No Result
View All Result
୦୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ମପଡ଼ା ବ୍ଲକ ଅନ୍ତର୍ଗତ ତୁଳସୀପୁର ଗ୍ରାମର ଅବସରପ୍ରାପ୍ତ କର୍ମଚାରୀ ବ୍ରଜବନ୍ଧୁ ପୃଷ୍ଟି ତାଙ୍କ ସଂଚିତ ଧନରୁ ପ୍ରତିଦିନ ଗ୍ରାମରେ ଥିବା ବୁଲାକୁକୁର, ଗାଈ, ଷଣ୍ଢ ଓ ପକ୍ଷୀମାନଙ୍କୁ ଖାଦ୍ୟ ପଦାର୍ଥ ପ୍ରଦାନ କରୁଛନ୍ତି । ସେ ଘରୁ ବାହାରିଲା କ୍ଷଣି ପଶୁପକ୍ଷୀମାନେ ତାଙ୍କ ଚାରିପଟେ ଘେରି ରହୁଥିବାର ଦେଖାଯାଉଛି ।
ସେମାନଙ୍କୁ ଖାଦ୍ୟ ବଣ୍ଟନ ପରେ ପଶୁପକ୍ଷୀମାନେ ସେଠାରୁ ଫେରନ୍ତି । ତାଙ୍କର ଏଭଳି କାର୍ଯ୍ୟ ପାଇଁ ପ୍ରକୃତିବନ୍ଧୁ ପ୍ରସନ୍ନ କୁମାର ସାହୁ, ପ୍ରକୃତିବନ୍ଧୁ ମନୋଜ କୁମାର ମହାପାତ୍ର, ଧନଞ୍ଜୟ ମହାପାତ୍ର , ସ୍ଥାନୀୟ ଅଞ୍ଚଳ ଜନସାଧାରଣ ତାଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ।
No Result
View All Result