No Result
View All Result
୧୯ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଆଜି ଶ୍ରୀକ୍ଷେତ୍ର ଶରଧାବାଲି ଠାରେ ନୂଆ ବିଜେପି ସରକାର ଗଠନର ୧୦୦ ଦିନ ପୂର୍ତ୍ତି ପାଳନ କରିଛି l ଏଥିରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଲେ୧୦୦ ଦିନମଧ୍ୟରେ ସମସ୍ତ ପ୍ରମୁଖ ପ୍ରତିଶ୍ରୁତି ପାଳନ କରିଛୁ l ଆଗାମୀ ଦଶକ ହେବ ଭିତ୍ତିଭୂମି ନିର୍ମାଣର ଦଶକ l ଆଗାମୀ ୧୨ ବର୍ଷର କାଳଖଣ୍ଡରେ ସମୃଦ୍ଧ ଓଡିଶା ଗଠନ ହେବ|ପ୍ରଥମ ୫ ବର୍ଷରେ ଏହାର ମୂଳଦୁଆ ପଡିବ, ପ୍ରଥମ ୧୦୦ ଦିନରେ ପ୍ରକ୍ରିୟା ଆରମ୍ଭ ହୋଇସାରିଛି l ଆମ ପାଇଁ ଆମ ସଂକଳ୍ପ ପତ୍ର ଆମର ଧର୍ମଗ୍ରନ୍ଥ l
ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହାର ୫୦ ପ୍ରତିଶତ ହୋଇଥିବା ବେଳେ ଆୟ ବହିର୍ଭୁତ ସଂପତ୍ତି ମାମଲାରେ ଦୋଷୀ ସାବ୍ୟସ୍ତ ହାର ୮୦ ପ୍ରତିଶତ |ଗୋପବନ୍ଧୁଙ୍କୁ ମନେ ପକେଇହିଲେ- ‘ପ୍ରଜା ଲାଗି ରାଜା, ପ୍ରଜା ହିତେ ରାଜନୀତୀ,ପ୍ରଜା ଇଚ୍ଛା ଅଭିମତ, ରାଜ୍ୟ ମୂଳ ଭିତ୍ତି’ l ପୁରୀ ଠାରେ ନୂଆ ସରକାର ଗଠନର ପ୍ରଥମ ୧୦୦ ଦିନ ପୂରଣ ଅବସରରେ ରାଜ୍ୟ ସ୍ତରୀୟ ଉତ୍ସବ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ନୂଆ ସରକାର ୧୦୦ ଦିନ ମଧ୍ୟରେ ସମସ୍ତ ପ୍ରମୁଖ ପ୍ରତିଶ୍ରୁତି ପାଳନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜନତାଙ୍କ ଆଶୀର୍ବାଦରେ ୨୦୩୬ରେ ସମୃଦ୍ଧ ଓଡିଶା ଗଠନର ସଂକଳ୍ପ ପୂରଣ ହେବ ।
ଏହାର ମୂଳଦୁଆ ପ୍ରଥମ ୫ ବର୍ଷରେ ପଡିବ। ଏହାର ପ୍ରକ୍ରିୟା ପ୍ରଥମ ୧୦୦ ଦିନ ମଧ୍ୟରେ ଆରମ୍ଭ ହୋଇ ସାରିଛି। ବିକଶିତ ଭାରତରେ ଓଡିଶା ନିଶ୍ଚିତ ଭାବରେ ବିକାଶର ରେଳ ଗାଡିରେ ପ୍ରଥମ ବଗି ହେବ। ଅଭିଭାଷଣର ଆରମ୍ଭରେ ମୁଖ୍ୟମନ୍ତ୍ରୀ ମହାପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରି କହିଥିଲେ, “ମହାପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ଓ ଓଡ଼ିଶାର ଲୋକଙ୍କ ପାଇଁ କାମ କରିଯିବା ପାଇଁ ଉତ୍ସାହ ତଥା ପ୍ରେରଣା ଯୋଗାଇ ଦେଉଥାନ୍ତୁ। ଏ ଜାତି ମହାପ୍ରଭୁଙ୍କ ଆଶୀର୍ବାଦ ବିନା ନିଃସ୍ଵ। ସେ ଆମ ମୂରବୀ। ଆଜି ଯେତେବେଳେ ଆମେ ଆମ ସରକାରର ଶହେ ଦିନ ପୂରଣ କରୁଛୁ, ମହାପ୍ରଭୁଙ୍କୁ କୃତଜ୍ଞତାର ସହିତ ମନେ ପକାଉଛୁ। ତାଙ୍କ ଆଶୀର୍ବାଦ ହିଁ ଆମ କର୍ମ ପ୍ରବଣତାର କାରଣ। ସେ ହିଁ କର୍ତ୍ତା,
ଆମେ କେବଳ ଦାୟିତ୍ଵ ନିର୍ବାହ କରୁଛୁ। ଆଜି ଶ୍ରୀକ୍ଷେତ୍ରରେ ଉପସ୍ଥିତ ହୋଇ ମୁଁ ନିଜକୁ କୃତାର୍ଥ ମନେ କରୁଛି।”ଉତ୍କଳମଣି ଗୋପବନ୍ଧୁଙ୍କ ଏକ ପ୍ରସିଦ୍ଧ ପଂକ୍ତିକୁ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ “ପ୍ରଜା ଲାଗି ରାଜା, ପ୍ରଜା ହିତେ ରାଜନୀତି, ପ୍ରଜା ଇଚ୍ଛା ଅଭିମତ, ରାଜ୍ୟ ମୂଳ ଭିତ୍ତି” ସେ କହିଥିଲେ ଯେ ଗଣତନ୍ତ୍ରରେ ସରକାର ପ୍ରଜାଙ୍କର ଓ ପ୍ରଜାଙ୍କ ପାଇଁ। ଲୋକ ମତ, ଲୋକ ହିତ ଓ ଲୋକ ସ୍ବାର୍ଥ ହିଁ ସର୍ବୋପରି। ଆମ ସରକାର ଲୋକଙ୍କ ସମର୍ଥନରେ ଗଢା ହୋଇଥିବା ଲୋକଙ୍କ ସରକାର। ଦୀର୍ଘ ଚବିଶ ବର୍ଷର ଅହଙ୍କାରୀ ଓ ଲୋକ ବିରୋଧୀ ସରକାରର ପତନ ଘଟିଛି କେବଳ ଲୋକଙ୍କ ପାଇଁ। ଲୋକଙ୍କ ଠାରୁ ଦୂରେଇ ଗଲେ, ଲୋକ ବିରୋଧୀ ହେଲେ,
ଲୋକଙ୍କ ସମସ୍ୟାକୁ ଅବହେଳା କଲେ ଲୋକେ ଗ୍ରହଣ କରିବେ ନାହିଁ ବୋଲି ପ୍ରମାଣିତ ହୋଇଛି ୨୦୨୪ ନିର୍ବାଚନରେ। ପୂର୍ବ ସରକାର ନିଜ ସ୍ବାର୍ଥ ପୂରଣ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କୁ ମଧ୍ୟ ଭୋଟ ରାଜନୀତି ପାଇଁ ବ୍ୟବହାର କରିଥିଲେ। ଏହାଠାରୁ ନୀଚ୍ଚ କାର୍ଯ୍ୟ ଆଉ କଣ ହୋଇପାରେ ବୋଲି ସେ ମତ ଦେଇଥିଲେ। ନିର୍ବାଚନର ସଂକଳ୍ପ କଥା ଉଲ୍ଲେଖ କରି ସେ କହିଲେ ଯେ, ନିର୍ବାଚନ ସମୟରେ ଆମେ ଲୋକଙ୍କୁ କିଛି ପ୍ରତିଶ୍ରୁତି ଦେଇଥିଲୁ ଓ ଆମର ସଂକଳ୍ପକୁ ଘୋଷଣା କରିଥିଲୁ। ଏହା ଲୋକଙ୍କ ପ୍ରତି ଆମ ଦାୟିତ୍ୱବୋଧର ପ୍ରତିଫଳନ ଥିଲା। ଆମ ଦଳର ନେତୃବୃନ୍ଦ ଲୋକଙ୍କ ମତକୁ ଗୁରୁତ୍ବ ଦେଇ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସଂକଳ୍ପ ପତ୍ର ତିଆରି କରିଥିଲେ। ଆମ ପାଇଁ ଆମ ସଂକଳ୍ପ ପତ୍ର ଆମ ଧର୍ମଗ୍ରନ୍ଥ ବୋଲି ସେ କହିଥିଲେ। ସେ ପୁଣି କହିଥିଲେ ଯେ, ଆଜି ଆମ ସରକାର କ୍ଷମତାକୁ ଆସିବା ପରେ ୧୦୦ ଦିନ ପୂରଣ କରୁଛି।
ଖୁସିର କଥା ଯେ ଆମେ ଲୋକଙ୍କ ସରକାର ହିସାବରେ ନିଜକୁ ପ୍ରତିପାଦିତ କରିଛୁ। ଏ କଥା ଆମେ କହୁନାହୁଁ, ଆପଣ ମାନେ ଓ ଗଣମାଧ୍ୟମ ଏହା କହୁଛନ୍ତି। ବର୍ଷ ବର୍ଷ ଧରି ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣା ଯାଉ ନ ଥିଲା। ସରକାରୀ ଅଧିକାରୀ ମାନଙ୍କ ଦୟାରେ ଲୋକେ ରହିଥିଲେ। ଆମେ ଏଥିରେ ପରିବର୍ତ୍ତନ ଆଣିଛୁ। ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ ସିଧାସଳଖ ଭାବରେ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ଓ ପ୍ରତିବିଧାନର ପ୍ରୟାସ କରୁଛନ୍ତି। ଅଭିଯୋଗ ଶୁଣାଣୀ ଦ୍ଵାରା ଅନେକ ସମସ୍ୟା ସରକାରଙ୍କ ଦୃଷ୍ଟିକୁ ଆସିଥାଏ ଓ ସେସବୁର ପ୍ରତିକାର ସମ୍ଭବ ହୋଇଥାଏ। ଆମେ ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ଜନ ଶୁଣାଣି କରୁଛୁ। ଭବିଷ୍ୟତରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଶୁଣାଣି କରିବା ପାଇଁ ଆମେ ପ୍ରତିଶ୍ରୁତି ବଦ୍ଧ ସେ କହିଥିଲେ।
ସରକାରଙ୍କ ବିଶ୍ୱସନୀୟତା ନିର୍ଭର କରିଥାଏ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ। ମିଛ ପ୍ରଚାର ଓ ମିଛ ପରିସଂଖ୍ୟାନ ଲୋକ ସମସ୍ୟାର ସମାଧାନ ନୁହେଁ। ଆମ ସରକାର କୌଣସି ଘରୋଇ ସଂସ୍ଥାର ପ୍ରମାଣପତ୍ର ଲୋଡେନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଆମେ କିଭଳି କାମ କରୁଛୁ, ସେକଥା ଲୋକେ କହିବେ ଓ ଲୋକେ ବିଚାର କରିବେ। ତେଣୁ ଆମେ ଲୋକଙ୍କୁ ଦେଇଥିବା ପ୍ରତିଶୃତିକୁ ନିର୍ଦିଷ୍ଟ ସମୟ ଭିତରେ ପୂରଣ କରିବା ପାଇଁ ପ୍ରଚେଷ୍ଟା କରି ଚାଲିଛୁ।ଭକ୍ତ ଓ ଭଗବାନଙ୍କ ଭିତରେ ଥିବା କୃତ୍ରିମ ପ୍ରାଚୀରକୁ ହଟା ଯାଇଛି ବୋଲି ପ୍ରକାଶ କରି ସେ କହିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ସମୟରେ ଲୋକଙ୍କୁ କିଛି ପ୍ରତିଶ୍ରୁତି ଦେଇଥିଲେ। ଆମେ ସେହି ସବୁ ପ୍ରତିଶ୍ରୁତି ପୂରଣ କରିବାକୁ ପ୍ରଥମ କ୍ୟାବିନେଟ୍ ବୈଠକରେ ନିଷ୍ପତ୍…
No Result
View All Result