୨୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପୁସ୍ତକ ପାଠ ରୁ ଜ୍ଞାନ ଆହରଣ ହୋଇଥାଏ ମାତ୍ର ପ୍ରତ୍ୟେକ୍ଷ ଜ୍ଞାନ ଅର୍ଜନ ପାଇଁ ଅନୁଭୂତି ଦରକାର ହୋଇଥାଏ ବୋଲି ଅତିବଡ଼ି ଜଗନ୍ନାଥ ଦାସ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦ୍ୱାରିକାନାଥ ବିଶ୍ଵାଳ ଛାତ୍ରଛାତ୍ରୀ ଙ୍କ ବ୍ୟବସାୟ ପ୍ରତିଷ୍ଠାନ ଭ୍ରମଣ ଅବସରରେ ପ୍ରକାଶ କରିଥିଲେ । ଅତିବଡ଼ି ଜଗନ୍ନାଥ ଦାସ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଧନ୍ଦାମୂଳକ ଶିକ୍ଷା (ରିଟେଲ୍) ର ନବମ ଓ ଦଶମ ଶ୍ରେଣୀର 70 ଜଣ ଛାତ୍ରଛାତ୍ରୀ ତାଲିମ୍ ନେବା ପାଇଁ ପୁରୀ ର ବିଭିନ୍ନ ବାଣିଜ୍ୟକ ପ୍ରତିଷ୍ଠାନ ପରିଦର୍ଶନ ରେ ଆସିଥିଲେ ।

ଶିକ୍ଷକ ଜଗଦୀଶ ମିଶ୍ର, ସୁନୀଲ କୁମାର ସ୍ଵାଇଁ ଓ ଶିକ୍ଷୟତ୍ରୀ ଶଙ୍ଖ ଶ୍ରାବଣୀ ଦାଶ ଙ୍କ ତତ୍ତ୍ଵାବଧାନ ରେ ଛାତ୍ରଛାତ୍ରୀମାନେ ବିଭିନ୍ନ ବାଣିଜ୍ଯକ ପ୍ରତିଷ୍ଠାନ ରେ ପ୍ରବେଶ କରି ମାର୍କେଟିଂ ମ୍ୟାନେଜର, ଷ୍ଟୋର କିପର,କ୍ୟାସିୟର ଓ ସେଲସ୍ ଏକଜିକ୍ୟୁଟିଭ ମାନଙ୍କ ସହିତ ପ୍ରତ୍ୟକ୍ଷ ଭାବେ ଯୋଗଯୋଗ କରିଥିଲେ ଏବଂ ଷ୍ଟୋର ରେ ସେମାନଙ୍କର ଦାୟିତ୍ଵ, କର୍ତ୍ତବ୍ୟ, ବିକ୍ରି,ଖରିଦ୍ ଓ ସମାଗ୍ରୀ ର ଭଣ୍ଡାର ପରିଚାଳନା ସମ୍ପର୍କରେ ପଚାରି ବୁଝିଥିଲେ । କ୍ରେତା ବିକ୍ରେତା ମାନଙ୍କ ମଧ୍ୟରେ ଉପଯୁକ୍ତ ସମ୍ପର୍କ ଓ ଉତ୍ତମ ବ୍ୟବହାର କିପରି ବ୍ୟବସାୟ ବୃଦ୍ଧିରେ ସହାୟକ ହୋଇଥାଏ ମଧ୍ଯ ପଚାରି ବୁଝିଥିଲେ ।

ଛାତ୍ରଛାତ୍ରୀମାନେ ରିଟେଲ୍ କ୍ଷେତ୍ରରେ କିପରି ଭାବେ ସ୍ୱାବଲମ୍ବୀ ଓ ଆତ୍ମ ନିର୍ଭରଶୀଳ ହୋଇ ପାରିବେ ପ୍ରତ୍ୟେକ୍ଷ ଭାବେ ଅଭିଜ୍ଞତା ପାଇ ପରିଶେଷରେ ବାଣିଜ୍ୟିକ ଶିଳ୍ପର ପରିଚାଳନା ଅଧିକାରୀ ଓ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଇ ବିଦ୍ୟାଳୟକୁ ଫେରିଯାଇଥିଲେ।ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଛାତ୍ରଛାତ୍ରୀ ଙ୍କର ଅନେକ ଜିନିଷ ଜାଣିବାର ଆଗ୍ରହ କୁ ଆଗରେ ରଖି ସିଧାସଳଖ ଅନେକ ଅନୁଷ୍ଠାନ ବିକ୍ରୟ କେନ୍ଦ୍ର ସହିତ ଯୋଗସୂତ୍ର ରଖି ପାରିଥିଲୁ ।ପ୍ରତ୍ୟକ ଅନୁଷ୍ଠାନ ପ୍ରତ୍ୟକ୍ଷ ଭାବରେ ଆମକୁ ସାହାଯ୍ୟ କରିଥିବାରୁ ଧନ୍ୟବାଦ । ପିଲାମାନଙ୍କ ନୂଆ ତଥ୍ୟ ଜାଣିବାର ଆଗ୍ରହ ନିଶ୍ଚିତ ଭାବରେ ଆଗାମୀ ଦିନରେ ଏକ ସୁନ୍ଦର ଓ ଉଜ୍ୱଳ ଭବିଷ୍ୟତ ତିଆରି କରି ପାରିବ ।