No Result
View All Result
୧୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପ୍ରଥମ ବିଶ୍ବସ୍ତରୀୟ ସାଧୁସନ୍ଥ ସମ୍ମିଳନୀ ପୁରୀର ବୃନ୍ଦାବତୀ ନିବାସ ଠାରେ ଅନୁଷ୍ଠିତ ହେବ । ଏ ସମ୍ପର୍କରେ ବିଶ୍ବ ସନାତନ ଧର୍ମ ସେବା ଟ୍ରଷ୍ଟ ପକ୍ଷରୁ ଏହାର ଅଧ୍ୟକ୍ଷ ପଣ୍ଡିତ କାଶୀନାଥ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେପ୍ଟେମ୍ବର ୧୫ ରୁ ୧୭ ତିନି ଦିନ ଧରି ଏହି ସମ୍ମିଳନୀ ଅନୁଷ୍ଠିତ ହେବ । ସନାତନ ଧର୍ମକୁ ଘରେ ଘରେ ପହଞ୍ଚାଇବା ସହ ଭାଗବତ ପଢିବା ପାଇଁ ପ୍ରଚାର କରାଯିବ ।

ଏହି ସମ୍ମିଳନୀରେ ୧୫ ଶହ ସାଧୁସନ୍ଥ ଯୋଗଦେବେ । ସନାତନ ଧର୍ମର ବାର୍ତ୍ତା ଉତ୍କଳରୁ ଉତ୍ପତ୍ତି ହୋଇ ବିଶ୍ବକୁ ବ୍ଯାପିବ । ଭାରତର ୩୦ଟି ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳକୁ ସାଧୁସନ୍ଥ ମାନେ ଏଥିରେ ଯୋଗଦେବେ । ବୈଷ୍ଣବ, ଶାକ୍ତ, ରାମାନନ୍ଦ କବିର ଓ ଅନ୍ଯ ସମ୍ପ୍ରଦାୟର ସାଧୁସନ୍ଥ ମାନେ ଯୋଗ ଦେଇ ସନାତନ ଧର୍ମ ପ୍ରଚାର ପାଇଁ ମତବ୍ୟକ୍ତ କରିବେ ।
No Result
View All Result