No Result
View All Result
୩୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ସଦରଥାନା ତେଲଙ୍ଗାପେଣ୍ଠ ନିକଟସ୍ଥ ନୂଆଗଡ଼ ଗ୍ରାମର ବାଇମୁଣ୍ଡି ପୂର୍ବତନ ଗ୍ରାମ୍ୟ କମିଟିର ସଭାପତି ସମାଜ ସେବୀ ଯତିନ୍ଦ୍ର ନାଥ ଶତପଥୀଙ୍କର ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉତ୍ସବ ସୋମବାର ଦିନ ନୂଆଗଡ଼ ସ୍ଥିତ ବାସଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଶ୍ରାଦ୍ଧ ଉତ୍ସବ ସ୍ମୃତି ସଭାରେ ନୂଆଗଡ଼ ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ବିକ୍ରମ କେଶରୀ ଶତପଥୀ ସଭାପତିତ୍ୱ କରିଥିଲେ ।
ଉକ୍ତ ସ୍ମୃତି ସଭାରେ ଆଇନଜୀବୀ ଉମାକାନ୍ତ ନନ୍ଦ , ନିମାଇଁ ଚରଣ ଲେଙ୍କା, ପୂର୍ବତନ ସରପଞ୍ଚ ପିତବାସ ମହାପାତ୍ର, ପୂର୍ବତନ କର୍ପୋରେଟର ପ୍ରମୋଦ ମହାପାତ୍ର, ଶିକ୍ଷାବିତ ଶରତ ଚନ୍ଦ୍ର ରଥ , ତୈଲୋକ ପ୍ରଧାନ , ଶରତ ଚନ୍ଦ୍ର ସାହୁ, ଶିଶିର କୁମାର ରାଉତରାୟ , ବିଜୟ କୁମାର ପ୍ରଧାନ , ବାଦଲ କୁମାର ଜେନା , ସୁରେନ୍ଦ୍ର ମହାପାତ୍ର, ପୂର୍ବତନ କର୍ପୋରେଟର କୌଶିକ ଜେନା, ପ୍ରମୁଖ ଯୋଗଦେଇ କହିଲେ ଯେ, ଯତିନ୍ଦ୍ର ନାଥ ଶତପଥୀ କାଳିଆ ନନା ଭାବେ ସମସ୍ତଙ୍କ ନିକଟରେ ପରିଚିତ ଥିଲେ ।
ସେ ନୂଆଗଡ଼ ଗ୍ରାମ୍ୟ କମିଟିର ସଭାପତି ଥିଲେ ମଧ୍ୟ ଆଖପାଖ ଗ୍ରାମର ବିଭିନ୍ନ ସମସ୍ୟାକୁ ସମାଧାନ କରିବାରେ ତାଙ୍କର ଦକ୍ଷତା ରହିଥିଲା । ସେ ନୂଆଗଡ଼ ଗ୍ରାମର ବାଇମୁଣ୍ଡି ଥିଲେ । ନୂଆଗଡ଼ ଗ୍ରାମର ଉନ୍ନତି କିଭଳି ହେବ ସେଦିଗରେ ତାଙ୍କର କାର୍ଯ୍ୟ ଅହରହ ଜାରି ରଖିଥିଲେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ ।
ଆୟୋଜିତ ଶ୍ରାଦ୍ଧ ଉତ୍ସବରେ ଆଖପାଖ ଗ୍ରାମର ବହୁ ବୁଦ୍ଧିଜୀବି , ବିଭିନ୍ନ ଗ୍ରାମର ସଭାପତି, ସଂପାଦକ , ରାଜନୈତିକ ବ୍ୟକ୍ତିମାନେ ଯୋଗ ଦେଇ କାଳିଆ ନନାଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଆୟୋଜିତ ସ୍ମୃତି ସଭାରେ ଏକ ସ୍ମରଣିକା ଉନ୍ମୋଚିତ କରାଯାଇଥିଲା ।
ଉକ୍ତ ଉତ୍ସବରେ କାଳିଆ ନନାଙ୍କ ଜ୍ୟେଷ୍ଠ ପୁତ୍ର ବ୍ରଜବନ୍ଧୁ ଶତପଥି, ପୁତ୍ର ଜଗବନ୍ଧୁ ଶତପଥୀ, ପୁତ୍ର କୃପାସିନ୍ଧୁ ଶତପଥୀ, ବ୍ରିଜେଶ ଶତପଥୀ , ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ପରିବାରର ସମସ୍ତ ସଦସ୍ୟ ଗ୍ରାମବାସୀ ଏବଂ ଗ୍ରାମ୍ୟ କମିଟିର ସମୂହ ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ ।

No Result
View All Result