ଓଡିଶା ତାଜା ନ୍ୟୁଜ୍ (୧୭ ଅଗଷ୍ଟ ସୋମବାର) କଟକ :- କଟକ ଜିଲ୍ଲା ଅନ୍ତର୍ଗତ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ର କଇଥା ଗ୍ରାମ ପଞ୍ଚାୟତ ରେ ଥିବା ଏହି ସରକାରୀ ମହାବିଦ୍ୟାଳୟ 1997 ମସିହା ଠାରୁ ଆରମ୍ଭ ହୋଇ ଆଜି ଯାଏ ଚାଲିଆସୁଛି । କିନ୍ତୁ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଶୀମତୀ ସ୍ୱର୍ଣ୍ଣଲତା ବେହେରାଙ୍କ ସହିତ ପାଖରେ ଥିବା ବିଦ୍ୟାଳୟ ର ଶିକ୍ଷକ ମାନୁଧର ନାୟକ ମିଶି +2 1st year, 2nd year, +3 1st year, 2nd year, 3rd year students ମାନଙ୍କ ଠାରୁ ଧମକାଇ +2 ଦୁଇ ବଷିର୍ୟା admission ପାଇଁ 7000.00 ଓ form fillup 3000.00 and +3 ତିନିବର୍ଷ admission ପାଇ 10000.00 and form fillup 6000,00 ନେଉଛନ୍ତି । ଏ ବିଷୟଗୁଡ଼ିକ ଗ୍ରାମ ପଞ୍ଚାୟତ ର ସମସ୍ତ ଲୋକ ମାନେ ଉକ୍ତ ମହାବିଦ୍ୟାଳୟ ର ସଭାପତି (Sub-Collector,cuttack) ଏବଂ ଲୋକାଲ୍ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା ଙ୍କୁ ବାରମ୍ବାର ଲିଖିତ ଅଭିଯୋଗ ଜଣାଇ ଥିଲେ ବି ବୁଝୁ ନାହାନ୍ତି । ଏ କଥା ଅଧ୍ୟକ୍ଷା ସ୍ୱର୍ଣ୍ଣଲତା ବେହେରା ଓ ମାନୁଧର ନାୟକ ଙ୍କୁ କହିଲେ ଏ ମହାବିଦ୍ୟାଳୟ ମୁଁ କରିଛି ମୋ ଇଛା ମୁଁ ଯାହା କରିବି ତୁମେ ମୋର କଣ କରିବା କଥା କର ପ୍ରତିକ୍ରିୟା ରଖିଥିଲେ।
ସରକାରଙ୍କ ପକ୍ଷରୁ admission ପାଇଁ ନିୟମ ଲାଗୁ ହୋଇ ନ ଥିବା ବେଳେ ପିଲାମାନଙ୍କୁ ବିନା ରସିଦରେ କିପରି ଭାବରେ Collection କରାଯାଉଅଛି । ଏ COVID ମହାମାରୀ ଭିତରେ ଗତି କରୁଛେ ,ଏଭଳି ସମୟରେ ଦୁଇ ଜଣ ବ୍ଯକ୍ତି ନିରୀହ ଛାତ୍ରଛାତ୍ରୀ ଙ୍କ ଠାରୁ ଆଖିରେ ଆଂଗୁଠି ମାରି ଲଖାଧିକ ଟଂକା ଆତ୍ମସାତ କରୁଛନ୍ତି । ଏହାର ତଦନ୍ତ ହେଲେ ସଠିକ ଜଣା ପଡିବ । ପରିସ୍ଥିତି ପଡିଲେ ଛାତ୍ର ଛାତ୍ରୀଙ୍କୁ ମିଛ କହିବା ପାଇଁ ବାଧ୍ଯ କରୁଛନ୍ତି । ତେଣୁ ଏହାର ସଠିକ୍ ତଦନ୍ତ ହେଲେ ଗରିବ ଲୋକ ମାନେ ଏ ମହାମାରୀ କରୋନା ସମୟରେ ଉପକୃତ ହେବେ । ଏହାବ୍ୟତୀତ ଲାପଟପ ପାଉଥିବା ନିରୀହ ଛାତ୍ରଛାତ୍ରୀ ଙ୍କ ଠାରୁ ଅଧ୍ୟାପିକା ଓ ମାନୁଧର ନାୟକ 5000.00 ଜୋରକରି ନିଅନ୍ତି । ଛାତ୍ର ଛାତ୍ରୀ ମାନେ କିଛି କହିଲ ସେମାନଙ୍କୁ ପରୀକ୍ଷାରେ ଫେଲ କରାଯିବ ବୋଲି ଧମକଚମକ ଦିଅନ୍ତି । ଏ କଥା ମଧ୍ଯ ସଭାପତି subcollector କୁ ଜଣାଇଥିଲେ ମଧ୍ଯ ସେ ଚୁପ ହୋଇ ରହୁଛନ୍ତି ଏଥିରେ ସଭାପତିଙ୍କ ସମେତ ଲୋକାଲ୍ ବିଧାୟକଙ୍କର ଭାଗ ଅଛି ବୋଲି ସାଧାରଣରେ ଆଲୋଚନା ହେଉଛି ।