No Result
View All Result
ସ୍ୱୋଭଗ୍ୟ ବଶତଃ କାହାର କିଛି ହୋଇନାହିଁ
୨୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଟି ଦୀର୍ଘ ବର୍ଷଧରି ଅବହେଳିତ ଅବସ୍ଥାରେ ପଡ଼ିରହିଛି l ବିଗତ ସରକାରଙ୍କ ସମୟରେ ଯଦିଓ ଲକ୍ଷାଧିକ ଟଙ୍କାର ବ୍ୟୟ ବରଦା ହୋଇଛି କିନ୍ତୁ ତାହା ସଠିକ ଭାବେ କାର୍ଯ୍ୟକାରୀ ହୋଇନଥିବା ଫଳରେ ଆଜି ଅବକ୍ଷୟ ହେବାକୁ ଯାଉଛି l କୋଣାର୍କ ଠାରୁ ପିପିଲି ମଧ୍ୟରେ ଥିବା ରାଜ୍ୟ ରାଜପଥ କଡ଼ରେ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଛାଡିଦେଲେ ଅନ୍ୟ କୌଣସି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନାହିଁ l କୋଣାର୍କ ଯେହେତୁ ବିଶ୍ୱ ପର୍ଯ୍ୟଟନ କ୍ଷେତ୍ର ଏଠାକୁ ଦୈନିକ ଶତାଧିକ ସଂଖ୍ୟାରେ ରାଜ୍ୟ ଓ ଦେଶ ଏବଂ ବିଦେଶ ରୁ ପର୍ଯ୍ୟଟକମାନେ ଭ୍ରମଣ କରିବାକୁ ଆସିଥାନ୍ତି l ବର୍ତମାନ ରାସ୍ତାଘାଟ ର ଯେଉଁଭଳି ପରିସ୍ଥିତି ସେଥିପାଇଁ ଦୈନିକ ଛୋଟ ବଡ଼ ଦୁର୍ଘଟଣା ଘଟୁଛି l
କୋଣାର୍କ ଠାରେ ଏକ ୩ ମହଲା ଓ ଶହେ ଶଯ୍ୟା ବିଶିଷ୍ଟ ବେଡ୍ ଥିବା ସତ୍ତ୍ୱେ ତାହା ଆରମ୍ଭରୁ ଅଚଳ ଅବସ୍ଥାରେ ପଡିଛି l ଯାହାଫଳରେ କୀ କୋଣାର୍କ ରେ ଯଦି କିଛି ଦୁର୍ଘଟଣା ଘଟେ ତେବେ ତୁରନ୍ତ ଗୋପ ହସ୍ପିଟାଲ କୁ ପଠାଯାଏ l କିନ୍ତୁ ଗୋପ ହସ୍ପିଟାଲ ଟି ଦୀର୍ଘ ବର୍ଷଧରି ଆବଶ୍ୟକୀୟ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀ ଅଭାବ ସାଙ୍ଗକୁ ଭିତ୍ତିଭୂମି ର ଘୋର ଅଭାବ ହେତୁ ଆସ୍ତେ ଆସ୍ତେ ଅବକ୍ଷୟ ହେବାରେ ଲାଗିଛି l ବର୍ଷା ଜଳ ନିଷ୍କାସନ ର ବ୍ୟବସ୍ତା ନାହିଁ, ଷ୍ଟାଫ୍ ମାନଙ୍କ ପାଇଁ ଘର ନାହିଁ, ନିଦାନ ମାଗଣା ଔଷଧ ବିତରଣ କେନ୍ଦ୍ରରେ ଆବଶ୍ୟକୀୟ ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ ଆଦି ମହଜୁଦ ରହୁନଥିବା ଫଳରେ ଗରିବ ଶ୍ରେଣୀ ର ବ୍ୟକ୍ତି ମାନେ ବାହାରୁ ଔଷଧ କିଣିବାକୁ ପଡୁଛି l ଉକ୍ତ ହସ୍ପିଟାଲ ର ଚାରିପାଖରେ ନିର୍ମାଣ ହୋଇଥିବା ପାଚେରୀ ଟି ଗତ ୩ ଦିନ ହେଵ ହଠାତ୍ ଭାଙ୍ଗି ପଡିଲା l
ଭାଗ୍ୟ ବଶତଃ ସେହି ସମୟରେ କୌଣସି ବ୍ୟକ୍ତି ଙ୍କ ଯାତାୟାତ ନା ଥିଲା ନଚେତ କିଛି ବି ହୋଇପାରିଥାନ୍ତl । ଯେହେତୁ ଗୋପ ବଜାର ମଝିରେ ଗୋପ ହସ୍ପିଟାଲ ରହିଛି l ଅଧିକାଂଶ ସମୟରେ ଜନଗହଳି ସାଙ୍ଗକୁ ଗାଡି ମଟର ଆଦି ଯାତାୟାତ କରିଥାଏ l ଅବଶିଷ୍ଟ ଥିବା ପାଚେରୀ କେତେବେଳେ ଭୁଶୁଡି ନ ପଡିବ ତାହା କହି ହେଵ ନାହିଁ l ତତ୍କାଳୀନ ସରକାର ଙ୍କ ସମୟରେ ଭଙ୍ଗା ପାଚେରୀ ରେ ରଙ୍ଗବୋଳି ଲକ୍ଷାଧିକ ଟଙ୍କା ହରିଲୁଟ କରିଥିବା ର ଅଭିଯୋଗ ହେଵା ସହିତ ବିଭିର୍ନ୍ନ ଗଣମାଧ୍ୟମ ରେ ପ୍ରକାଶିତ ମଧ୍ୟ ହୋଇଥିଲା l ବର୍ତମାନ ଗୋପ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି l ଏଣୁ ନିମାପଡା ର ବିଧାୟିକା ତଥା ଆମ ପ୍ରିୟ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏଥିପ୍ରତି ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ l ଗୋପ ହସ୍ପିଟାଲ ରେ ଆବଶ୍ୟକୟୀ ଅନୁଯାୟୀ ସୁ ବନ୍ଦୋବସ୍ତ କରିବାକୁ ଗୋପ ସୁରକ୍ଷା ମଞ୍ଚ ର ସଭାପତି ଓ ସଚେତନ ନାଗରିକ ମଞ୍ଚ ର ସଭାପତି ଏବଂ ବିପ୍ଲବୀ ସଂଗଠନ ର ସଭାପତି ଚନ୍ଦ୍ରକାନ୍ତ ସାହୁ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀମତୀ ପରିଡ଼ା ମୋହାଦୟା ଙ୍କୁ ଦାବୀ କରିଛନ୍ତି l
No Result
View All Result