୨୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :->  ଓଡିଶାରେ ଦୀର୍ଘ ବର୍ଷ ବ୍ୟବଧାନ ପରେ ପ୍ରଥମ କରି ମୋହନ ସରକାର ଆସିଥିବା ରୁ ବିଜେପି ତାର ଶହେ ଦିନ ପୂର୍ତ୍ତି ପୁରୀ ଠାରେ ପାଳନ କରିଛି l ଏହି ଅବସରରେ ସମସ୍ତ ଯୋଜନା ର ରୂପରେଖା ଉପସ୍ଥାପନା କରିଥିଲେ ମୋହନ ଚରଣ ମାଝି l ଏଥିମଧ୍ୟରୁ ତତ୍କାଳୀନ ସରକାର ଙ୍କ ଦ୍ଵାରା ପ୍ରଚଳିତ କିଛି ଯୋଜନା ର ନାମ ପରିବର୍ତ୍ତନ ଓ ରଙ୍ଗ ପରିବର୍ତ୍ତନ ବ୍ୟତୀତ ଅନ୍ୟ କିଛି ନୁହେଁ ବୋଲି ବିରୋଧୀ କହୁଛନ୍ତି l ନୂତନ ଯୋଜନା ମଧ୍ୟରେ କେବଳ ସୁଭଦ୍ରା ଯୋଜନା କୁ ଛାଡିଦେଲେ ଅନ୍ୟ କିଛି ନାହିଁ ବୋଲି ଚର୍ଚ୍ଚା ହେଉଛି l

ସରକାର ଙ୍କ ସପକ୍ଷରେ ଅମୋଘ ଅସ୍ତ୍ର ଭାବେ ସୁଭଦ୍ରା ଯୋଜନାକୁ ଯଦିଓ ପ୍ରୟୋଗ କରିଛନ୍ତି ସତ କିନ୍ତୁ ତାହା କେତେଦୂର ହିତାଧିକାରୀ ଙ୍କ ପାଇଁ ଉପଯୋଗୀ ହେଉଛି ତାହା ସମୟ କହିବ ? ଗତ 4 ତାରିଖ ରୁ ମହିଳାଙ୍କୁ ସୁଭଦ୍ରା ଯୋଜନା ରେ ଅନ୍ତର୍ଭୂକ୍ତ କରିବାପାଇଁ ସ୍ୱତନ୍ତ୍ର ଭାବେ ନୂତନ ୱେବ୍ ସାଇଡ ଯଦିଓ ଉନ୍ମୋଚନ କରାଗଲା କିନ୍ତୁ ତାହା କାର୍ଯ୍ୟକ୍ଷମ ରେ ସେତେଟା ସଫଳତା ଆଣିପାରୁନାହିଁ ଦୈନିକ ବିଭିର୍ନ୍ନ ସମସ୍ୟା ରୁ ପରିଲକ୍ଷିତ ହେଉଛି l ଅଧିକାଂଶ ସମୟରେ ଅନେକ ତ୍ରୁଟି ରହୁଛି ଯାହାଫଳରେ ସାଇଡ ଖୋଲିବା ଠାରୁ ଆରମ୍ଭ କରି ହିତାଧିକାରୀ ଙ୍କ ନାମ ପଞ୍ଜିକୃତ କରିବାରେ ସମସ୍ୟା ଉପୁଜୁଛି l

ବାରମ୍ବାର ସୁଭଦ୍ରା ଯୋଜନା ର ଏସ ଓ ପି ରେ ପରିବର୍ତ୍ତନ ହେତୁ ଅହେତୁକ ବିଳମ୍ବ ହେଉଥିବାରୁ ଅଭିଯୋଗ ଶୁଣିବାକୁ ମିଳୁଛି l ଗତ 15 ଦିନ ହେଵ ବ୍ଲକ କାର୍ଯ୍ୟାଳୟରେ ଥିବା ଅନ୍ୟାନ୍ୟ ବିଭାଗ ଗୁଡିକ ଆଉ ଡାକ ସେବା, ଜନସେବା, ମୋ ସେବା କେନ୍ଦ୍ର, ବ୍ୟାଙ୍କ ଆଦି କାର୍ଯ୍ୟାଳୟ ର କାର୍ଯ୍ୟ ସମ୍ପୂର୍ଣ୍ଣ ଠପ ହୋଇଯାଇଛି କହିଲେ ଚଳେ l ଜଣେ ହିତାଧିକାରୀ ବାରମ୍ବାର ଘରୁ ବାହାରକୁ ଆସୁଥିବାରୁ ଏହାର କୁ ପ୍ରଭାବ ପରିବାର ଉପରେ ମଧ୍ୟ ପଡୁଛି ଆଉ ପାରିବାରିକ ଅଶାନ୍ତି କ୍ରମଶଃ ବୃଦ୍ଧି ପାଉ ଥିବାର ଦେଖିବାକୁ ମିଳୁଛି l ଏପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ନିମାପଡା ବିଜ୍ଞାପିତ ଅଞ୍ଚଳ ଓ ଗୋପ ବ୍ଲକ ର 31 ଟି ପଞ୍ଚାୟତ ପାଇଁ ସୁଭଦ୍ରା ସଚେତନ ରଥ ଘର କୁ ଘର ବୁଲି ମହିଳାଙ୍କୁ ସଚେତନତା କରିବାପାଇଁ ସରକାରୀ ସ୍ତରରେ ଆୟୋଜନ କରାଯାଇଥିଲା l

ଯଦିଓ ଏହା ଗୋଟିଏ ଦିନ ପାଇଁ ନିମାପଡା ର ବିଜ୍ଞାପିତ ଅଞ୍ଚଳର କିଛି ୱାର୍ଡ ବୁଲିବାପରେ ଗୋପ ବ୍ଲକ କୁ ଆସିଥିଲା ସତ କିନ୍ତୁ ମେନ ରୋଡ଼ ସାଇଡ ରେ ଥିବା କିଛି ପଞ୍ଚାୟତ ରେ ଦଳୀୟ ସମର୍ଥକ ଙ୍କ ଦ୍ଵାରା ସ୍ୱାଗତ କରାଯାଇଥିଲା l ବାସ୍ତବ ରେ ତାହା ସମୁଦ୍ର କୁ ଶଙ୍ଖେ ସଦୃଶ ପରି ଲାଗୁଥିଲା । କାହିଁକି ନା ଚାରି ଦିନ ମଧ୍ୟ ରେ 31 ଟି ପଞ୍ଚାୟତ ର ଘରକୁ ଘର ବୁଲିବା କୌଣସି ମତେ ସମ୍ଭବପର ନଥିଲା l ଏଣୁ ସମସ୍ତ ପଞ୍ଚାୟତ ରେ ଥିବା ମହିଳା ଙ୍କ ପାଖରେ ସୁଭଦ୍ରା ସଚେତନ ରଥ ପହଞ୍ଚିପାରିଲାନାହିଁ ଯାହାଫଳରେ ମହିଳାମାନେ ସଚେତନ ହୋଇପାରିଲେ ନାହିଁ l ଯାହାର ପରିଣାମ ସରୂପ ଆଜି ଗୋପ ର ବ୍ଲକ କାର୍ଯ୍ୟାଳୟ, ଦୁଇଟି ଜାତୀୟ ବ୍ୟାଙ୍କ, ପୋଷ୍ଟାଲ, ଜନସେବା ମୋ ସେବା କେନ୍ଦ୍ର ଗୁଡିକ ରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି l

ମୋଟାମୋଟି ଭାବେ କହିବାକୁ ଗଲେ ସୁଭଦ୍ରା ଯୋଜନା ସମ୍ପର୍କ ରେ ବିଭାଗୀୟ ଅଧିକାରୀ କିମ୍ବା ଅନ୍ୟ କୌଣସି ବ୍ୟକ୍ତି ବିଶେଷ ଭାବେ ସମ୍ପୂର୍ଣ୍ଣ ଜ୍ଞାନ ପାଇ ନାହାନ୍ତି ବୋଲି ଜଣା ପଡ଼େ l ଯଦିଓ ବିଭାଗୀୟ ମନ୍ତ୍ରୀ ବାରମ୍ବାର ବିଭିର୍ଣ୍ଣ ଗଣମାଧ୍ୟମ ରେ ସୁଭଦ୍ରା ଯୋଜନା ସମ୍ପର୍କ ରେ ମତାମତ ଦେଇ କହୁଛନ୍ତି ବ୍ୟସ୍ତ ହୁଅନ୍ତୁ ନାହିଁ ଆଦି ଅନେକ ପରାମର୍ଶ ଦେବା ସତ୍ତ୍ୱେ ଟଙ୍କା ଉଠାଇବା ଆଉ ଫର୍ମ ପକାଇବା ପାଇଁ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା ଗୋପ ପି ଏନ ବି ବ୍ୟାଙ୍କ ଶାଖା ସମ୍ମୁଖରେ l ଏତେ ସବୁ ସଚେତନତା ପରେ ବି ମହିଳାମାନେ କାହିଁକି ବ୍ୟକୁଳ ହେଉଛନ୍ତି ସୁଭଦ୍ରା ଯୋଜନା ର ପ୍ରଥମ କିସ୍ତି ଟଙ୍କା ଉଠାଇବାକୁ ତାହା ଏବେ ସନ୍ଦେହ ଘେରରେ l

ମନରେ ଭୟ ରହୁଛି କ।ଳେ କେତେବେଳେ ନୂତନ ଏସ ଓ ପି ଆସିପାରେ ଅଥବା କିଛି ପରିବର୍ତ୍ତନ ହୋଇପାରେ ସେଥିପାଇଁ ମହିଳାମାନେ ଟଙ୍କା ଉଠାଇବାକୁ ଭିଡ଼ କରୁଛନ୍ତି l ଏମିତି ନାନାଦି କଥା ମନକୁ ଆସୁଛି ମହିଳାଙ୍କର ସେଥିପାଇଁ ସକାଳୁ ସକାଳୁ ନିଜର ନିତ୍ୟକର୍ମ ସାରି ଝୁଲାମୁଣୀ ରେ ସମସ୍ତ କାଗଜପତ୍ର ପୁରାଇ ବିଭିର୍ନ୍ନ କାର୍ଯ୍ୟାଳୟ ସମ୍ମୁଖରେ ଲମ୍ବା ଧାଡିରେ ଠିଆ ହେଉଛନ୍ତି l ଏହାଦ୍ଵାରା କଣ ହେଉଛି ଉକ୍ତ କାର୍ଯ୍ୟାଳୟ ରେ ପୂର୍ବରୁ ହେଉଥୁବା ସମସ୍ତ କାର୍ଯ୍ୟ ଗୋଟେ ପ୍ରକାର ର ଠପ ହୋଇ ଯାଉଛି କହିଲେ ଚଳେ l ଏଥିପ୍ରତି ସ୍ଥାନୀୟ ପ୍ରଶାସନ ବି କୌଣସି ପଦକ୍ଷେପ ଗ୍ରହଣ କରିବାରେ ଅସମର୍ଥ ହେଉଛନ୍ତି l ଭିଡ଼ କୁ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ରକ୍ଷା କରିବାପାଇଁ ଗୋପ ଥାନାରେ ଆବଶ୍ୟକୀୟ କର୍ମଚାରୀ ନଥିବା ଫଳରେ ବର୍ତମାନ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କହିଲେ ଚଳେ l

ଟ୍ରାଫିକ ସମସ୍ୟା ଓ ଭିଡକୁ ନିୟନ୍ତ୍ରଣ କରିବାରେ ଗୋପ ଥାନା ଏକ ପ୍ରକାର ଅସଫଳ l ଏଠାରେ ମହିଳାମାନେ ସ୍ୱାବଲମ୍ବୀ ହେଵା ପରିବର୍ତ୍ତେ ମେଡିକାଲ ରେ ଭର୍ତ୍ତି ହେବେ, କାରଣ ଭୀଷଣ ଖରା ରେ ଘଣ୍ଟା ଘଣ୍ଟା ଧରି ଲାଇନ ରେ ଛିଡା ହେବାଳୁ ପଡୁଛି ପିଇବା ପାଇଁ ପାଣି ନଥିବା ଫଳରେ ଶରୀର ଜଳୀୟ ଅଂଶ ହ୍ରାସ ପାଇବାରୁ ଅସୁସ୍ଥ ହେଵା ସ୍ୱାଭାବିକ l ଏଭଳି ଅବ୍ୟବସ୍ଥା ସମ୍ପର୍କ ରେ ଗୋପ ସୁରକ୍ଷା ମଞ୍ଚ ର ସଭାପତି ସଚ୍ଚିଦାନନ୍ଦ ଗୋଛାୟତ ଶାଖା ପରିଚାଳକଙ୍କୁ ଭିଡ଼କୁ କିପରି ପରିଚାଳନା କରିହେଵ ସେ ସମ୍ପର୍କରେ ବିସ୍ତୁତ ଭାବେ ଆଲୋଚନା କରିଛନ୍ତି l ବ୍ୟାଙ୍କ କୁ ଆସିଥିବା ସୁଭଦ୍ରା ଯୋଜନା ର ହିତାଧିକାରୀ ନାମ କୁ ବ୍ୟଙ୍କ ସମ୍ମୁଖରେ ପ୍ରଦର୍ଶିତ କରିଲେ ସୁନିଶ୍ଚିତ ହୋଇଯିବେ ହିତାଧିକାରୀ ମାନେ । ଯାହାଫଳରେ ଆଉ ଅଯଥା ଭିଡ଼ ହୁଅନ୍ତା ନାହିଁ l ତତସହିତ ସାଧାରଣ ରେ ଦାବୀ ହେଉଛି କି ତୁରନ୍ତ ସରକାର ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ନଚେତ ସୁଭଦ୍ରା ଯୋଜନା ରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପରିବର୍ତ୍ତେ ସର୍ବନାଶ ର କାରଣ ହେଵ ବୋଲି ଚର୍ଚ୍ଚା ହେଉଛି l