No Result
View All Result
୧୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ବିରିଡି ବ୍ଲକ ଅନ୍ତର୍ଗତ କୂଳକଇଜଙ୍ଗl ପଂଚାୟତ ର ନୂଆପାରୀ ସ୍ଥିତ ମଦନମୋହନ ମଠରେ ଶନିବାର ରାତିରେ ରାସ ଉଛବ ଅନୁଷ୍ଠିତ ହୋଇଯାଇଛି l ଜଗତ୍ଗୁରୁ ରାମାନନ୍ଦl ଚାର୍ଯ୍ୟ ସ୍ୱାମୀ ଅରୂପାନନ୍ଦଜୀ ମହାରାଜ ରାସ ପରିବେଷଣ କରି କହିଲେ ଯୁଗେ ଗୋଲକ ରାସ ଯୁଗେ ରାସ ରହି ଆସିଛି l ସତ୍ୟ ଯୁଗରେ ଲଷ୍ମୀ ନୃସିଂହ ରାସ କରିଥିଲେ l ତ୍ରେତୟାରେ ରାମ ସୀତା, ଦ୍ୱାପରେ ରାଧା କୃଷ୍ଣ ରାସ କରିଥିଲା ବେଳେ କଳିଯୁଗରେ ଗୋଲକ ରାସ ହେଉଛି ଶ୍ରୀକ୍ଷେତ୍ରରେ ବଳଭଦ୍ର ଚନ୍ଦ୍ରାବଳି,
ସୁଭଦ୍ରା ରାଧା ଓ ଜଗନ୍ନାଥ ହେଉଛନ୍ତି କୃଷ୍ଣ ଏହି ରାସରେ ଅଷ୍ଟ ନାଇକା ଅଷ୍ଟସଖୀ ସହ ଆଠ ସହସ୍ର ଗୋପୀ ଗୋପାଳ ମାନେ ଏହି ଗାଲେଖ ରାସରେ ମଗ୍ନ ହୋଇଛନ୍ତି l ରାସ ନାୟକ ଗୁରୁ ଠାକୁର ମହାପୁରୁଷ ଅଚୁତାନନ୍ଦ ଗୋସ୍ୱାମୀ ହିଁ 52ପ୍ରକାର ରାସକଥା ବର୍ଣ୍ଣନା କରିଛନ୍ତି l ପଞ୍ଚସଖା ଙ୍କ ମିଳିତ ରାସ ମାନଙ୍କ ମଧ୍ୟରେ ପଦ୍ମବନ ରାସ, ଅନାଦି ରାସ, ଗୁଜରୀ ରାସ, ଆଦି ଅନ୍ୟତମ l ଗାଲେଖ ରାସ ନୀଳାଞ୍ଚଳରେ, ପଦ୍ମବନ ରାସ ନେମାଳରେ,ଅନାଦିରାସ କଂସାରୀ କୁଦରେ, ଗୁଜରୀ ରାସ ଧ୍ୟାନକୁଦରେ ହେବବୋଲି ମହାପୁରୁଷ ମାନେ ବିଭିନ୍ନ ଗ୍ରନ୍ଥ ମାନଙ୍କରେ ବର୍ଣ୍ଣନା କରିଛନ୍ତି l
ରାସହେଉଛି ଏଭଳି ନିଗମ ତତ୍ୱ ଯାହା ମଣିଷକୁ ଜନ୍ମ ମୃତ୍ୟୁ ଚକ୍ରରୁ ଉଦ୍ଧାର କରି ନିତ୍ୟ ଗୋଲକ ଧାମ ବୈକୁଣ୍ଠ ପ୍ରାପ୍ତି କରାଇଥାଏ ବୋଲି ଜଗତ୍ଗୁରୁ ସ୍ୱାମୀ ଅରୂପାନନ୍ଦ ଜୀ ମହାରାଜ କହିଥିଲେ l ଏହି କାର୍ଯ୍ୟକ୍ରମ ରେ ନିର୍ଭୟା ନନ୍ଦ ମହାରାଜ, ତାନେଶ୍ବରୀ ମଠର ତାନେଶ୍ୱର ମହାରାଜ, ଧ୍ୟାନକୁଦ ପୀଠର ପିଠାଧୀଶ ବାବା ଅରକ୍ଷିତ ଦାସ ମହାରାଜ ଉପସ୍ଥିତ ରହି ରଶପରିବେଷଣ କରିଥିଲେ l ରାସ ଶ୍ରବଣ କରିବା ପାଇଁ ବହୁ ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ଥିଲେ l ଭଜନ କୀର୍ତ୍ତନ ପରିବେଷଣ କରାଇଯାଇଥିଲା l
No Result
View All Result