No Result
View All Result
୨୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ଉପର ବାଲିଯାତ୍ରା ପଡିଆରେ ଦୀର୍ଘ ପନ୍ଦର ଦିନ ଧରି କଟକ – ଭୁବନେଶ୍ୱର ଦୈତନଗରୁ ପକ୍ଷରୁ ଚାଲିଥିବା ଗଣେଶ ମହୋତ୍ସବ ଉଦଯାପିତ ହୋଇଛି । ଗଣେଶ ପୂଜା କମିଟିର ମୁଖ୍ୟ ଉପଦେଷ୍ଟା ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ କହିଲେ ଯେ, ଭାଇଚାରାର ସହର କଟକ ସହର ସଂସ୍କୃତି ସହର ।
କଟକ ମାଟି ସହିତ କଟକ ସହର ବାସୀଙ୍କ ନିବିଡ଼ ସଂପର୍କ ରହିଛି । ଏହିମାଟିରେ ହୋଇଆସୁଥିବା ଗଣେଶ ମହୋତ୍ସବର ଉନ୍ନତି ପାଇଁ ସହାୟତା ଯୋଗାଇ ଦିଆଯିବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ବିନୋଦ ଦାସ, ଆଇନଜୀବୀ ଗୌର ଚନ୍ଦ୍ର ମହାପାତ୍ର, କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ ,
ବିଦ୍ୟାଧର ପ୍ରଧାନ,ଭଗବାନ ବିଶ୍ୱାଳ , କ୍ଷୀରୋଦ କୁମାର ସାହୁ, ଦିଲିପ କୁମାର ବିଶ୍ୱାଳ ପ୍ରମୁଖ ଯୋଗଦେଇ ଥିଲେ । ଦୈତନଗରୀ ଗଣେଶପୂଜା କମିଟିର ସଭାପତି ସରୋଜ ସିଂହ ସ୍ୱାଗତ ଭାଷଣ ଦେଇଥିଲେ । ଉଦଯାପନୀ ଉତ୍ସବରେ ବିଶିଷ୍ଟ ବ୍ୟକ୍ତି, ସାମ୍ବାଦିକ, ନୃତ୍ୟ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଅନୁଷ୍ଠାନ ପକ୍ଷରୁ ପୂର୍ବତନ ବିଜେପି ଜିଲ୍ଲା ପରିଷଦ ସଭ୍ୟ ତଥା ଦୈତନଗରୀଗଣେଶପୂଜା କମିଟିର ବରିଷ୍ଠ କର୍ମକର୍ତ୍ତା ଅଜୟ କୁମାର ମୁଦୁଲି , ହିମାଂଶୁ ଶେଖର ସାହୁ , ସୁନିଲ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ଓଡିଶୀ ନୃତ୍ୟ ଶିଳ୍ପୀ ମାନେ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ ।
No Result
View All Result