No Result
View All Result
୧୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> ମଙ୍ଗଳବାର ଅପରାହ୍ନରେ କୋଣାର୍କ –ପୁରୀ ବେଳାମାର୍ଗ ରାସ୍ତାର ରାମଚଣ୍ଡୀ ଠାରେ ବାଇକରେ ଯାଉଥିବା ଦୁଇଜଣ ଯୁବକ ଭାରସାମ୍ୟ ହରାଇ ରାସ୍ତାରେ ପଡ଼ି ଗୁରୁତର ଆହାତ ହୋଇଥିବା ଜଣାପଡ଼ିଛି । ଗୁରୁତର ଯୁବକ ଦୀପ୍ତିରଞ୍ଜନ ସ୍ୱାଇଁ (୨୩), ବାବୁଲି ସ୍ୱାଇଁ (୪୮) ବୋଲି ଜଣାପଡ଼ିଛି ।
ତେବେ ଦୁର୍ଘଟଣା ସଂପର୍କରେ ଖବର ପାଇ ଘଟଣାସ୍ଥଳରେ ଚମ୍ପାହାର ଅଗ୍ନିସମ କେନ୍ଦ୍ରର କର୍ମଚାରୀମାନେ ପଂହଚି ଗୁରୁତର ଯୁବକ ଦୁଇଜଣଙ୍କୁ ଉଦ୍ଧାର କରି ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିବାବେଳେ ଅବସ୍ଥା ଗୁରୁତର ଥିବାରୁ ଡ଼ାକ୍ତର ତାଙ୍କୁ ଭୁବନେଶ୍ଵର ସ୍ଥାନାନ୍ତରିତ କରିଥିବା ସୂଚନା ମିଳିଛି ।
No Result
View All Result