No Result
View All Result
୦୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ଏନ୍.ଏ.ସି ଅନ୍ତର୍ଗତ ୫ନମ୍ବର ୱାର୍ଡ ବେଦପୁର ଗ୍ରାମର ମହାନଦୀ ସାହିର ମୁଖ୍ୟରାସ୍ତା ଠାରୁ ଶ୍ମଶାନ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ମଝିରେ ଡ୍ରେନର ସ୍ଲାପ ଭାଙ୍ଗି ନଷ୍ଟ ହୋଇଯାଇଛି । ଯାହାଫଳରେ ଜନସାଧାରଣ ଓ ଗାଈବଳଦମାନେ ଯାତାୟତରେ ଅସୁବିଧା ଦେଖାଯାଉଛି ।
ବିପଦ ସଂକୁଳ ଅବସ୍ଥାରେ ଥିବା ଡ୍ରେନ୍ଟି ତୁରନ୍ତ ନିର୍ମାଣ କରାଯିବାକୁ ସ୍ଥାନୀୟ ଜନସାଧାରଣମାନେ ଏନ୍.ଏ.ସି କର୍ତ୍ତୁପକ୍ଷଙ୍କୁ ଅନୁରୋଧ କରିଛନ୍ତି । ଏ ସଂପର୍କରେ ଏନ୍.ଏ.ସି କର୍ତ୍ତୁପକ୍ଷଙ୍କୁ ପଚାରିବାରେ ସେମାନେ କହିଲେ ତୁରନ୍ତ ଏହି ଡ୍ରେନର ମରାମତି କାର୍ଯ୍ୟ କରାଯିବ ।
No Result
View All Result