ଓଡିଶା ତାଜା ନ୍ୟୁଜ୍ (୧୬ ଅଗଷ୍ଟ ରବିବାର) ଭୁବନେଶ୍ୱର :- ଜାତୀୟସ୍ତରରେ ଚମକିଲେ ପ୍ରଣବ ପ୍ରକାଶ ଦାସ ଜାତୀୟସ୍ତରରେ ଚର୍ଚ୍ଚାକୁ ଆସିଛନ୍ତି ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି ) । ନିଜର ନିଷ୍ଠା , ପରିଶ୍ରମ, ବିକାଶମୂଳକ କାର୍ଯ୍ୟପନ୍ଥା ,ଲୋକାଭିମୁଖୀ କାର୍ଯ୍ୟକ୍ରମ ପାଇଁ ସବୁବେଳେ ଚେଷ୍ଟିତ ଥିବା ପ୍ରଣବ ଆଜି ଜାତୀୟସ୍ତରରେ ପରିଚିତ ହୋଇଛନ୍ତି l ଫ୍ରେମ ଇଣ୍ଡିଆ ଓ ଏସିଆ ପୋଷ୍ଟ ପକ୍ଷରୁ ସାରା ଦେଶର ବିଧାୟକମାନଙ୍କୁ ନେଇ କରାଯାଇଥିବା ସର୍ଭେରେ ଶ୍ରେଷ୍ଠ ୫୦ ବିଧାୟକ ତାଲିକାରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନାଁ ସ୍ଥାନ ପାଇଛି ।
ବିଧାୟକମାନଙ୍କ କାର୍ଯ୍ୟ ଦକ୍ଷତା , ଲୋକ ସମ୍ପର୍କ , ବିଧାନସଭାରେ ବିତର୍କ ଓ ଯୋଗାଯୋଗର ସାମର୍ଥ୍ୟ ଆଦି ମାନଦଣ୍ଡକୁ ନେଇ ଏହି ତାଲିକା ପ୍ରସ୍ତୁତ ହୋଇଛି । ଦେଶର ୪୧୨୩ ବିଧାୟକଙ୍କ ଭିତରୁ ଶ୍ରେଷ୍ଠ ୫୦ ଜଣ ବିଧାୟକଙ୍କୁ ବଛା ଯାଇଥିଲା । ଆଉ ଏହି ତାଲିକାରେ ଇଣ୍ଟେଟ କ୍ଷେତ୍ରରେ ସ୍ଥାନ ପାଇଛନ୍ତି ବିଜେଡିର ପ୍ରତିଭାଶାଳୀ ଓ କ୍ଷମତାଶାଳୀ ବିଧାୟକ ପ୍ରଣବ ପ୍ରକାଶ ଦାସ। ନୂତନ ଓଡିଶା ଗଠନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖିଥିବା ସ୍ବପ୍ନ ଦିଗରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଲୋକଙ୍କ ସୁଖ ଦୁଃଖର ସାଥି ହୋଇ ସମସ୍ୟା ଦୂର କରିବାରେ ଅଗ୍ରଣୀ ଭୂମିକା ନେଇଛନ୍ତି ।
ଯାଜପୁର ସମେତ ସମ୍ପୂର୍ଣ୍ଣ ଓଡିଶାରେ ରକ୍ତ ଅଭାଵ ଦୂର କରିବା ପାଇଁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ,ସବୁଜ ଓଡ଼ିଶା ଗଠନ ଓ ବିଜେଡି ସଂଗଠନକୁ ସୁଦୃଢ କରିବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ତ ସେ ସବୁବେଳେ ନିଜ କଥା ନ ଭାବି ନିଜ ଜୀବନକୁ ଲୋକଙ୍କ ହିତ ପାଇଁ ଉତ୍ସର୍ଗ କରିଦେଇଛନ୍ତି । ଖାସ ସେଥିପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ଦଳର ଦ୍ୱିତୀୟ ନେତା ଭାବେ ଗୁରୁ ଦାୟିତ୍ୱ ଦେଇଛନ୍ତି। ଏହା ସମ୍ଭବ ହୋଇ ପାରିଛି କେବେଳ ତାଙ୍କର କାର୍ଯ୍ୟଦକ୍ଷତା ପାଇଁ । ଯେଉଁଥି ପାଇଁ ଆଜି ଦେଶର ଶ୍ରେଷ୍ଠ ୫୦ ବିଧାୟକଙ୍କ ଭିତରେ ସେ ସ୍ଥାନ ପାଇଛନ୍ତି । ଯାହା କେବଳ ଯାଜପୁର ନୁହେଁ ସାରା ଓଡ଼ିଶାକୁ ଗର୍ବିତ କରିଛି ।
ନିର୍ବାଚନ ହେଉ ଅବା ମହାମାରି ସବୁବେଳେ ସେ ଲୋକଙ୍କ ଦୁଃଖ ବୁଝିବା ପାଇଁ ସେ ଆଗଭର ହୁଅନ୍ତି । ଭିଡ଼ ଭିତର ନେତା ଭାବେ ସେ ପୁରା ଓଡ଼ିଶାରେ ପରିଚିତ l ପ୍ରଣବ ନେତୃତ୍ୱ ନେବା ଦକ୍ଷତାଶୈଳୀ ଏବେ ଅନେକ ନେତାଙ୍କ ପାଇଁ ଆଦର୍ଶ ସାଜିଛି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରି କଥା କମ କାମ ଅଧିକରେ ବିଶ୍ୱାସ ରଖନ୍ତି ସେ l ବିଶେଷକରି ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିବା ଦକ୍ଷତା ଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ବିଜେଡି ସଂଗଠନ ସମ୍ପାଦକ ଭଳି ଗୁରୁଦାୟିତ୍ୱ ଦେଇଛୋନ୍ତି ।