No Result
View All Result
୨୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ବଡଦାଣ୍ଡସ୍ଥ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପରିସରରେ ଶ୍ରୀଧାମ କଲଚରାଲ ଏକାଡେମୀ ଓ ରୁଦ୍ରାଣୀ ପ୍ରଡକ୍ସନ ପକ୍ଷରୁ ସୁନ୍ଦର ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା l ଡାନ୍ସ ପୁରୀ ଡାନ୍ସ, ଚିତ୍ରାଙ୍କନ, ଭଏସ ଅଫ ପୁରୀ ଓ ଗୃହିଣୀ ନଂ ୧ ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏହି ପ୍ରତିଯୋଗିତା କୁ ମାନ୍ୟବର ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଶୁଭ ଉଦଘାଟନ କରିଥିଲେ l
ନୃତ୍ୟ ଗୀତ ହେଉଛି ଜୀବନର ନିହାତି ଆବଶ୍ୟକତା ଓ ଏଥିପାଇଁ ସମସ୍ତଙ୍କ ସହଯୋଗ ନିତାନ୍ତ ଆବଶ୍ୟକବୋଲି ଶ୍ରୀ ଖୁଣ୍ଟିଆ କହିଥିଲେ ! ଅନ୍ୟତମ ସମ୍ମାନିତ ଅତିଥି ରୂପେ ପୂର୍ବତନ ନଗରପାଳ ଗୌରହରୀ ପ୍ରଧାନ, ସମାଜସେବୀ ଡ଼ଃ. ଷ୍ଟାଲିନ ପରିଜା, ରବିଶଙ୍କର ପ୍ରତିହାରୀ, ଅଞ୍ଜଳି ରଥ, ଭଗବାନ ସୁଆର, ରାଜେଶ ମିଶ୍ର,
ରୋଜାଲିନ ନାୟକ, ବିନୋଦିନୀ ଦାସ, ଡ଼ଃ ଚାରୁବାଳା ଦାସ, ଓ ଓଡିଶା ସାମ୍ବାଦିକ ସଙ୍ଘ ଜିଲ୍ଲା ସଭାପତି ତଥା ବିଶିଷ୍ଟ ସାମ୍ବାଦିକ ବିଜୟ ମିଶ୍ର ଯୋଗ ଦେଇ ପୁରୀ ର କଳା, ସଂସ୍କୃତି, ନୃତ୍ୟ ଓ ଗୀତ ପାଇଁ ଦେଶ ବିଦେଶ ରେ ଖ୍ୟାତି ଆଣିଛି ବୋଲି କହିଥିଲେ l ଲଲାଟେନ୍ଦୁ ମିଶ୍ର ଓ ଦେବସ୍ମିତା ମିଶ୍ର ଙ୍କ ସୁନ୍ଦର ମଞ୍ଚ ସଂଚାଳନା ରେ ଅନେକ ସୁନ୍ଦର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l
ବିଚାରକ ଭାବେ ବାବୁ ସାର, ହରେକୃଷ୍ଣ ସାର, ମନୀଷା ମହାନ୍ତି, ବୁବୁନ ମିଶ୍ର, ମାମାଲି ମିଶ୍ର, ଯଜ୍ଞଂଦତ୍ତ ଦାସ ଯୋଗ ଦେଇଥିଲେ !ସନ୍ତୋଷ ବାରିକ, ସମ୍ପାଦିକା ବନିତା ବାରିକ, ଲକ୍ଷ୍ମୀପ୍ରିୟା ଦେ, ନମିତା ମଞ୍ଜରୀ ଶତପଥି, ନିବେଦିତା ମିଶ୍ର, ସୁନିତା ବାରିକ ଓ ଅନୁଷ୍ଠାନ ର ସଭ୍ୟ ସଭ୍ୟାମାନେ ପରିଚାଳନା ରେ ସହଯୋଗ କରିଥିଲେ l
No Result
View All Result