No Result
View All Result
୧୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଆଜିଠାରୁ ଆରମ୍ଭ ହୋଇଛି ସ୍ୱଛତା ହିଁ ସେବା ପକ୍ଷ ର କାର୍ଯ୍ୟକ୍ରମ।ଏହା ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ପରାମର୍ଶରେ ପୁରୀ ପୌର ପରିଷଦ ପକ୍ଷରୁ ଆଜି ପୂର୍ବାହ୍ନରେ ଦିଗବାରେଣୀ ଛକ ଠାରୁ ଏକ ସଚେତନତା ଶୋଭାଯାତ୍ରା ବ୍ଲୁ ଫ୍ଲାଗ ବିଚ ପର୍ଯ୍ୟନ୍ତ ଯାଇଥିଲା।
ପରେ ବ୍ଲୁ ଫ୍ଲାଗ ବିଚ ଠାରେ ଏକ ମାନବ ଶୃଙ୍ଖଳା, ସ୍ୱଛତା ହିଁ ସେବା ଶପଥ ପାଠ,ସ୍ୱାକ୍ଷର ଅଭିଯାନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଏନଫୋର୍ସମେଣ୍ଟ ଅଧିକାରୀ ଦେବାଶିଷ ନାୟକ ପ୍ରମୁଖ ଉପସ୍ଥିତ ରହି ଶୋଭାଯାତ୍ରା କୁ ଉଦଘାଟନ ସହ ଶପଥ ପାଠରେ ସାମିଲ ହୋଇଥିଲେ ।
ପ୍ରତ୍ୟେକ ଙ୍କ ପାଇଁ ସ୍ୱଛତା ଜରୁରୀ।ନିଜେ,ନିଜ ପରିବାର, ନିଜ ପରିସର ସ୍ୱଛ ରଖିଲେ ସମାଜ, ରାଜ୍ୟ ଓ ଦେଶ ମଧ୍ୟ ସ୍ୱଛ ଓ ସୁନ୍ଦର ହୋଇ ପାରିବ ବୋଲି ପୌର ନିର୍ବାହୀ ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ପୌର ପରିଷଦର କର୍ମଚାରୀ, ସ୍ୱଛ ସାଥୀ, ମିଶନ ଶକ୍ତି ମା ମାନେ ସାମିଲ ହୋଇଥିଲେ ।

No Result
View All Result