No Result
View All Result
୧/ ୧୦ /୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବଲାଙ୍ଗିର :-> ବଲାଙ୍ଗିର ଜିଲ୍ଲା ପାଟଣାଗଡ ଅନ୍ତର୍ଗତ ଘସିଏନ ଗ୍ରାମରେ ବନ୍ଦେ ଉତ୍କଳ ଲୋକକଳା ଓ ଲୋକ ସଂସ୍କୃତି ମହାସଂଘ ବଲାଙ୍ଗିର ଜିଲ୍ଲା ଶାଖା ଏବଂ ଜୀବନ୍ୟାସର ମିଳିତ ଆନୁକୁଲ୍ୟରେ ନୂଆଖାଇ ଭେଟଘାଟ , ଓ କଳା ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ହଜାର ହଜାର ସଂଖ୍ୟାରେ କଳାକାର ଯୋଗ ଦେଇ ସେମାନଙ୍କର ବିଭିନ୍ନ ପ୍ରକାରର କଳା ପ୍ରଦର୍ଶନ କରିଥଲେ ।
ଆୟୋଜିତ କଳା ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ସୁଦାମ ବିଶି, ସମ୍ମାନୀତ ଅତିଥି ଭାବେ ବନ୍ଦେ ଉତ୍କଳ ଲୋକକଳା ଓ ଲୋକ ସଂସ୍କୃତି ମହାସଂଘର ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିଧୁଭୂଷଣ ନାୟକ,ମହାସଙ୍ଗର ଉପସଭାପତି ଶ୍ରୀଯୁକ୍ତ ଅମିଲ ପୁଟେଲ ମୁଖ୍ୟ ବକ୍ତା , ଏବଂ ସମ୍ମାନୀତ ଅତିଥି ଭାବେ ସଙ୍ଗୀତ ନାଟକ ଏକାଡେମୀ ଜିଲ୍ଲା ସଭ୍ୟ ପୁରସ୍କୃତ କଳାକାର ନବୀନ କୁଅଁର ,
ବ୍ଲକ କଳା ସଂସ୍କୃତି ସଂଘର ଉପ ସଭାପତି ଖପ୍ରାଖୋଲ ଶ୍ରୀ ଥବିର ଚରଣ ସାହୁ, ବନ୍ଦେ ଉତ୍କଳ ମହାସଙ୍ଘର ଜିଲ୍ଲା ସଭାପତି ଗୋଲାପ ଜେନା, ମହାସଂଘର ବିନୋଦ ବିହାରୀ ଦାସ ଓ ବନ୍ଦେ ଉତ୍କଳ ଲୋକକଳା ଓ ଲୋକ ସଂସ୍କୃତି ମହାସଂଘର ପଶ୍ଚିମ ଓଡ଼ିଶା ସମ୍ପାଦକ ଶ୍ରୀଯୁକ୍ତ ମୀନକେତନ ପ୍ରଧାନ,ଶ୍ରୀ ଜଗନ୍ନାଥ କଳା ସଂସ୍କୃତି ପରିଷଦ ଜିଲ୍ଲା ସଂପାଦକ ଶ୍ରୀ ରସରାଜ୍ ବୁଡେକ୍,
ପଶ୍ଚିମ ଓଡ଼ିଶା ସଂଗଠକ ସଭାପତି ବସୁଦେବ ପଧାନ,ଗ୍ରାମ୍ୟ କଳା ସାଂସ୍କୃତିକ ସଂଗଠନ ସଭାପତି ପୁରନ୍ଦର ପୁଟେଲ, ଶ୍ରୀ ଖୁଟୁଲା ବାରିକ, ଶ୍ରୀ ତ୍ରିଲୋଚନ ସରାପ, ଶ୍ରୀ ନିମାଇ ଚରଣ ଗର୍ତିଆ, ଶ୍ରୀ ମାନୁ ଗର୍ତ୍ତିଆ, ପ୍ରମୁଖ ଯୋଗ ଦେଇ କଳାକାରଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।
କଳାକରଙ୍କୁ ମାସକୁ କଳାକାର ସହାୟତା ରାଶି ୫ ହଜାର ଟଙ୍କାରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ କଳାକାର ଭତା ଏବଂ ୧୦ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ ସମେତ ସେମାନଙ୍କୁ ବାସଗୃହ ଯୋଗାଇ ଦେବାକୁ ଉକ୍ତ ଉତ୍ସଵରେ ମହାସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଏହି ଉତ୍ସଵର ଶ୍ରୀଯୁକ୍ତ ଶ୍ରୀଦୀନବନ୍ଧୁ ବଗର୍ତ୍ତି ମଞ୍ଚ ପରିଚାଳନ କରିଥିଲେ l
No Result
View All Result