୨୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା :-> ୧୬ନମ୍ବର ଜାତୀୟ ରାଜପଥ ଜଂକିଆ ଠାରେ ଦୁର୍ଘଟଣା । ଟ୍ରକ ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ । ମୃତକ ଜଣଙ୍କ ରଣପୁର ଥାନା ଅନ୍ତର୍ଗତ କଂଙ୍କିଆ ବରମୂଳ ଗ୍ରାମର ବୀଣା ପରିଡା । ସୂତନାରୁ ଜଣାପଡିଛି ମୃତକ ଜଣଙ୍କ ତାଙ୍କ ଝିଅ ଘର କୁରାଢମଲ ଗ୍ରାମକୁ ଯାଇଥିଲେ । ସେ ବସ ଯୋଗେ ନିଜ ଗ୍ରାମକୁ ଫେରୁଥିଲେ ।
ମୃତକ ଜଣଙ୍କ ଜଂକିଆ ଠାରେ ଓହ୍ଲାଇ ରାସ୍ତା ପାର ହେଉଥିବା ବେଳେ ରାମେଶ୍ୱର ପଟୁ ଖୋର୍ଦ୍ଧା ପଟକୁ ଆସୁଥିବା ଏକ ଟ୍ରକ ମହିଳା ଜଣଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ମହିଳା ଜଣଙ୍କର ମୃତ୍ୟୁ ଘଟିଛି । ଘଟଣା ସ୍ଥଳରେ ଜଂକିଆ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ଖୋର୍ଦ୍ଧା ମେଡ଼ିକାଲ କୁ ପଠାଇଛି ଏବଂ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରି ଡ୍ରାଇଭର କୁ ଥାନାରେ ଅଟକ ରଖି ତଦନ୍ତ କରୁଛି ।