No Result
View All Result
୨୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପୁରୀ ଜଗନ୍ନାଥ ଷ୍ଟାଡିୟମ ଠାରେ ୪ ର୍ଥ ଏନଟିପିସି ଜାତୀୟ ରାକିଂ ତୀରନ୍ଦାଜ ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ୧୮ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଛି । ଏହି ଟୁର୍ଣ୍ଣାମେଣ୍ଟ କୁ ଶୃଙ୍ଖଳିତ ଓ ସୁଚାରୁ ରୁପେ ପରିଚାଳନା ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପୁରୀ ରେ ଜାତୀୟ ତୀରନ୍ଦାଜ ଟୁର୍ଣ୍ଣାମେଣ୍ଟ ର ଆୟୋଜନ ଏକ ସ୍ୱାଗତ ଯୋଗ୍ଯ ପଦକ୍ଷେପ ।
ପ୍ରଶାସନ ଓ କ୍ରୀଡା ବିଭାଗ ପକ୍ଷରୁ ସହଯୋଗ ଦେବାକୁ ସେ ସୂଚନା ଦେଇଥିଲେ । ବିଭିନ୍ନ ବିଭାଗର ସମନ୍ବୟ ରେ ଏହା ଯେପରି ଭଲ ଭାବରେ ଆୟୋଜିତ ହେବ ସେଥିପାଇଁ ସେ ବିଭାଗୀୟ ଅଧିକାରୀ ମାନ ଙ୍କୁ ପରାମର୍ଶ ଦେଇଥିଲେ । ଓଡିଶା ତୀରନ୍ଦାଜ ଆସୋସିଏସନ ର ସଭାପତି ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି ବିସ୍ତୃତ ସୂଚନା ଦେଇ ସିନିୟର, ଜୁନିୟର ଓ ସବ ଜୁନିୟର ସ୍ତରରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ ଓ ଶ୍ରେଷ୍ଠ ପ୍ରତିଯୋଗୀ ଙ୍କୁ ଏହି ଅବସରରେ ପୁରସ୍କୃତ ମଧ୍ୟ କରାଯିବ ବୋଲି କହିଥିଲେ ।
ଯେହେତୁ ଦେଶର ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ମାନେ ଆସିବେ ସେଥିପାଇଁ ସୁରକ୍ଷା, ଶୃଙ୍ଖଳା ରକ୍ଷା, ସ୍ୱଛତା, ଟ୍ରାଫିକ ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ସିଡିଏମଓ ଡା ରୂପଭାନୁ ମିଶ୍ର, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, କ୍ରୀଡା ସଂସଦର ପୂର୍ବତନ ସମ୍ପାଦକ ରବି ଶଙ୍କର ପ୍ରତିହାରୀ, ରାମଚନ୍ଦ୍ର ଦାସମହାପାତ୍ର , ଓଡ଼ିଶା ତୀରନ୍ଦାଜ ଆସୋସିଏସନ ର ସମ୍ପାଦକ ସମ୍ପୂର୍ଣ୍ଣାନନ୍ଦ ଦାସ, କୋଷାଧ୍ୟକ୍ଷ ସୌରଜିତ ସିଂ,କାର୍ଯ୍ୟକାରୀ କମିଟି ସଦସ୍ୟ ଜିତେନ୍ଦ୍ର ନାଥ ଦାସ, ଶ୍ରଦ୍ଧାନନ୍ଦ ଦାସ,ମଳୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ ।
No Result
View All Result