No Result
View All Result
ବଡ଼ କୁମାରୀ ପଂଚାୟତରେ ଗଡ଼ିଲା ସୁଭଦ୍ରା ଯୋଜନା ସଚେତନତା ରଥ
୧୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ଓଡିଶା ରାଜ୍ୟର ୨୧ବର୍ଷରୁ ଉର୍ଦ୍ଧ ଓ ୬୦ବର୍ଷରୁ କମ ଯୁବତୀ ତଥା ମହିଳାମାନଙ୍କୁ ବିକଶିତ କରିବା ପାଇଁ ପ୍ରଥମ କରି ବିଜେପି ସରକାରଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ସୁଭଦ୍ରା ଯୋଜନା ପ୍ରଣୟନ କରିଅଛନ୍ତି ! ଜନକଲ୍ୟାଣ ସୁଭଦ୍ରା ଯୋଜନାକୁ ବହୁଳ ମାତ୍ରାରେ ପ୍ରସାର ଓ ପ୍ରଚାର କରିବା ପାଇଁ ସୋମବାର ଦିନ ବୋଲଗଡ଼ ବ୍ଲକ ବିଡ଼ିଓ ଶରତ କୁମାର ମଲ୍ଲିକ, ବ୍ଲକ ଅଧକ୍ଷା ହୁଲ୍ଲା ସ ପ୍ରଧାନ, ବ୍ଲକ ଉପାଧ୍ୟାକ୍ଷ ରମେଶ ଚନ୍ଦ୍ର ସାହୁ,ଜିଲ୍ଲାପରିଷଦ ସଭ୍ୟ ସୁବାସ ଚନ୍ଦ୍ର ରାୟଗୁରୁ, ସମନ୍ୱତ ଶିଶୁ ବିକାଶ ଯୋଜନା ପ୍ରକଳ୍ପ ଅଧିକାରିଣୀ ଗାୟତ୍ରୀ ବେହେରା ଓ ବଦକୁମାରୀ ପଞ୍ଚାୟତ ସରପଞ୍ଚ ପ୍ରଫୁଲ୍ଲ କୁମାର ପ୍ରଧାନ ପ୍ରମୁଖଙ୍କ ମିଳିତ ଆବାହକତ୍ୱରେ ପଞ୍ଚାୟତ ସ୍ତରୀୟ ସୁଭଦ୍ରା ଯୋଜନା ସଚେତନତା କାର୍ଯ୍ୟକ୍ରମ ଓ ସଚେତନତା ରଥ ପରିକ୍ରମା ବଡକୁମାରୀ ଠାରେ ପଦଯାତ୍ରା ଓ ଉତ୍ସବ ଅନୁଷ୍ଠିତ ହୋଇଯାଇଛି !
ଏହି ଜନକଲ୍ୟାଣ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧକ୍ଷା ହୁଲ୍ଲାସ ପ୍ରଧାନ ଯୋଗଦେଇ ପତାକା ହଲାଇ ଏହାକୁ ଉଦଘାଟନ କରିଥିଲେ ! ସମସ୍ତ ମହିଳା ଓ ଯୁବତୀ ହିତାଧିକାରୀମାନେ ସୁଭଦ୍ରା ଯୋଜନା ଆବେଦନ କରିବା ପାଇଁ ମାଗଣାରେ ସୁଭଦ୍ରା ଯୋଜନା ଆବେଦନ ଫର୍ମ ସମସ୍ତ ଅଙ୍ଗନବାଡି କେନ୍ଦ୍ର, ମିଶନ ଶକ୍ତି ଭବନ, ପଞ୍ଚାୟତସମିତି, ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ, ସମନ୍ୱତ ଶିଶୁ ବିକାଶ କାର୍ଯ୍ୟାଳୟ ଓ ସହଜ ଜନସେବା କେନ୍ଦ୍ର ଗୁଡିକରେ ପାଇପାରିବେ ବୋଲି ଆବାହକ ବିଡ଼ିଓ ଶରତ କୁମାର ମଲ୍ଲିକ ପରାମର୍ଶ ଦେଇଥିଲେ !
ସୁଭଦ୍ରା ଯୋଜନା ଆବେଦନ ପାଇଁ କୌଣସି ସହଜ ଜନସେବା କେନ୍ଦ୍ର କିମ୍ବା ବ୍ୟକ୍ତି ବିଶେଷ ଟଙ୍କା ଲାଞ୍ଚ ମାଗିଲେ ତାଙ୍କ ବିରୋଧରେ ସରକାରୀ ନିୟମ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବବୋଲି ବ୍ଲକ ଅଧକ୍ଷା ହୁଲ୍ଲାସ ପ୍ରଧାନ କହିଥିଲେ ! ଏହି ସୁଭଦ୍ରା ଯୋଜନା ପଦଯାତ୍ରାରେ ବଦକୁମାରୀ ଗ୍ରାମପଞ୍ଚାୟତର ସମସ୍ତ ଅଙ୍ଗନବାଡି କର୍ମୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ବ୍ୟାଙ୍କ ମିତ୍ର ଓ ଏମବିକେ ସଦସ୍ୟାମାନେ ଯୋଗଦେଇଥିଲେ ! ପରିଶେଷରେ ବଦକୁମାରୀ ପଞ୍ଚାୟତର ସରପଞ୍ଚ ପ୍ରଫୁଲ୍ଲ କୁମାର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ !
No Result
View All Result