No Result
View All Result
୨୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଅବସରରେ ୧୯ ସେପ୍ଟେମ୍ବର ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ଅର୍ବାନ ହାଟ ଠାରେ ଉଦଘାଟିତ ହୋଇଥିଲା ବିକାଶ ମେଳା।ଓରମାସ ପକ୍ଷରୁ ଆୟୋଜିତ ଏହି ମେଳାରେ ବିଭିନ୍ନ ବିଭାଗ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ୭୦ ଟି ଷ୍ଟଲ ଲାଗିଛି ।ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା,ଆଇନ,ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଏହି ବିକାଶ ମେଳା କୁ ପରିଦର୍ଶନ କରି ଥିଲେ ।
ଓରମାସ ର ନିର୍ଦ୍ଦେଶକ ତଥା ସିଇଓ ଗୁହା ପୁନମ ତାପସ କୁମାର, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ,ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳ ମାଧବ ଭୋଇ, ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି,ଉପ ଜିଲ୍ଲାପାଳ ଗୋପୀନାଥ କୁଅଁର,ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ପ୍ରମୁଖ ସମସ୍ତ କାର୍ଯ୍ୟ ର ତଦାରଖ ଓ ତତ୍ତ୍ୱାବଧାନ କରିଥିଲେ ।
ମେଳା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ।ପ୍ରତ୍ୟହ ସକାଳ ୧୦ ଟାରୁ ରାତି ୯ ଘଟିକା ପର୍ଯ୍ୟନ୍ତ ମେଳା ଖୋଲା ରହୁଛି ।ଏହି ମେଳାରେ ପଞ୍ଚାୟତିରାଜ ଓ ପାନୀୟ ଜଳ, ସ୍ୱାସ୍ଥ୍ୟ, ବିଦ୍ୟାଳୟ ଓ ଗଣଶିକ୍ଷା, ସୂଚନା ଓ ଲୋକ ସମ୍ପର୍କ, ପର୍ଯ୍ୟଟନ, ଶିଶୁ ସୁରକ୍ଷା, ଶିଳ୍ପ କେନ୍ଦ୍ର, ସାମାଜିକ ସୁରକ୍ଷା, ସାମାଜ କଲ୍ୟାଣ, କୃଷି, ମତ୍ସ୍ୟ ଓ ପଶୁ ସମ୍ବଳ,ୟୂକୋ ବ୍ୟାଙ୍କ ସହ ମିଶନ ଶକ୍ତି ର ଷ୍ଟଲ ଖୋଲା ଯାଇଛି । ଏହି ମେଳାକୁ ସାଧାରଣ ଲୋକ, ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ପ୍ରମୁଖ ପରିଦର୍ଶନ କରିବା ସହ ବିଭିନ୍ନ ସାମଗ୍ରୀ କ୍ରୟ କରିବାର ଦେଖା ଯାଉଛି ।
No Result
View All Result