No Result
View All Result
୧୯ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ନିଖିଳ ଉତ୍କଳ ବିଶ୍ବକର୍ମା ସମିତିର ପୁରୀ ଶାଖା ପାଇଁ ନୂତନ କମିଟି ନିର୍ବାଚିତ ହୋଇଯାଇଛି । ବିଶ୍ବକର୍ମାଙ୍କ ପୂଜା ପରେ ପୁରୁଣା କମିଟିର କାର୍ଯ୍ୟକାଳ ଶେଷ ହୋଇଥିଲା । ଜିଲ୍ଲା ସଭାପତି ଦେବରାଜ ମହାରଣାଙ୍କ ସଭାପତିତ୍ବରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ସଭାପତି ସୂର୍ଯ୍ୟନାରାୟଣ ମହାରଣା ଯୋଗ ଦେଇଥିଲେ । ପୁରୀ ନଗର ନୂଆ ସଭାପତି ଭାବେ ହୃଷିକେଶ ମହାରଣା, ଉପସଭାପତି କୈଳାଶ ଚନ୍ଦ୍ର ମହାରଣା,ସମ୍ପାଦକ ସଚ୍ଚିଦାନନ୍ଦ ମହାରଣା,
କୋଷାଧ୍ୟକ୍ଷ ରମେଶ କୁମାର ମହାରଣା , ସଂଗଠନ ସମ୍ପାଦକ ବିଶ୍ବନାଥ ମହାରଣା, ଗଙ୍ଗାଧର ମହାରଣା, ଦିବାକର ମହାରଣା ଓ ଛବିରାଣୀ ମହାରଣା ନିର୍ବାଚିତ ହୋଇଥିଲେ । ଉପଦେଷ୍ଟା ଭାବେ ରାମଚନ୍ଦ୍ର ମହାରଣାଙ୍କୁ ଚୟନ କରାରାଇଥିଲା । ୧୧ ଜଣ କାର୍ଯ୍ୟକାରୀ ସଭ୍ଯଙ୍କୁ ମଧ୍ଯ ଚୟନ କରାରାଇଥିଲା । ରାଜ୍ୟ ସଭାପତି ନୂଆ କମିଟିକୁ ସ୍ବାଗତ ସହ ଶପଥ ପାଠ କରାଇଥିଲେ । ଏହି ସଂଗଠନରେ ନୂଆ ସଭ୍ଯଙ୍କୁ ଅଧିକ ସଂଖ୍ୟକ ଜାତି ଭାଇ ଭଉଣୀ ମାନଙ୍କୁ ସାମିଲ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ରମେଶ ଚନ୍ଦ୍ର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।
No Result
View All Result