No Result
View All Result
୧୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> ମଙ୍ଗଳବାର କୋଣାର୍କ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ସ୍ୱଚ୍ଛତା ହିଁ ସେବା ଓ ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। କୋଣାର୍କ ଅଂଚଳର ବରିଷ୍ଠ ନାଗରିକ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ସ୍ୱଚ୍ଛ ସାଥୀ ଓ ବିଭିନ୍ନ ବର୍ଗର ଜନସାଧାରଣଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
କୋଣାର୍କ ଏନ୍ଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ସଂଘ କୋଣାର୍କ ଶାଖା ସଭାପତି ଶକ୍ତିଦେବ ଶତପଥୀ, ସମାଜସେବୀ ହରିଶ୍ଚନ୍ଦ୍ର ଦାସ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଶରତ ଚନ୍ଦ୍ର ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ ନରେନ୍ଦ୍ର ପାତ୍ର,
ସଂଯୋଜକ ନିର୍ମଳ ପ୍ରଧାନ ଓ କୋଣାର୍କ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ଵେତପଦ୍ମା ଧଳ ଯୋଗ ଦେଇଥିବାବେଳେ ଅତିଥି ମାନେ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସରେ ସ୍ୱେଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆରମ୍ଭ କରିଥିବାବେଳେ ଏନ୍ଏସିକୁ କିଭଳି ସ୍ଵଚ୍ଛତା କରାଯିବ ସେ ସଂପର୍କରେ ଆଲୋଚନା କରାଯାଇଥିବାବେଳେ ଶୁଭଦ୍ରା ଯୋଜନା ସଂପର୍କରେ କାର୍ଯ୍ୟନିର୍ବାହୀ ଅଧୂକାରୀ ଶ୍ଵେତପଦ୍ମା ଧଳ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ।

No Result
View All Result