No Result
View All Result
୨୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ଚଳିତ ବର୍ଷ ରାଜ୍ୟ ସରକାର ଙ୍କ ପକ୍ଷରୁ ପ୍ରଥମ ଥର ପାଇଁ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ 2024-25, ମଣ୍ଡଳ ସ୍ତରୀୟ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଗୋପ ଶିକ୍ଷା ମଣ୍ଡଳ ସ୍ତରୀୟ ପ୍ରତିଯୋଗିତା ଟି ଗୋପ ନିଗମାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା l ଏହାକୁ ଆନୁଷ୍ଠାନିକ ଭାବେ ଗୋପ ମଣ୍ଡଳ ଶିକ୍ଷାଧିକାରୀ ଙ୍କ ଦ୍ଵାରା ଉଦଘାଟିତ କରାଯାଇଥିଲା l ଏହା କାର୍ଯ୍ୟକ୍ରମ ଦ୍ଵାରା ବିଦ୍ୟାର୍ଥୀର ସୃଜନୀଶକ୍ତି, ଚିନ୍ତନ ଓ ପ୍ରତିଭା ପ୍ରଦର୍ଶନର ବଳିଷ୍ଠ ମାଧ୍ୟମ ରୂପେ ବିବେଚିତ ହୋଇଥାଏ। ପ୍ରବନ୍ଧ, ଲିଖନ, ବକ୍ତୃତା, ଚିତ୍ରାଙ୍କନ, ସଂଗୀତ ଜ୍ଞାନ ବିଜ୍ଞାନ ଆଦି ବିଷୟରେ କିପରି ଆଗ୍ରହ ପ୍ରକାଶ ପାଇବ ସେଥିପାଇଁ ପ୍ରତିଯୋଗିତା ହୋଇଥିଲା l ଏହି ପ୍ରତିଯୋଗିତା ଦ୍ଵାରା ପ୍ରତିଯୋଗୀଙ୍କର ବୌଦ୍ଧିକ ପ୍ରଗତିକୁ ତ୍ବରାନ୍ବିତ କରିଥାଏ ବୋଲି ଉପସ୍ଥିତ ବିଶିଷ୍ଟ ଶିକ୍ଷାବିତି ମାନେ ମତବ୍ୟକ୍ତ କରିଥିଲେ ।
ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଆନୁକୂଲ୍ୟରେ ଆୟୋଜିତ ଏହି ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ଗୋପ ବ୍ଳକର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରୁ ପ୍ରାୟ ୪୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ବିଭିର୍ନ୍ନ ବର୍ଗ ରେ ବିଭାଜନ ହୋଇଥିବା ଶ୍ରେଣୀ ଗୁଡିକ ହେଲା :- ତୃତୀୟ ରୁ ପଞ୍ଚମ ଶ୍ରେଣୀ ଉପକନିଷ୍ଠ ଭାବେ ଥିବାବେଳେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ କନିଷ୍ଠ ଶ୍ରେଣୀର ଅନ୍ତର୍ଭୁକ୍ତ ଥିବାବେଳେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବରିଷ୍ଠ ବର୍ଗରେ ବିଭାଜିତ କରାଯାଇ ଜ୍ଞାନବିଜ୍ଞାନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ମଣ୍ଡଳ ଶିକ୍ଷାଧିକାରୀଙ୍କ ପକ୍ଷରୁ ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ସହିତ ଶିକ୍ଷା ଉପକରଣ କିଟ୍ ପ୍ରଦାନ କରାଯାଇଥିଲା ।
ମଣ୍ଡଳ ଶିକ୍ଷା ଅଧିକାରୀ ସୁଶୀଳ କୁମାର ବ୍ରହ୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବ ରେ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ୍ ପ୍ରଭାସ ଚନ୍ଦ୍ର ମିଶ୍ର, ଶିକ୍ଷାବିତ୍ ହରିହର ରଥ ଓ ଶିକ୍ଷାବିତ୍ ବ୍ରହ୍ମାନନ୍ଦ ଦାଶ ପ୍ରଭୁତି ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ଏଥିରେ ଗୋପ ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ବେଣୁଧର ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଶିକ୍ଷାଧିକାରିଣୀ ବିନୋଦିନୀ ମହାପାତ୍ର, ଅତିରିକ୍ତ ଶିକ୍ଷାଧିକାରିଣୀ ପୁଷ୍ପମିତ୍ରା ମିଶ୍ର ଅତିରିକ୍ତ ଶିକ୍ଷାଧିକାରୀ ଅଶୋକ କୁମାର ବେହେରା, ଆୟୋଜନ କାରୀ ଶିକ୍ଷାନୁଷ୍ଠାନ ର ପ୍ରଧାନଶିକ୍ଷକ ସୁବାସ ଚନ୍ଦ୍ର ପ୍ରଧାନଙ୍କ ସମେତ ସମସ୍ତ ସହକାରୀ ଶିକ୍ଷକ, ଗୋପ କ୍ଲଷ୍ଟର ସିଆରସିସି ଦୀପକ କୁମାର ସେନାପତି, ଆଲୋକ ରଞ୍ଜନ ପ୍ରଧାନ, ସୁବ୍ରଜିତ ନାୟକ ପ୍ରଭୁତି ପରିଚାଳନା ଦାୟିତ୍ୱ ରହିଥିଲେ l
No Result
View All Result