No Result
View All Result
୧୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ରାଜ୍ୟ ରେ ସରକାର ଙ୍କ ମହିଳା ସଶକ୍ତିକରଣ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଦ୍ଵାରା ଭୁବନେଶ୍ଵର ଠାରେ ଉଦ୍ଘାଟିତ ହୋଇଥିବା ସୁଭଦ୍ରା ଯୋଜନା ରାଜ୍ୟ ର ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସ୍ଵୟଂ। ଶାସିତ ସଂସ୍ଥା ଦ୍ୱାରା ଭିଡିଓ ମାଧ୍ୟମରେ ପ୍ରସାରିତ ହୋଇଥିବା ବେଳେ ନାଚୁଣୀ ମହାବିଦ୍ୟାଳୟ ପରିସରରେ ଛାତ୍ରୀ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ର ସଚେତନତା ପାଇଁ ଏକ ବିଶେଷ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ରାଜକିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉପଲକ୍ଷେ ଏକ ପୁରସ୍କାର ବିତରଣୀ ସଭାରେ ଆଧ୍ୟାପକ ସନ୍ତୋଷ କୁମାର ଶତପଥୀ ସନ୍ ଯୋଜନା କରିଥିବା ବେଳେ ମହାବିଦ୍ୟାଳୟ ସାଂସ୍କୃତିକ ସଂସଦ ର ଉପ ସଭାପତି ଅଧ୍ୟାପକ ବାଙ୍କନିଧି କହଲ ସିଂହ, ମହାବିଦ୍ୟାଳୟ ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ଦିଲ୍ଲୀପ ବେହେରା,
ଅଧ୍ୟାପିକା ଟି ମଞ୍ଜୁଲତା,ନାଟ୍ୟ କାର ଭିକାରୀ ଚରଣ ପ୍ରଧାନ ପ୍ରମୁଖ ଯୋଗଦେଇ ଛାତ୍ରୀ ମାନଙ୍କୁ ସୁଭଦ୍ରା ଯୋଜନା ର ଲକ୍ଷ୍ୟ, ଆଭିମୁଖ୍ୟ ଓ ଉପଯୋଗୀତା ସମ୍ପର୍କରେ ଉପାଦେୟ ବକ୍ତବ୍ୟ ପ୍ରଦାନ କରିଥିଲେ। ସଂସ୍କୃତ ଵିଭାଗୀୟ ମୁଖ୍ୟ ପ୍ରାଧ୍ୟାପିକା ସୁଭଦ୍ରା ଭୋଳ ବୈଦିକ ମନ୍ତ୍ର ଉଚ୍ଚାରଣ କରି ଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ମାନେ ସହଯୋଗ କରିଥିଲେ। ଏହି ଅବସରରେ ଓଡ଼ିଆ ଭାଷା ପ୍ରବନ୍ଧ ପ୍ରତି ଯୋଗିତା, ଇଂରାଜୀ ଭାଷା ତର୍କ ପ୍ରତିଯୋଗିତା,ଲଳିତ କଳା, ରଙ୍ଗୋଲୀ ଆଦି ପ୍ରତି ଯୋଗିତା ର କ୍ରୃତୀ ଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ଅଧ୍ୟାପିକା ମଞ୍ଜୁଲତା ଧନ୍ୟବାଦ ପ୍ରଦାନ କରିଥିଲେ ।
No Result
View All Result