ଓଡିଶା ତାଜା ନ୍ୟୁଜ୍ (୧୬ ଅଗଷ୍ଟ ରବିବାର) ଜଟଣୀ :- ଚଳିତ ବର୍ଷ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ଶ୍ରୀ ସୋମନାଥ ବାଲୁଙ୍କେଶ୍ୱରଦେବ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ସଫଳତା ଲାଭ କରିଛି . ପରୀକ୍ଷା ଦେଇଥିବା ୫୫ ଜଣ ଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୨ ଜଣ , ଦ୍ଵିତୀୟ ଶ୍ରେଣୀରେ ୧୫ ଜଣ, ତୃତୀୟ ଶ୍ରେଣୀରେ ୨୦ ଜଣ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି .
ଏମାନଙ୍କ ମଧ୍ୟରେ ରୂପଶ୍ରୀ ମଙ୍ଗରାଜ ରୋଲନମ୍ବର ୩୬୨ ଏମ, ଏ୦୧୨ ସର୍ବାଧିକ ୪୭୬ ନମ୍ୱର ରଖି ପ୍ରଥମସ୍ଥାନ ଅଧିକାର କରିଛନ୍ତି । ଅଞ୍ଜନା ଜେନା ରୋଲନମ୍ବର ୩୬୨ଏମ ,ଏ୦୧୬.୪୪୨ ନମ୍ବର ରଖି ଦ୍ଵିତୀୟ ସ୍ଥାନ ଓ ନିବେଦିତା ପ୍ରଧାନ ରୋଲନମ୍ବର ୩୬୨ ଏମ ଏ୦୧୩ , ୪୩୧ ନମ୍ବରରଖି ତୃତୀୟସ୍ଥାନ ଅଧିକାର କରିଛନ୍ତି ।
ଏହି ଅବସରରେ କଲେଜର ଅଧ୍ୟକ୍ଷ ଶ୍ରୀ ସତ୍ୟବ୍ରତ ମହାନ୍ତି ସମସ୍ତ ଛାତ୍ରୀ, ଅଧ୍ୟାପିକା ଓ ଅଧ୍ୟାପକ, କର୍ମଚାରୀ ଏବଂ ଅଭିବାବକଙ୍କୁ ଅଭିନନ୍ଦନ ଜଣାଇଛନ୍ତି . (ରିପୋର୍ଟ ଇଫତେଖାର ଅଲ୍ଲୀ /ଜଟଣୀ)