No Result
View All Result
୨୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିପାଟଣା :-> ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ବ୍ଲକ ଅନ୍ତର୍ଗତ ପ୍ରାଚୀ ନଦୀ ତଟବର୍ତ୍ତି ଆମଣାକୁଦ ଅଞ୍ଚଳର କୁଦପାଟଣା ସ୍ଥିତ ପ୍ରସିଦ୍ଧ ପ୍ରାଚୀନତମ ଶକ୍ତି ପୀଠ ମା ‘ ବାରଭୂଜାଙ୍କ ଷୋଡଶ ଉପଚାର ଶାରଦୀୟ ପୂଜା ମା, ଙ୍କର ପାରମ୍ଫରିକ ରୀତିନୀତି ଅନୁଯାୟୀ ମଙ୍ଗଳ ବାର ଠାରୁ ଆରମ୍ଭ ହୋଇଛି । ମା, ଙ୍କର ପୂଜା ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇ ଥିବା ଏହି ଷୋଡଶ ଦିନାତ୍ମକ ପୂଜା ଆଶିନ୍ୟ ଶୁକ୍ଳ ମହାଷ୍ଟମୀ ପର୍ଯ୍ୟନ୍ତ ଚାଲୁ ରହିବ ।
ମା’ ବାରଭୂଜାଙ୍କର ଏହି ପୂଜା କେଉଁ ଆବାହନ କାଳରୁ ଶାରଦୀୟ ପାର୍ବଣର ଷୋଡଶ ଦିବସ । ତ୍ମକ ପୂଜା ଅନୁଷ୍ଠିତ ହୋଇଆସୁଅଛି ବୋଲି ବହୁ ପଣ୍ଡିତମାନେ ମତ ଦେଇଛନ୍ତି । ଶ୍ରଦ୍ଧାଳୁମାନେ ପବିତ୍ର ପ୍ରାଚୀ ନଦୀରୁ ଜଳ ପୂର୍ଣ୍ଣ ଘଟ ଆଣି ପୀଠରେ ସ୍ଥାପନ କରିବାପରେ ମା, ଙ୍କ ସହସ୍ର କୁମ୍ଭା ଭିଷେକ, ଚଣ୍ଡୀ ପାଠ ଓ ଅନ୍ୟାନ୍ୟ ପାରମ୍ପରିକ ନୀତି କାନ୍ତି କାର୍ଯ୍ୟ ଆରମ୍ଭ ହୋଇଥିଲା ।
ମହାଷ୍ଟମୀ ପର୍ଯ୍ୟନ୍ତ ଏଠାରେ ଚଣ୍ଡୀ ପାଠ ଶ୍ରବଣ , ମା ‘ ଙ୍କ ସ୍ଵତନ୍ତ୍ର ଆଳତି ଦର୍ଶନ ପାଇଁ ଏଠାରେ ଭକ୍ତମାନଙ୍କର ପ୍ରବଳ ଭିଡ଼ ଲାଗିଥାଏ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହିତ ବାଲିପାଟଣା ଏବଂ ନିଆଳି ଅଞ୍ଚଳରେ ଥିବା ମା’ ଙ୍କ ପୀଠମାନଙ୍କରେ ମଧ୍ୟ ରୀତିନୀତି ଅନୁଯାୟୀ ଷୋଡଶ ଦିନାତ୍ମକ ପୂଜା ପାଠ ଆରମ୍ଭ ହୋଇଛି । ମା’ ବାରଭୂଜାଙ୍କ ମହିମା ଓ ଶକ୍ତି ସବୁ ଠାରେ ବିଖ୍ୟାତ ଅଟେ l
No Result
View All Result