No Result
View All Result
୧୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ଶିକ୍ଷା ଓ ଅଧ୍ୟୟନ କ୍ଷେତ୍ରରେ ନିଷ୍ଠାର ସହ କାର୍ଯ୍ୟ କଲେ ସଫଳତା ନିଶ୍ଚୟ ମିଳିବ ବୋଲି ରଵିବାର ଗୋପ ବ୍ଲକର ଅଧିଷ୍ଠାତ୍ରୀ ଦେଵୀ ମା ଅଡଙ୍ଗେଇ ଠାକୁରାଣୀଙ୍କ ପୀଠରେ ଅନୁଷ୍ଠିତ ଶିକ୍ଷକ ସମନ୍ଵୟ ସମିତି,ଗୋପ ବ୍ଲକର ସମର୍ଦ୍ଧ୍ଵନା ଉତ୍ସଵରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାକ୍ତନ ଜିଲ୍ଲା ଶିକ୍ଷାଧିକାରୀ ପୀତଵାସ ତ୍ରିପାଠୀ ମତଵ୍ୟକ୍ତ କରିଥିଲେ । ଗୋପ ଶିକ୍ଷକ ସମନ୍ଵୟ ସମିତିର ସଭାପତି ପବିତ୍ର ମୋହନ ନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଵକ୍ତା ଭାବେ ପ୍ରାକ୍ତନ ମଣ୍ଡଳ ଶିକ୍ଷାଧିକାରୀ ରମେଶ ଚନ୍ଦ୍ର ଦାଶ,
ଓଷ୍ଟା ଜିଲ୍ଲା ସଂପାଦକ ଵିଭୂଦତ୍ତ ନାୟକ,ଜିଲ୍ଲା ପ୍ରାଥମିକ ସଂଗଠନର ସଭାପତି ପୁରୁଷୋତ୍ତମ ପ୍ରଧାନ, ସଂପାଦକ ଶିବଦତ୍ତ ନାୟକ,ଗୋପ ବ୍ଲକ ଶିକ୍ଷକ ସମନ୍ଵୟ ସମିତିର ସଂପାଦକ ସରୋଜ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ଶିକ୍ଷା ଓ ଶିକ୍ଷକଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଏହି ଅଵସରରେ ଜିଲ୍ଲା ପ୍ରାଥମିକ ୟୁନିଅନର ସଭାପତି ପୁରୁଷୋତ୍ତମ ପ୍ରଧାନ, ଉପସଭାପତି ସୂର୍ଯ୍ୟ ନାରାୟଣ ସେଠୀ, ସୁରେଖା ଦେଇ,
ସାଧାରଣ ସଂପାଦକ ଶିବଦତ୍ତ ନାୟକ, ସଂଗଠନ ସଂପାଦକ ଜିତେନ୍ଦ୍ର କୁମାର ନାୟକ, ସଂଯୋଜକ ମିହିର ରଂଜନ ମାନସିଂ, ଯୁଗ୍ମ ସଂପାଦକ ସାବିତ୍ରୀ ସାହୁ, ପ୍ରହଲ୍ଲାଦ ମାନସିଂ, ଅଭିରାମ କେଇ, କୋଷାଧ୍ୟକ୍ଷ ସୁରେନ୍ଦ୍ର ନାୟକ ପ୍ରମୁଖଙ୍କୁ ଗୋପ ବ୍ଲକ ପ୍ରାଥମିକ ଶିକ୍ଷକ ସମନ୍ଵୟ ସମତି ପକ୍ଷରୁ ସମ୍ଵର୍ଦ୍ଧିତ କରାଯାଇଥିଲା । ସେହିପରି ନୂତନ ପେନସନଭୂକ୍ତ ଶିକ୍ଷକ ନିରଜଂନ ସାହୁ, ଚିତରଂଜନ ମହାପାତ୍ର,
ଜୟନ୍ତ ପ୍ରଧାନ, ନିରୁପମା ଵିଶ୍ବାଳ,ସତ୍ୟଭାମା ରାଉତ, ରଂଜିତା ସ୍ବାଇଁଙ୍କୁ ମଧ୍ୟ ସମିତି ପକ୍ଷରୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ଵର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଗୋପ ଵ୍ଲକ ଶିକ୍ଷକ ସମନ୍ନୟ ସମିତିର ଯୁଗ୍ମ ସଂପାଦକ ଜଟାଧାରୀ ଵେହେରା, ସିଆର ସିସି ସୁଚରିତା ପାତ୍ର, ରଵିନ୍ଦ୍ର ନାଥ ବାହିନୀପତି, ସଦାଶିବ ଵେହେରା, ଅଜୟ କୁମାର ରଥ, ଦୁଃଶାସନ ଦଳାଇ,ଜଳନ୍ଧର ଵେହେରା, ଵିକ୍ରମ ରାଉତ ପ୍ରମୁଖ ପରିଚାଳନା କରିଥିଲେ ।
No Result
View All Result