No Result
View All Result
୧୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା ଜିଲ୍ଲା :-> ବୋଲଗଡ ବ୍ଲକ ସରପଞ୍ଚ ସଂଘର ବନ୍ଧୁ ମିଳନ ଶୁକ୍ରବାର ଅପରାହ୍ନରେ ପିଚୁକୁଳି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି. ସଭାନେତ୍ରୀ ରଶ୍ମିତା ରାଉତରାୟଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥି ରୂପେ ବୋଲଗଡ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ଯୋଗ ଦେଇଥିଲେ. ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସଙ୍ଘର କୋଷାଧକ୍ଷ କେଦାରେଶ୍ୱର ପୁଷ୍ଟି ଓ ବେଗୁନିଆ ବ୍ଲକର ସଦସ୍ୟ ଯୋଗ ଦେଇଥିଲେ.
ସମ୍ପାଦକ ପ୍ରଦୀପ ବାରିକ ସରପଞ୍ଚଙ୍କ ତିନୋଟି ପ୍ରମୁଖ ଦାବି ଉପସ୍ଥାପନ କରିଥିଲେ. ସରପଞ୍ଚ ଙ୍କୁ ପେନସନ ବ୍ୟବସ୍ଥା, ଅନାସ୍ଥା ପ୍ରସ୍ତାବ ହଟାଇବା ଓ ସରପଞ୍ଚଙ୍କୁ ସ୍ୱତନ୍ତ୍ର ପାଣ୍ଠି ଯୋଗାଇଦେବା. ବୋଲଗଡ ବ୍ଲକର ୧୮ଜଣ ସରପଞ୍ଚ ଯୋଗ ଦେଇ ସର୍ବ ସମ୍ମତ କ୍ରମେ ପ୍ରସ୍ତାବ ଗ୍ରହଣ କରିଥିଲେ. ଶେଷରେ କୋଷାଧକ୍ଷ ବିଜୟ କୁମାର ସେଠି ଦାବି ଗୁଡିକ ସରକାର ପୂରଣ କରିବା ପାଇଁ ନିବେଦନ କରି ଧନ୍ୟବାଦ ଅର୍ପଣ କରିଥିଲେ.

No Result
View All Result