No Result
View All Result
୧୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲୁଗାଁ :-> ବାଲୁଗାଁ ଅଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରଭୁ ବିଶ୍ଵକର୍ମାଙ୍କ ପୂଜା ଧୂମଧାମରେ ପାଳିତ ହେଉଛି। ଶ୍ରୀ ଉମାମହେଶ୍ବର ଅଟୋ ଅସୋସିଏସନ ତରଫରୁ ବାଲୁଗାଁ ଗାନ୍ଧୀ ଛକ ଠାରେ ବିଶ୍ଵକର୍ମା ପୂଜା ଅନୁଷ୍ଠିତ ହେଉଛି । ଉତ୍ସବକୁ ଆସୋସିଏସନର କର୍ମକର୍ତ୍ତା ମାନେ ପରିଚାଳନା କରୁଛନ୍ତି । ତିନି ଦିନ ଧରି ପ୍ରତ୍ୟେକ ସନ୍ଧ୍ୟାରେ ବାଦିପାଲା ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି ।
ସେହିପରି ବାଲୁଗାଁ ଅଞ୍ଚଳର ମା ଉତ୍ତରାୟଣୀ ରାଜ ମିସ୍ତ୍ରୀ ଆସୋସିଏସନ ପକ୍ଷରୁ ସୁବାସ ମାର୍ଗ ସ୍ଥିତ କାର୍ଯ୍ୟାଳୟ, ରେଳବାଇ କାର୍ଯ୍ୟାଳୟ, ଫେଡ୍କୋ ଓ ସେସୁ କାର୍ଯ୍ୟାଳୟ ଏବଂ ଅର୍ନ୍ତଦେଶୀୟ ଜଳପଥ ପରିବହନ ବିଭାଗ କାର୍ଯ୍ୟାଳୟ ସମେତ ବିଭିନ୍ନ ଛୋଟ ବଡ ଗ୍ୟାରେଜ୍ ମାନଙ୍କରେ ବିଶ୍ଵକର୍ମା ପୂଜା ପାଳିତ ହେଉଛି । ପୂଜା ମଣ୍ଡପ ମାନଙ୍କରେ ଆଲୋକମାଳା ଓ ସୁନ୍ଦର ସାଜସଜ୍ଜା ରେ ଝଲସି ଉଠିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଉଥିବା ବେଳେ ଶ୍ରଦ୍ଧାଳୁ ମାନଙ୍କ ଭିଡ ଲାଗି ରହୁଥିବା ଦେଖିବାକୁ ମିଳିଛି l
No Result
View All Result