• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଇଡିସି କବଜାରେ କୋଣାର୍କ ବନବିଭାଗ, ସଠିକ ପ୍ରକ୍ରିୟାରେ ନିର୍ବାଚନ ନୋହିଲା : ବେଆଇନ ଭାବେ ପୁରୁଣା କମିଟିକୁ ପୁନଃ ଅବସ୍ଥାପିତ କଲା ବନ ବିଭାଗ – ଉଚ୍ଚସ୍ତରୀୟ ତଦନ୍ତ ଦାବି  

Proprietor Abhimanyu Maharana by Proprietor Abhimanyu Maharana
September 22, 2024
in ଓଡ଼ିଶା, ପୁରୀ, ହୋମ୍
0
ଇଡିସି କବଜାରେ କୋଣାର୍କ ବନବିଭାଗ, ସଠିକ ପ୍ରକ୍ରିୟାରେ ନିର୍ବାଚନ ନୋହିଲା : ବେଆଇନ ଭାବେ ପୁରୁଣା କମିଟିକୁ ପୁନଃ ଅବସ୍ଥାପିତ କଲା ବନ ବିଭାଗ – ଉଚ୍ଚସ୍ତରୀୟ ତଦନ୍ତ ଦାବି  
Share on FacebookShare on TwitterWhatsapp

୨୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ  :-> ଗୋପ ବ୍ଲକ ଅଧିନସ୍ଥ ତରକୋର ଗ୍ରାମ ପଞ୍ଚାୟତର ବାଲିକପିଳେଶ୍ବର ସ୍ଥିତ ମେଡିକାଲ ଠାରେ ବନବିଭାଗ ପକ୍ଷରୁ ବାଲିକପିଳେଶ୍ବର ବନ ସୁରକ୍ଷା କମିଟିର କାର୍ଯ୍ୟକାରୀ କମିଟି ଓ ସଭାପତି ନିର୍ବାଚନ ଗଣତାନ୍ତ୍ରିକ ବିଧି ବ୍ଯବସ୍ଥା ମାଧ୍ୟମରେ କରା ନ ଯାଇ ବେଆଇନ ଭାବେ ବନ ବିଭାଗ ପୁରୁଣା କମିଟିକୁ ପୁନଃ ଅବସ୍ଥାପିତ କରିବା ଘଟଣାକୁ ନେଇ ସୁରକ୍ଷା କମିଟିର କିଛି ସଭ୍ୟ, ବୁଦ୍ଧିଜୀବୀ ଓ ପରିବେଶବିତ ମାନେ ନାପସନ୍ଦ କରିବା ସହ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି।

ଖବରରୁ ପ୍ରକାଶ ଯେ ଗତ ୨୦୨୪ ମସିହା ଏପ୍ରିଲ ମାସ ଠାରୁ ବାଲିକପିଳେଶ୍ବର ଇଡିସି କମିଟିର ୩ବର୍ଷ କାର୍ଯ୍ୟ ଅବଧି ଶେଷ ହେବା ପରେ କୋଣାର୍କ ବନବିଭାଗ ପକ୍ଷରୁ ନୋଟିସ ମାଧ୍ୟମରେ ଇଡିସି ଅଧିନସ୍ଥ ୧୪ ଗୋଟି ଗ୍ରାମର ବନ ସୁରକ୍ଷା କମିଟିର ସଦସ୍ୟ ସଦସ୍ୟା ମାନଙ୍କୁ ନୂତନ ଇଡିସି କମିଟିର କାର୍ଯ୍ୟକାରୀ କମିଟି ଓ ସଭାପତି ନିର୍ବାଚନ ପାଇଁ ଅବଗତ କରାଯାଇଥିଲା। ଏହି ନୋଟିସ ଜାରି ହେବାର ୧୫ଦିନ ମଧ୍ୟରେ ନୂତନ କମିଟି ଗଠନ ନେଇ କୌଣସି ମତାମତ ନ ଆସିବାରେ କୋଣାର୍କ ବନବିଭାଗ ପକ୍ଷରୁ ଦ୍ବିତୀୟ ଥର ପାଇଁ ନୋଟିସ ଜାରି କରାଯାଇଥିଲା।

ବିଭାଗୀୟ ନୋଟିସ ମୁତାବକ ବାବା ବାଲିକପିଳେଶ୍ବର ପୀଠ ସନ୍ନିକଟ ଗୋଷ୍ଠୀ ଗୃହ ଠାରେ ବାଲିକପିଳେଶ୍ବର ଇଡିସିର ନୂତନ କର୍ମକର୍ତ୍ତା ନିର୍ବାଚନ କୋଣାର୍କ ବନାଚଂଳ ଅଧିକାରୀ ସୁଦର୍ଶନ ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନ ସମ୍ବନ୍ଧୀୟ ବୈଠକରେ ଇଡିସି ଅଧିନସ୍ଥ ଖାଲକଟାପାଟଣା, ଟିକନା, କାନପୁର ଓ ବରପଦା ସମେତ ୧୪ଗୋଟି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ସଦସ୍ୟ ଅନୁପସ୍ଥିତି ଥିବା ବେଳେ କେତେକ ଛାମୁଆ ଓ ଆଗ ଧାଡିର ସୁରକ୍ଷା କମିଟିର ପ୍ରାୟ ୨୦୦ ଜଣ ସଦସ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।

ସରକାରୀ ନିୟମ ଅନୁଯାୟୀ ପ୍ରଥମେ ଇଡିସି କମିଟିର କାର୍ଯ୍ୟକାରୀ କମିଟି ସଭ୍ୟ ନିର୍ବାଚିତ ହେବାର ୭ଦିନ ପରେ ସଭାପତି ନିର୍ବାଚନ ହେବାର ବିଧି ବ୍ଯବସ୍ଥା ରହିଛି। ମାତ୍ର ବନବିଭାଗ ପକ୍ଷରୁ ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ବାଲିକପିଳେଶ୍ବର ଇଡିସିର ନିର୍ବାଚନ ପ୍ରକ୍ରିୟାରେ ଉପସ୍ଥିତ କେତେକ ସଭ୍ୟ ନୂତନ କାର୍ଯ୍ୟକାରୀ କମିଟି ନିର୍ବାଚନ କରିବା ପାଇଁ ମତାମତ ବ୍ୟକ୍ତ କରିଥିଲେ ମଧ୍ଯ ପୂର୍ବରୁ ପ୍ରସ୍ତୁତ ଯୋଜନା ମୁତାବକ ସେମାନଙ୍କ କଥାକୁ ଗୁରୁତ୍ବ ଦିଆଯାଇ ନ ଥିବା କେତେକ ସଭ୍ୟ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ଏହି ବୈଠକରେ ଉପସ୍ଥିତ ଥିବା କେତେକ ସଭ୍ୟଙ୍କ କଥାକୁ ଗୁରୁତ୍ବ ନ ଦେବାରେ ସେମାନେ ହୋହାଲ୍ଲା କରି ସେଠାରୁ ଫେରିଯାଇଥିବା ଦେଖିବାକୁ ମିଳିଥିଲା।

ଫଳରେ କୋଣାର୍କ ବନବିଭାଗ ପକ୍ଷରୁ ଗଣତାନ୍ତ୍ରିକ ବିଧି ବ୍ଯବସ୍ଥା ମାଧ୍ୟମରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସଠିକ ଭାବେ କରା ନ ଯାଇ ପୂର୍ବରୁ କାର୍ଯ୍ୟ କରୁଥିବା କମିଟିକୁ ବେଆଇନ ଭାବେ ପୁନଃ ଅବସ୍ଥାପିତ କରିବା ଘଟଣାକୁ ବୁଦ୍ଧିଜୀବୀ ଓ ପରିବେଶବିତ ମହଲରେ ନାପସନ୍ଦ କରାଯାଇଛି। ନିର୍ବାଚନ ପ୍ରକ୍ରିୟା ମାଧ୍ୟମରେ ସୁରକ୍ଷା କମିଟିର କାର୍ଯ୍ୟକାରୀ କମିଟି ଗଠନ କରା ନ ଯାଇ ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ବନ ସୁରକ୍ଷା କମିଟି ବୈଠକରେ ବିନା ନିର୍ବାଚନରେ କୌଣସି ମହିଳା ସଦସ୍ୟା ଓ ଅଧିକାଂଶ ସଦସ୍ଯ ମାନଙ୍କ ଅନୁପସ୍ଥିତିରେ ସଭାପତି ମନୋନୀତ କରାଯିବା କେତେଦୂର ଆଇନ ସମ୍ମତ ତାହା ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ଏଠାରେ ପ୍ରକାଶ ଥାଉ କି ବାଲିକପିଳେଶ୍ବର ଇଡିସିରୁ ଲିଆଖିଆ, ବରପଦା ଓ କାନପୁର ଗ୍ରାମକୁ ଅଲଗା କରିବା ପାଇଁ ମାନ୍ୟବର ଓଡିଶା ଉଚ୍ଚନ୍ୟାୟାଳୟ ରେ ଏକ ମାମଲା ବିଚାରାଧୀନ ଥିବା ବେଳେ ବନ ବିଭାଗ ପକ୍ଷରୁ ଇଡିସି ପୁନଃ ଗଠନ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି ସୁତନ ଗ୍ରାମର ୧୫୦ରୁ ଉର୍ଦ୍ଧ୍ବ ସୁରକ୍ଷା କମିଟିର ସଦସ୍ୟ ବାଲିକପିଳେଶ୍ବର ଇଡିସି ରୁ ଅଲଗା ହେବା ପାଇଁ ପୁରୀ ଜିଲ୍ଲା ବନ ଅଧିକାରୀ ଓ କୋଣାର୍କ ବନାଚଂଳ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏଯାବତ ସେମାନଙ୍କ କଥାକୁ ବିଚାରକୁ ନିଆ ନ ଯାଇ ଇଡିସି ନିର୍ବାଚନକୁ ନେଇ ସାଧାରଣରେ ନାପସନ୍ଦ କରାଯାଇଛି।

ଗତ ୨୦୦୬ ମସିହାରେ ଜୋର ଜବରଦସ୍ତ ଭାବେ ୧୪ଗୋଟି ଗ୍ରାମକୁ ଇଡିସିରେ ସାମିଲ କରିବାକୁ ନେଇ ଅନୁଷ୍ଠିତ ବୈଠକରେ ବିରୋଧ ଓ ହୋହାଲ୍ଲା କରାଯାଇଥିବା ଦେଖିବାକୁ ମିଳିଥିଲା। ଏହି ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା ନ ରହିବା, କୌଣସି ମହିଳା ସଦସ୍ୟା ଙ୍କୁ ଡକା ନ ଯିବା, ହାଇକୋର୍ଟରେ ମାମଲା ବିଚାରଧୀନ ଥାଇ ଇଡିସି କମିଟି ପୁନଃ ଗଠନ ସହ ଅଧିକାଂଶ ସଦସ୍ୟ ସଦସ୍ୟା ଅନୁପସ୍ଥିତି ଥାଇ ନିର୍ବାଚନ ବଦଳରେ ସଭାପତି ମନୋନୟନ ଘଟଣାର ରାଜ୍ୟ ସରକାରଙ୍କ ବନ ବିଭାଗର ବିଭାଗୀୟ ମନ୍ତ୍ରୀ, ସଚିବ, ପୁରୀ ଜିଲ୍ଲାପାଳ ଓ ପୁରୀ ଜିଲ୍ଲା ବନ ଅଧିକାରୀ ଦୃଷ୍ଟି ଦେଇ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ସଦସ୍ୟ ରବିନ୍ଦ୍ର ନାଥ ବେହେରା, ଛବିନ୍ଦ୍ର ବେହେରା, ପ୍ରହଲ୍ଲାଦ ବେହେରା, ଟୁଲୁରାଜ ଭୋଇ, କୃଷ୍ଣଚନ୍ଦ୍ର କାଣ୍ଡି, ଭାସ୍କର ରାଉତ ଓ ମଦନ ମହାପାତ୍ରଙ୍କ ସମେତ ଶତାଧିକ ସଦସ୍ୟ ପ୍ରମୁଖ ଦାବି କରିଛନ୍ତି।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାଜ୍ୟସଭା ନିର୍ବାଚନରେ ବିଧାୟକଙ୍କ କ୍ରସ ଭୋଟିଂ ପ୍ରସଙ୍ଗ ସଭ୍ୟପଦ ରଦ୍ଦ ଆବେଦନ ଖାରଜ କରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବାଚସ୍ପତି : ବିଜେଡି

ରାଜ୍ୟସଭା ନିର୍ବାଚନରେ ବିଧାୟକଙ୍କ କ୍ରସ ଭୋଟିଂ ପ୍ରସଙ୍ଗ ସଭ୍ୟପଦ ରଦ୍ଦ ଆବେଦନ ଖାରଜ କରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବାଚସ୍ପତି : ବିଜେଡି

June 22, 2026
ଭୁବନେଶ୍ୱରରେ ବେଆଇନ ଭେଣ୍ଡିଙ୍ଗ ଜୋନ ନେଇ ବଢୁଛି ପ୍ରଶ୍ନ – କାହା ସ୍ୱାର୍ଥରେ ଚାଲିଛି ନିର୍ମାଣ..?

ଭୁବନେଶ୍ୱରରେ ବେଆଇନ ଭେଣ୍ଡିଙ୍ଗ ଜୋନ ନେଇ ବଢୁଛି ପ୍ରଶ୍ନ – କାହା ସ୍ୱାର୍ଥରେ ଚାଲିଛି ନିର୍ମାଣ..?

June 22, 2026
ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

June 22, 2026
ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାଜ୍ୟସଭା ନିର୍ବାଚନରେ ବିଧାୟକଙ୍କ କ୍ରସ ଭୋଟିଂ ପ୍ରସଙ୍ଗ ସଭ୍ୟପଦ ରଦ୍ଦ ଆବେଦନ ଖାରଜ କରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବାଚସ୍ପତି : ବିଜେଡି

ରାଜ୍ୟସଭା ନିର୍ବାଚନରେ ବିଧାୟକଙ୍କ କ୍ରସ ଭୋଟିଂ ପ୍ରସଙ୍ଗ ସଭ୍ୟପଦ ରଦ୍ଦ ଆବେଦନ ଖାରଜ କରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବାଚସ୍ପତି : ବିଜେଡି

June 22, 2026
ଭୁବନେଶ୍ୱରରେ ବେଆଇନ ଭେଣ୍ଡିଙ୍ଗ ଜୋନ ନେଇ ବଢୁଛି ପ୍ରଶ୍ନ – କାହା ସ୍ୱାର୍ଥରେ ଚାଲିଛି ନିର୍ମାଣ..?

ଭୁବନେଶ୍ୱରରେ ବେଆଇନ ଭେଣ୍ଡିଙ୍ଗ ଜୋନ ନେଇ ବଢୁଛି ପ୍ରଶ୍ନ – କାହା ସ୍ୱାର୍ଥରେ ଚାଲିଛି ନିର୍ମାଣ..?

June 22, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version