No Result
View All Result
୧୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର :-> ୧୬ନମ୍ବର ଜାତୀୟ ରାଜପଥ ଟାଙ୍ଗି ଥାନା ଅନ୍ତର୍ଗତ ଚଣ୍ଡେଶ୍ୱର୍ ଛକ ନିକଟରେ ବାଇକ ଧକ୍କାରେ ବୃଦ୍ଧ ଗୁରୁତର । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଲା ଟାଙ୍ଗୀ ପୋଲିସ । ଘଟଣା ସ୍ଥଳରେ ପହଁଚି ଗୁରୁତର ବୃଦ୍ଧ ଙ୍କୁ ପୋଲିସ ଭ୍ୟାନ ରେ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି ।
ଗୁରୁତର ବୃଦ୍ଧଙ୍କର ନାମ ଦୁଃଶାସନ ବେହେରା,(୬୫) ଘର ଚିଲିକା ବ୍ଲକ ଚଣ୍ଡେଶ୍ୱର ପଞ୍ଚାୟତ ଗୌଡ଼ ସାହି ବୋଲି ଜଣା ପଡିଛି । ବୃଦ୍ଧଙ୍କର ବମ ଗୋଡ଼ ଟି ସମ୍ପୂର୍ଣ ଭାବେ ଭାଙ୍ଗି ଯାଇଛି । ଏହାସହ ମୁଣ୍ଡରେ ଗଭୀର କ୍ଷତ ହେବାସହ ପ୍ରବଳ ରକ୍ତ ସ୍ରାବ ହୋଇଛି । ତେଣୁ ବୃଦ୍ଧଙ୍କୁ ଟାଙ୍ଗୀ ରୁ ଭୁବନେଶ୍ୱର କୁ ସ୍ଥାନାନ୍ତର କରାଯାଇଛି । ବୃଦ୍ଧ ଜଣକ ରାସ୍ତା ଅତିକ୍ରମ କରୁଥିବା ବେଳେ ବାଇକ ଧକ୍କା ଦେଇଥିଲା । ଟାଙ୍ଗୀ ପୋଲିସ ବାଇକ ଜବତ କରି ତଦନ୍ତ କରୁଛି ।

No Result
View All Result