No Result
View All Result
୨୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପୁରୀ ପର୍ଯ୍ୟଟନ କାର୍ଯ୍ୟାଳୟ ପକ୍ଷରୁ କୁଇଜ ପ୍ରତିଯୋଗିତା ଆଜି ପର୍ଯ୍ୟଟନ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ବିଭିନ୍ନ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଏଥିରେ ଅଂଶଗ୍ରହଣ କରିଥିଲେ।ଏଥିରେ ଉଚ୍ଚ ବିଦ୍ୟାଳୟ ସ୍ତରରେ ସାରଦା ବିହାର ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ତନ୍ମୟ ପରିଡା ପ୍ରଥମ,ଗଡ ବଡପୁଟ ନୋଡାଲ ଉଚ୍ଚ ବିଦ୍ୟାଳୟ ର ଛାତ୍ର ପ୍ରଳଯ କୃଷ୍ଣ ସ୍ୱାଇଁ ଦ୍ୱିତୀୟ ଓ ଭୋଳାନାଥ ବିଦ୍ୟାପୀଠର ଛାତ୍ର ଉପେନ୍ଦ୍ର କୁମାର ପରିଡା ତୃତୀୟ, ମହାବିଦ୍ୟାଳୟ ସ୍ତରରେ ଆଇଏମଟି ଫାର୍ମାସି କଲେଜ ଛାତ୍ର ଦୂର୍ଗା ମାଧବ ମହାନ୍ତି ପ୍ରଥମ,
ଏସସିଏସ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ର ଶୁଭମ ବିଭୁ ପ୍ରସାଦ ପରିଡା ଦ୍ୱିତୀୟ ଓ ସରକାରୀ ଆଇଟିଆଇ ଛାତ୍ର ପ୍ରମୋଦ କୁମାର ବରାଳ ତୃତୀୟ ସ୍ଥାନ ହାସଲ କରିଥିବାରୁ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା।ମୁଖ୍ୟ ଅତିଥି ଭାବେ ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ଯୋଗ ଦେଇ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରିଥିଲେ। ପ୍ରାରମ୍ଭରେ ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ ସମସ୍ତଙ୍କୁ ସ୍ୱାଗତ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦେଶକ ସନ୍ତୋଷ କୁମାର ସେଠୀ,ସଂସ୍କୃତି ଅଧିକାରୀ ହେମନ୍ତ ବେହେରା କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ। ଏସସିଏସ ସ୍ୱୟଂ ଶାସିତ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡଃ ନମିତା ମହାନ୍ତି କୁଇଜ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପର୍ଯ୍ୟଟନ ବିଭାଗର ବରିଷ୍ଠ ପରିସଂଖ୍ୟାନ ସହାୟକ ମଳୟ ପ୍ରଧାନ, ବରିଷ୍ଠ ସହାୟକ ସନ୍ତୋଷ କୁମାର ମହାନ୍ତି, କନିଷ୍ଠ ସହାୟକ ଅମୃତ ଦାସ,ହରି ବନ୍ଧୁ ମଲ୍ଲିକ, ଅଭିରାମ ତ୍ରିପାଠୀ, କୈଳାସ ଚନ୍ଦ୍ର ଦାସ,ଅନନ୍ତ ଚରଣ ଜାଲି,ଗୋବିନ୍ଦ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ ରେ ସହଯୋଗ କରିଥିଲେ ।
No Result
View All Result