No Result
View All Result

ଜଗତସିଂହପୁର ( ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଗୁରୁବାର ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ 2026 ବିରିଡି ବ୍ଲକ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ମମତା ପାତ୍ର ଅଧ୍ୟକ୍ଷତା କରିଥିବାବେଳେ ବିଡ଼ିଓ ଆୟୁଷି ପତି, ଏବିଡ଼ିଓ ଲୋପାମୁଦ୍ରା ନାୟକ, ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ସଭାପତି ହୃଦା ନନ୍ଦ ଜେନା ଓ କୂଳକଇଜଙ୍ଗl ବରିଷ୍ଠ ନାଗରିକ ମଞ୍ଚର ସଭାପତି ଯୁଧିଷ୍ଠିର ଦାସ ଉପସ୍ଥିତ ରହି ବରିଷ୍ଠ ନାଗରିକ ମାନଙ୍କ ସମ୍ମାନ, ସରକାରଙ୍କ ପକ୍ଷରୁ ମିଳିଥିବା ସାହାଯ୍ୟ, ସହଯୋଗ ସହ ଆଉ କଣ ଆବଶ୍ୟକ ରହିଛି ତା ଉପରେ ବିଡ଼ିଓ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l

କାର୍ଯ୍ୟକ୍ରମ ରେ ବାଇଶି ମୌଜା ବରିଷ୍ଠ ନାଗରିକ ମଞ୍ଚ, ଅଢଙ୍ଗ ଗଡ଼ ବରିଷ୍ଠ ନାଗରିକ ମଞ୍ଚ କୁଳକଇଜଙ୍ଗା ବରିଷ୍ଠ ନାଗରିକ ମଞ୍ଚ ଓ ସଂଖପୁର ବରିଷ୍ଠ ନାଗରିକ ମଞ୍ଚ ର ସଦସ୍ୟ ମାନେ ଯୋଗଦାନ କରିଥିଲେ l ଏହି ପରିପ୍ରେକ୍ଷୀ୍ରେ ଯୋଗ, ବୃକ୍ଷ ରୋପଣ ମାଗଣା ସ୍ୱାସ୍ଥ୍ୟ ଶିବିର ବରିଷ୍ଠ ନାଗରିକ ମାନେ ଅଂଶଗ୍ରହଣ କରିଥିଲେ l ଶେଷରେ ପାଲା ଗାୟକ ଶ୍ରୀଧର ବିଶ୍ୱାଳ ଓ ତାଙ୍କ ସାଥୀ ମାନଙ୍କ ଦ୍ୱାରା ବରିଷ୍ଠ ନାଗରିକ ମାନଙ୍କ ଉପରେ ପାଲା ପରିବେଷଣ କରିଥିଲେ l

କାର୍ଯ୍ୟକ୍ରମ ରେ କୂଳକଇଜଙ୍ଗl ପୂର୍ବତନ ସରପଞ୍ଚ ଦିବାକର ନାୟକ ଓ ସଂଖପୁର ବରିଷ୍ଠ ନାଗରିକ ମଞ୍ଚର ସଭାପତି ହୃଦାନନ୍ଦ ଜେନା ଏବଂ କୁଳକଇଜଙ୍ଗା ବରିଷ୍ଠ ନାଗରିକ ମଞ୍ଚର ସଭାପତି ଯୁଝିଷ୍ଠିର ଦାସ ଙ୍କୁ ବିଡ଼ିଓ ପତି ଉପଢୌକନ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ l ଦିବାକର ନାୟକ ଙ୍କୁ ଉପହାର ପ୍ରଦାନ କରାଯାଇଥିଲା କାର୍ଯ୍ୟକ୍ରମ ପରିଚାଳନାରେ ବିଶ୍ୱଜିତ ବିଶ୍ୱାଳ, ସିଦ୍ଧାର୍ଥ ଦାସ, ରମାକାନ୍ତ ଖୁଣ୍ଟିଆ, ରଞ୍ଜନ କୁମାର ସିଂହ, ପ୍ରଦୀପ୍ତ ମହାପାତ୍ର, ରଶ୍ମିତା ସାହୁ, ସସ୍ମିତା ଓଝା, ସସ୍ମିତା ବେହେରା, ପ୍ରଭାତ ସାହୁ, ପ୍ରତାପ ରୁଦ୍ର ନନ୍ଦ ନିବେଦିତା ପ୍ରଧାନ ସହାୟକ ଥିଲେ l


No Result
View All Result