No Result
View All Result
୧୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> କେଶରୀୟା ହିନ୍ଦୁ ବାହିନୀ ଓଡ଼ିଶା ସଂଗଠନ ର ରାଜ୍ୟ ସାଙ୍ଗଠନିକ ବୈଠକ ପ୍ରତିଷ୍ଠାତା ଶ୍ରୀ ଦିଲୀପ କୁମାର ଦାସ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକ ରେ ରାଜ୍ୟ କମିଟି କୁ ପୁନଃ ଗଠନ କରାଯିବା ସହ ସଂଗଠନ ର ଆଗାମୀ ଦିନ ର କାର୍ଯ୍ୟପନ୍ଥା ଉପରେ ଆଲୋଚନା କରାଗଲା । ଏକ ସୁସ୍ଥ ସମାଜ ଗଠନଦିଗରେ ଗୁରୁତ୍ଵ, ଗରୀବ, ଦଳିତ, ଅସହାୟ ଙ୍କ ସେବାରେ ସଦାସର୍ବଦା ସହ ଯୋଗର ହାତ ରହିବ, ଉତ୍ତମ ସ୍ୱାସ୍ଥ୍ୟସେବା, ଶିକ୍ଷାର ବିକାଶ, ସୁଶାସନ, ନାରୀ ସୁରକ୍ଷା,
ଜଙ୍ଗଲ ସୁରକ୍ଷା ଏହି କ୍ଷେତ୍ରରେ ସରକାରଙ୍କ ପାଖରେ ଦାବୀ ଉପସ୍ଥାପନ କରିବା ମାନବ ସେବା ହିଁ ମାଧବ ସେବା ଏହା ପ୍ରତି ଗୁରୁତ୍ବ ଦେବା, ଅସହାୟ ଙ୍କୁ ସହଯୋଗର ହାତ ବଢା ଇବା, ଦୂର୍ନିତି ବିରୁଦ୍ଧରେ ସ୍ଵର ଉଠାଇବା, ଆଗାମୀ ଦିନରେ ସଂଗଠନ ଦୃଢ଼ତା ର ସହ ଅନୁପ୍ରବେଶକାରୀ ଙ୍କୁ ରୋକିବା , ଧର୍ମାନ୍ତିକରଣ କୁ ରୋକିବା ଏବଂ ଗୋ ସୁରକ୍ଷା ପାଇଁ ଜୋରଦାର ଲଢେଇ କରିବା ପାଇଁ ସ୍ଥିର କରାଗଲା। ତତ୍ ସହିତ ସନାତନ ପ୍ରଚାର ପ୍ରସାର ପାଇଁ ରାଜ୍ୟ ପ୍ରତ୍ୟେକ ଗ୍ରାମ କୁ ଗ୍ରାମ ବୁଲିବା ପାଇଁ ସ୍ଥିରୀକୃତ କରାଗଲା ।
ଏହି ବୈଠକ ରେ ସନ୍ତୋଷ କୁମାର ଭୋଳ ଙ୍କୁ ରାଜ୍ୟ ସଭାପତି ଭାବେ ପୁନଃ ନିଯୁକ୍ତି ଦିଆଗଲା । ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ରୁଦ୍ର ନାରାୟଣ ଜିତ୍ ବାବୁ, ପ୍ରଦ୍ୟୁମ୍ନ ଦାସ, ମନୋଜ ଦାସ, ଦୀପକ୍ ମହାପାତ୍ର, ଅମରେଶ ସାମନ୍ତ, ସଞ୍ଜୟ କୁମାର ବାରିକ,ପ୍ରସନ୍ନ ମହାନ୍ତି, ଆର୍ୟବ୍ରତ ସାମଲ, ଦେବାଶିଷ ମିଶ୍ର, ନିଗମ ମହାନ୍ତି, ଅନିଲ ମହାନ୍ତି, ଅସିତ୍ ମହାନ୍ତି, ଅମଲେନ୍ଦୁ ଦାସ, ଜଗଦୀଶ ମିଶ୍ର, ସୁରେଶ ପଣ୍ଡା, ବ୍ରହ୍ମ ପ୍ରସାଦ ମହାପାତ୍ର, ସରୋଜ ଜେନା, ଅଞ୍ଜନ୍ ତ୍ରିପାଠୀ, ତ୍ରିଲୋଚନ ଦାସ , ପ୍ରଦୀପ ବେହେରା, ସୁଚିତ୍ରା ରାଉତ୍ ପ୍ରମୁଖ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ସରୋଜ ଜେନା ମଞ୍ଚ କୁ ପରିଚାଳନା କରିଥିଲେ ।
No Result
View All Result