No Result
View All Result
୨୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ସ୍ଥାନୀୟ ପୋଲିସ ଥାନା ପରିସରରେ ପୋଲିସ ବିଭାଗ, ଜିଲ୍ଲା ପ୍ରଶାସନ, ଏଡ ଏଟ ଆକ୍ସନ ଓ ୟୁନିସେଫ ର ମିଳିତ ଉଦ୍ୟମ ରେ ଦାଦନ ସମସ୍ୟା ନିରାକରଣ ଉପରେ ସଚେତନତା ଶିବିର ସୋମବାର ଆୟୋଜିତ ହୋଇଥିଲା। ଏହି ଅବସରରେ ଏଡ୍ ଏଟ୍ ଆକ୍ସନ ର ଆଞ୍ଚଳିକ ସଂଯୋଜକ ସରୋଜ କୁମାର ବାରିକ ଙ୍କ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ଜିଲାପାଳ ଗୌରବ ଶିବାଜୀ ଇସଲ୍ଵାର, ସମ୍ମାନିତ ଅତିଥି ରୂପେ ବଲାଙ୍ଗୀର ସହ ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ କୌର, ୟୁନିସେଫ ରାଜ୍ୟ ପ୍ରତିନିଧି ନେହା ସିଂହ, ଜିଲ୍ଲା ଶ୍ରମ ଅଧିକାରୀ ସୁକାନ୍ତ ସେଠୀ, ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା,
ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାତ କୁମାର ମହାପାତ୍ର, ଜିଲ୍ଲା ପାଟଣାଗଡ ଉପ ଜିଲ୍ଲାପାଳ ଅମିତ କୁମାର ନାୟକ, ଉପ ଖଣ୍ଡ ପୋଲିସ ଅଧିକାରୀ ସଦାନନ୍ଦ ପୁଝାରୀ, ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ ପ୍ରମୁଖ ଯୋଗଦେଇ ଦାଦନ ସମାସ୍ୟ ଓ ତାର ସମାଧାନ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଦାଦନ ସମସ୍ୟା ସଚେତନତା ଉପରେ ଏକ ପୋଷ୍ଟର ଓ ବୁକ୍ ଲେଟ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ଭିଟା ମାଟିରେ ସରକାରୀ ଯୋଜନା ରେ କାମ କରି ବା ସହିତ ଜୀବିକା କୁ ସୁ ନିଶ୍ଚିତ କରିବା, ସଚେତନ ହୋଇ ନାମ ପଞ୍ଜିକରଣ କରିବା ସହ ଶିଶୁ ଓ ମହିଳାଙ୍କ ନିରାପଦ ଉପରେ କହିଥିଲେ।
ଏହି ଅବସରରେ ଦେଶାନ୍ତର ସଚେତନତା ଉପରେ କାମ କରିଥିବା ପୋଲିସ ଅଧିକାରୀ ରମାକାନ୍ତ ସାହୁ,ସରପଞ୍ଚ ସୁଶିଲ କୁମାର ଗୁରୁ ଓ ବୈଦ୍ୟନାଥ ମିଶ୍ର ସମେତ ଅଙ୍ଗନବାଡ଼ି କର୍ମୀ ଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଖପ୍ରାଖୋଲ ବ୍ଲକ୍ ଅଧକ୍ଷା ନିରୁପମା ପଟେଲ, ଥାନା ଅଧିକାରୀ ନରେନ୍ଦ୍ର ଛତର ସମେତ ବିଭିନ୍ନ ବିଭାଗ ଅଧିକାରୀ, ପଞ୍ଚାୟତ ପ୍ରତିନିଧି,ଆଶା କର୍ମୀ, ଏମ ବିକେ, ସି ଆର ପି, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ସନ୍ଧ୍ୟାରାଣୀ ପତି, ଦୟାସାଗର ପ୍ରଧାନ ପରିଚାଳନ କରିଥିଲେ।
No Result
View All Result