No Result
View All Result
୨୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼ :-> ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦର ମହକୁମା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ପକ୍ଷରୁ ବ୍ଲକ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଶନିବାର ଅନୁଷ୍ଠିତ ହୋଇଯାଇଛି l ଏଥିରେ ଏବିଇଓ ଏସ ପାପାରାଓ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ଯକ୍ଷ ଜ୍ଯୋତି ପ୍ରସାଦ ପାଣି,
ସମ୍ମାନିତ ଅତିଥି ଭାବେ ବିଡିଓ ସୁଧୀର କୁମାର ସିଂ, ସ୍ଥାନୀୟ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋଜ କୁମାର ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । ଏଥିରେ ବିଜ୍ଞାନ, ଗଣିତ, ସାମାଜିକ ବିଜ୍ଞାନ ଓ ସାମ୍ପ୍ରତିକ ବ୍ୟାପାର ଆଦି ବିଷୟରେ ପ୍ରତିଯୋଗିତା ହୋଇଥିଲା l
ପ୍ରତିଯୋଗିତାରେ ଉପ କନିଷ୍ଠ, କନିଷ୍ଠ ଓ ବରିଷ୍ଠ ବର୍ଗର ପ୍ରାୟ ୨୫୦ ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ l କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ ବ୍ଲକର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ,ସିଆରସିସି ମାନେ ପରିଚାଳନା କରିଥିଲେ l

No Result
View All Result