No Result
View All Result
୨୯ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼ା ଜିଲ୍ଲା :-> ପଦ୍ମପୁର ବ୍ଲକ୍ ଅନ୍ତର୍ଗତଃ ଜଗମୁଣ୍ଡା ପାହାଡ ଉପରେ ଦକ୍ଷିଣ ଓଡିଶା ପାଚିକା ଓ ସହାୟିକା ମହାସଂଘ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ଜିଲ୍ଲା ଉପଦେଷ୍ଟା ତ୍ରୀପତି ଗମାଙ୍ଗ କେନ୍ଦ୍ର ଓ ପାର୍ବତୀ ଶବର ରାଜ୍ୟ ସରକାରଙ୍କୁ ଶ୍ରମିକ ମାରଣା ନୀତିକୁ ସମାଲୋଚନା କରିବା ସହ ପାଚିକା ଓ ସହାୟିକା ମାନଙ୍କ ସମସ୍ୟା ସମାଧାନ ନ କରି ଶ୍ରମିକ ମାନଙ୍କୁ ଉପହାସ କରୁଛନ୍ତି ବୋଲି କହିଛନ୍ତି। ଏଣୁ ନଭେମ୍ବର ମାସରେ ଭୁବନେଶ୍ବର ବିଧାନସଭା ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ଧାରଣା ବସିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ପାଚିକା ଓ ସହାୟିକା ମାନଙ୍କୁ ସରକାରୀ ଏବଂ କର୍ମଚାରୀ ମାନ୍ୟତା ଓ ମାସିକ ୨୬ ହଜାର ଟଙ୍କା ପ୍ରଦାନ କରିବା ପାଚିକା ଓ ସହାୟିକାମାନଙ୍କୁ ପ୍ରତି ମାସରେ ପ୍ରଥମ ସପ୍ତାହରେ ଦରମା ପ୍ରଦାନ କରିବା ଏବଂ କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ ୨୦୦୯ ଡିସେମ୍ବର ଠାରୁ ୨୦୧୭ ଡିସେମ୍ବର ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କର ୪୦% ଭାଗ ବକେୟା ପାରିଶ୍ରମିକ ପ୍ରଦାନ କରିବା,ସ୍କୁଲ ବନ୍ଦ,ସ୍କୁଲ ମିଶ୍ରଣ ଫଳରେ ବାଦ ପଡିଥିବା ସମସ୍ତ ପାଚିକାମାନଙ୍କୁ ଅନ୍ୟତ୍ର ନିଶ୍ଚିତ ନିଯୁକ୍ତି ଯୋଗାଇବା,ପିଲାସଂଖ୍ୟା କମ୍ ଲୋକ ପାଇଁ ବନ୍ଦ ହୋଇଥିବା ୯୬୬ ଓ ୧୪୩୭୯ ପ୍ରାଥମିକ ବିଦ୍ୟାଳୟକୁ ତୁରନ୍ତ ଖୋଲାଯାଇ ପାଚିକାମାନଙ୍କୁ ନିଯୁକ୍ତି ଯୋଗାଇବା,
ପାଚିକାମାନଙ୍କୁ ୧୦ ମାସର ପରିବର୍ତ୍ତେ ୧୨ ମାସର ପାରିଶ୍ରମିକ ପ୍ରଦାନ,କରିବା ସହିତ ୨୦୨୨ ମଇ, ଜୁନ ମାସରେ କାମ କରିଥିବା ସମସ୍ତ ପାଚିକାଙ୍କୁ ପାରିଶ୍ରମିକ ପ୍ରଦାନ କରିବା, ଅବସର କାଳୀନ ବୟସ ସୀମା ୬୨କୁ ବୃଦ୍ଧି କରିବା ସହିତ ୬୦ ବର୍ଷ ପରେ ବାଦ ପଡିଥିବା ପାଚିକାଙ୍କୁ ଅବସର ପ୍ରଦାନ କରିବା, ମଧ୍ୟାନ୍ନ ଭୋଜନ କାମ ବ୍ୟତୀତ ଅନ୍ୟାନ୍ୟ କାମରେ ନିୟୋଜିତ ବନ୍ଦ କରିବା ପାଚିକାମାନଙ୍କୁ ଛୁଟି, ନେବାର ବ୍ୟବସ୍ଥା ସହିତ ସରକାର ନିୟମ ଅନୁଯାୟୀ ପାରିଶ୍ରମିକ ସହିତ ପ୍ରସ୍ଥୂତିକାଳୀନ ଛୁଟିର ବ୍ୟବସ୍ଥା କରିବା,ମଧ୍ୟାହ୍ନ ଭୋଜନକୁ ଅକ୍ଷୟ ପାତ୍ର ଓ ନନ୍ଦୀ ଫାଉଣ୍ଡେସନ୍ ଭଳି ଘରୋଇ ସଂସ୍ଥାକୁ ହସ୍ତାନ୍ତର ବନ୍ଦ କରିବା, ପାଚିକାମାନଙ୍କର ଗତ ୪ ବର୍ଷର ବକେୟା ଶାଢୀ ପ୍ରଦାନ ସହିତ ବର୍ଷକୁ ଦୁଇ ହଳ ଶାଢୀ ପ୍ରଦାନ,ସାମାଜିକ ନିରାପତ୍ତା,
ବୀମାଭୁକ୍ତ କରିବା ବିଭିନ୍ନ ସ୍କୁଲରେ ନୂତନ ଭାବେ ନିଯୁକ୍ତି ପାଉଥିବା ପାଚିକାଙ୍କୁ ନିଯୁକ୍ତି ଦିନଠାରୁ ପାରିଶ୍ରମିକ ପ୍ରଦାନ କରିବା,ଶ୍ରମିକ, ବିରୋଧ ଶ୍ରମ କୋର୍ଡକୁ ବାତିଲ କରିବା,ମଧ୍ୟାହ୍ନ ଭୋଜନ ଓ ପାଚିକା ସହାୟିକା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବଜେଟ୍ରେ ଆବଶ୍ୟ କୀୟ ବ୍ୟୟ ବରାଦ କରିବାର ବ୍ୟବସ୍ଥା କରିବା ସହିତ ଛାତ୍ର ମାନଙ୍କର ମୁଣ୍ଡପିଛା ଖାଇବା ଖର୍ଚ୍ଚ ବୃଦ୍ଧି କରିବା,ନୂତନ ଶିକ୍ଷାନୀତି ୨୦୨୦କୁ ବାତିଲ କରିବା। ରାଜେନ୍ଦ୍ର ମାଝୀ,ପାର୍ବୀ ଶବର,ଯୋଶଦା ଶବର,ଇନ୍ଦୀରା ପାତ୍ର,ବିଜୟ ଲକ୍ଷ୍ମୀ ଶବର,ସବିତା ଦଣ୍ଡସେନା,କୁନ୍ତଳା ମାଝୀ,ମିଲି ଶବର,କଳାବତୀ ମାଝୀ,ସାଦବାଣି ଗୈାଡ ଉପସ୍ଥିତ େହାଇ ରହିଥଲେ ।
No Result
View All Result