No Result
View All Result
୨୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> ରାମଚଣ୍ଡୀ ଥାନା ଅଧିନସ୍ଥ ବାଲିକପିଳେଶ୍ବର ମେଡିକାଲ ଠାରେ କୋଣାର୍କ ବନବିଭାଗ ପକ୍ଷରୁ ବାଲିକପିଳେଶ୍ବର ବନ ସୁରକ୍ଷା କମିଟିର କାର୍ଯ୍ୟକାରୀ କମିଟି ଓ ସଭାପତି ନିର୍ବାଚନ ଗଣତାନ୍ତ୍ରିକ ବିଧି ବ୍ଯବସ୍ଥା ମାଧ୍ୟମରେ କରା ଯାଇଛି ସଭାପତି ଭାବେ ପୁଣିଥରେ ଗୋପାଳଚନ୍ଦ୍ର ବେହେରାଙ୍କୁ ମନୋନୟନ କରାଜାଇଛି । କୋଣାର୍କ ବନାଚଂଳ ଅଧିକାରୀ ସୁଦର୍ଶନ ଦେହୁରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।
ଏହି ବୈଠକରେ ଇଡିସି ଅଧିନସ୍ଥ ଖାଲକଟାପାଟଣା, ଟିକନା, କାନପୁର ଓ ବରପଦା ସମେତ ୧୪ଗୋଟି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ସଦସ୍ୟ ଉପସ୍ଥିତ ଥିବା ବେଳେ ସୁରକ୍ଷା କମିଟିର ପ୍ରାୟ ୨୦୦ ଜଣ ସଦସ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ଫଳରେ କୋଣାର୍କ ବନବିଭାଗ ପକ୍ଷରୁ ବିଧି ବ୍ଯବସ୍ଥା ମାଧ୍ୟମରେ ପୂର୍ବରୁ କାର୍ଯ୍ୟ କରୁଥିବା କମିଟିକୁ ପୁନଃ ଅବସ୍ଥାପିତ କରାଜାଇଛି । ନିକଟରେ ଗଠନ ହୋଇଥିବା ବନ ସୁରକ୍ଷା କମିଟି ପୂର୍ବ ଭଳି ଜଙ୍ଗଲ ସୁରକ୍ଷା ସରଣକ୍ଷ ଦିଗରେ କାର୍ଯ୍ୟ କରିବ ବୋଲି ସଭାପତି ଗୋପାଳ ଚନ୍ଦ୍ର ବେହେରା କହିଛନ୍ତି ସ୍ଥାନୀୟଅଧିବାସୀମାନେ ଖୁସି ପ୍ରକଟ କରିଛନ୍ତି ।
No Result
View All Result