୧୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା- ଜଟଣୀ :-> ସ୍ୱଚ୍ଛତା ପାଇଁ ସ୍ୱେଚ୍ଛାସେବୀ ଏବଂ ସାମୂହିକ କାର୍ଯ୍ୟକୁ ମଜବୁତ କରିବା ପାଇଁ ଏକ ପଦକ୍ଷେପ । ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ୧୪ ସେପ୍ଟେମ୍ବରରୁ ୧ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ “ସ୍ଵଚ୍ଛତା ହିଁ ସେବା” ଅଭିଯାନ ପାଳନ କରାଯାଉଛି । ରେଳ ଷ୍ଟେସନ, ଟ୍ରେନ୍, ରେଳବାଇ ଆବାସିକ କଲୋନୀ ଏବଂ ଉତ୍ପାଦନ ୟୁନିଟ୍ ଇତ୍ୟାଦିରେ ସ୍ୱଚ୍ଛତା ଉପରେ ସ୍ୱେଚ୍ଛାସେବୀ ତଥା ସାମୂହିକ କାର୍ଯ୍ୟାନୁଷ୍ଠାନକୁ ମଜବୁତ କରିବା ପାଇଁ ନିଆ ଯାଇଥିବା ଏକ ସ୍ଵତନ୍ତ୍ର ପଦକ୍ଷେପ ।
ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ଖୋର୍ଦ୍ଧାରୋଡ଼ ମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ(ଅପରେସନ୍)ଶ୍ରୀ ପି.କେ ବେହେରା, ସମସ୍ତ ଶାଖା ଅଧିକାରୀ ଏବଂ କର୍ମଚାରୀଙ୍କୁ ନିଜକୁ ସ୍ୱଚ୍ଛ ରଖିବା ପାଇଁ ଏବଂ ସାଧାରଣ ଜନତାଙ୍କୁ ସ୍ୱଚ୍ଛତା ପ୍ରତି ଉତ୍ସାହିତ କରିବା ପାଇଁ ସ୍ୱଚ୍ଛତା ଶପଥ ଗ୍ରହଣ କରାଇଥିଲେ।ମଣ୍ଡଳର ସମସ୍ତ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନରେ କର୍ମଚାରୀ ମାନଙ୍କ ଦ୍ୱାରା ସ୍ବଚ୍ଛତା ଶପଥ ଗ୍ରହଣ କରାଯାଇଛି ।















