No Result
View All Result
୧୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ନରେନ୍ଦ୍ରକୋଣ ବୃନ୍ଦାବତୀ ନିବାସ ଠାରେ ରାଜ୍ୟ ପ୍ରାଥମିକ ଶିକ୍ଷକ ମିଳିତ ମଞ୍ଚର ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ଏଥିରେ 30 ଜିଲାରୁ ୫00 ରୁ ଉର୍ଦ୍ଧ ଶିକ୍ଷକ ଯୋଗଦାନ କରିଥିଲେ |ଏହି କାର୍ଯ୍ୟକାରିଣୀ ବୈଠକ ଦିନ ୧0ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଚାଲିଥିଲା |ଏଥିରେ ବିଶିଷ୍ଟ ଶିକ୍ଷାବିତ, ବରିଷ୍ଠ ଶିକ୍ଷକ ପ୍ରଶାନ୍ତ ବରାଳ, ସୁନୀଲ ବେହେରା, ମଳୟ ଜେନା, ସୁନୀଲ ପ୍ରଧାନ, ଜ୍ୟୋତିରଞ୍ଜନ ଦାଶ, ଯୁଧିଷ୍ଠିର ସାହୁ, ଜିତ ରଞ୍ଜନ ମହାପାତ୍ର ଏବଂ ଭଗବାନ ଭୂୟାଁ ସଭାପରିଚାଳନା କରିଥିଲେ ଏହା ସହିତ ରାଜ୍ୟର ସବୁ ଜିଲା ର ନେତୃମଣ୍ଡଳୀ ମାନେ ସେମାନଙ୍କର ମତ ପ୍ରକାଶ କରିଥିଲେ
ଯେ ଏବେ ଶିକ୍ଷକ ଙ୍କ ଦାବୀ ପାଇଁ ଓଡିଶା ରେ ଏକ ନୂତନ ସଂଘ ଗମେଣ୍ଟ ଏଲିମେଂଟାରୀ ଟିଚର ଆସୋସିଏସନ ଲେବୁଲ.ଭି.ଏ ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ.ଏହି ପ୍ରସ୍ତାବକୁ ସମ୍ପୂର୍ଣ ଗୃହ ସମର୍ଥନ କରିଥିଲା | ଏହାପରେ ଠିକ ଦିନ 2ଟା ପରବର୍ତ୍ତୀ ସମୟରେ ନୂତନ ସଂଘ ସୃଷ୍ଟି କରାଯାଇଥିଲା |ଏଥିରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ରାଜ୍ୟ ଶିକ୍ଷକ ନେତୃମଣ୍ଡଳୀ ଚୟନ କରାଯାଇଥିଲା | ସଭାପତି ଭାବରେ କହ୍ନେଇ ଚରଣ ଠାକୁର, ସମ୍ପାଦକ ଭାବେ ସୁମନ୍ତ କୁମାର ପାଲ, ମହାସଚିବ ଭାବେ ବିବେକାନନ୍ଦ ବେହେରା, ସଂଗଠନ ସମ୍ପାଦକ ଭାବେ ରୁପମା ଗୁରୁ ଏବଂ ଏହିଭଳି 35 ଜଣିଆ କମିଟି ଗଠନ କରାଯାଇଥିଲା | ଖୁବ ଶୀଘ୍ର ରାଜ୍ୟ ସରକାରଙ୍କ ସହ ଶିକ୍ଷକଙ୍କ ମୂଳ ଦାବୀ 4200 ଗ୍ରେଡ଼ ପେ ପାଇଁ ଦାବୀ ହୋଇଥିଲା |
No Result
View All Result