No Result
View All Result
୧୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାହାଙ୍ଗା :-> ରବି ବାର ରାତ୍ର -୧୦ ଘଟିକା ସମୟରେ ମାହାଙ୍ଗା ବ୍ଲକ୍ ଉଷୁମା ପଞ୍ଚାୟତ ର ସଲରା ଗ୍ରାମ ର ପ୍ରଫେସର ଡ଼ ଗଙ୍ଗା ଧର ପଣ୍ଡା ଟା ଟା ମେମୋରିଆଲ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ପରିତ୍ୟାଗ କରି ଥିଲେ । ସେ କିଛି ଦିନ ହେବ କର୍କଟ ରୋଗ ରେ ଆକ୍ରାନ୍ତ ହୋଇ ଥିଲେ । ସୋର୍ଗତ ପଣ୍ଡା ଭାରତ ସରକାରଙ୍କ ଦ୍ବାରା ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ , ପୁରୀ ଠାରେ କୁଳପତି ଭାବରେ କାର୍ଯ୍ୟ କରୁଥିଲେ । ତା ପରେ କୋଲାନ ବିଶ୍ଵବିଦ୍ୟାଳୟ ଝାରଖଣ୍ଡ ଓ ପରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ସଂସ୍କୃତ ବିଶ୍ଵବିଦ୍ୟାଳୟରେ କୁଳପତି ଭାବରେ କାର୍ଯ୍ୟ କରୁଥିଲେ। ସର୍ଗତ ପଣ୍ଡା -୪୦ ରୁ ଉର୍ଦ୍ଧ୍ବ ବହି ଲେଖିଛନ୍ତି । ଶୋର୍ଗତ ପଣ୍ଡା ଜଣେ ଅନୁଷ୍ଠାନ ପ୍ରେମୀ , ଧର୍ମ ପରାୟଣ ଓ ନିଷ୍ଠାପର ବ୍ୟକ୍ତି ଥିଲେ । ସେ ସଲାରା ଧରପୂର୍ ଠାରେ ଏକ ସଂସ୍କୃତ ବେଦ ବିଦ୍ୟାଳୟକରିଛନ୍ତି ସ୍ଥାପନ କରି ଛନ୍ତି ।
ଏତତ୍ ବ୍ୟତିତ ଗୋପାଳ ଜୀଉ , ଗୋପୀନାଥ ଜୀଉ , ବେଲ ବାବା ମଠ ଓ ମନ୍ଦିର ର ଉନ୍ନତି କରଣ କାର୍ଯ୍ୟ ନିଜସ୍ଵ ପାଣ୍ଠି ରୁ କରିଛନ୍ତି । ଏବଂ ସ୍ବର୍ଗତ ପଣ୍ଡା ଙ୍କର ମୃତ୍ୟୁ ବରଣ ଖବର ପାଇ ମାହାଙ୍ଗା ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଜେନା ମହୋଦୟ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜଣାଇଛନ୍ତି । ତାଙ୍କର ପ୍ରାଥିବ ମୃତ ଶରୀର କୁ ନିଜସ୍ଵ ଗ୍ରାମ ସାଳରା କୁ ଅଣା ଯାଇଥିଲା । ସେଠାରେ ତାଙ୍କୁ ପୁଷ୍ପଗୁତ୍ସ ଦେଇ ସ୍ଥାନୀୟ ସରପଞ୍ଚ ଙ୍କ ପ୍ରତିନିଧି ପ୍ରଦୀପ୍ତ କୁମାର ସୂତାର , ଅଧ୍ୟାପକ ଶ୍ରୀଯୁକ୍ତ ଭୁବନାନନ୍ଦ ସାହୁ , ନାଟ୍ୟକାର ଭାବଗ୍ରାହୀ ଦାସ , ଭୂପେନ ଟ୍ଟାଟାର୍ଜି , ଜଗନ୍ନାଥ ବିସ୍ଵବିଦ୍ୟାଳୟ ପୁରୀ ର ଅଧ୍ୟାପକ ଓ କର୍ମଚାରୀ , ସ୍ଥାନୀୟ ବେଦ ବିଦ୍ୟାଳୟ ର ଗୁରୁଜୀ ଓ ଛାତ୍ର ଛାତ୍ରୀ ଓ ସ୍ଥାନୀୟ ଗ୍ରାମବାସୀ ମାନେ ଶୋଭାଯାତ୍ରା ରେ ଶ୍ମଶାନ କୁ ନେଇଥିଲେ ।
No Result
View All Result