଆବଶ୍ୟକତାକୁ ପୂରଣ କରିବାପାଇଁ ରାଜ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନକୁ ବ୍ୟାପକ କରାଇବା ପାଇଁ ସଚେତନ ସୃଷ୍ଟି କରିବା ପାଇଁ ସଂକଳ୍ପ ନେବା ।ଏଥିପାଇଁ ଆମକୁ ସବୁ ସ୍ତରରେ ଜନ ସଚେତନତା ସୃଷ୍ଟି କରିବାର ଆବଶ୍ୟକ। ।
ସ୍ୱେଚ୍ଛାକୃତ ରକ୍ତଦାନ କରିବା ପାଇଁ ସଂକଳ୍ପ ନେବା ଏବଂ ଅନ୍ୟମାନଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରିବା । ଆସନ୍ତୁ, ଆଜି ଆମେ ଶପଥ ନେବା ଯେ ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ କରିବା ସହିତ, ସହିତ, ରକ୍ତର ଆବଶ୍ୟକତାକୁ ପୂରଣ କରିବାପାଇଁ ନିଜର ପରିବାର, ବନ୍ଧୁବାନ୍ଧବ ନ୍ଧବ ଏବଂ ଜନସାଧାରଣଙ୍କୁ ସ୍ବେଚ୍ଛାକୃତ ଭାବରେ ରକ୍ତଦାନ କରିବା ପାଇଁ ପ୍ରବର୍ତ୍ତାଇବା ଇବା ଓ ଅନ୍ୟର ଜୀବନ ବଞ୍ଚାଇବା ପାଇଁ ଉଦ୍ୟମ କରିବା ।ଏହି କାର୍ଯ୍ୟକ୍ରମ ରେ ପ୍ରକୃତିବନ୍ଧୁ ଦୀପକ କୁମାର ସାମନ୍ତ ରାୟ, ରାଜ୍ୟ ପର୍ଯ୍ୟଟନ ବିଭାଗ ର ଟୁରିଷ୍ଟ ଗାଇଡ଼ ଅମିତ କୁମାର ସାହୁ ପ୍ରମୁଖ ଯୋଗ ଦେଇ ଲୋକଙ୍କୁ ରକ୍ତ ଦାନ ସମ୍ପର୍କ ରେ ସଚେତନ କରାଇଥିଲେ।
No Result
View All Result