No Result
View All Result
୧୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ବ୍ରହ୍ମପୁର-ଟାଟାନଗର ଭାୟା କେନ୍ଦୁଝର ବନ୍ଦେ ଭାରତ ଏକ୍ସପ୍ରେସ ସହିତ ଛଅ ଗୋଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଭାରମ୍ଭ ହୋଇଯାଇଛି। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଛଅ ଗୋଟି ବନ୍ଦେ ଭାରତ ଏକ୍ସପ୍ରେସକୁ ଝାଡଖଣ୍ଡରୁ ସବୁଜ ପତାକା ଦେଖାଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଭାରମ୍ଭ କରିବା ସହିତ ବିଭିନ୍ନ ରେଳ ଭିତ୍ତିଭୂମି ସମ୍ବନ୍ଧୀୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କରିଛନ୍ତି।
ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଶ୍ରୀ ରଘୁବର ଦାସ ରାଉରକେଲା ଠାରେ ଏହି ଉତ୍ସବରେ ଅଂଶଗ୍ରହଣ କରିଥିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବ୍ରହ୍ମପୁରରେ ଏହି ଅବସରରେ ଯୋଗଦାନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବନ୍ଦେ ଭାରତ ଏକ୍ସପ୍ରେସରେ ବ୍ରହ୍ମପୁର ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଯାତ୍ରା କରିଥିଲେ ଏବଂ ଛାତ୍ର,ଛାତ୍ରୀ ଓ ଯାତ୍ରୀମାନଙ୍କ ସହିତ ମତ ବିନିମୟ କରି ସେମାନଙ୍କର ମତାମତ ନେଇଥିଲେ।
ଆସନ୍ତାକାଲି ଓଡିଶା ମଧ୍ୟଦେଇ ରାୟପୁର-ବିଶାଖାପାଟନମ୍ ବନ୍ଦେ ଭାରତ ଏକ୍ସପ୍ରେସ ଭାୟା ଟିଟିଲାଗଡ଼ ଓ ରାୟଗଡାର ଶୁଭାରମ୍ଭ କରାଯିବ। ଆଜି ଶୁଭାରମ୍ଭ ହୋଇଥିବା ବନ୍ଦେ ଭାରତ ଏକ୍ସପ୍ରେସ ଗୁଡିକ ହେଉଛି, ବ୍ରହ୍ମପୁର-ଟାଟା, ରାଉରକେଲା-ହାଓଡ଼ା, ଟାଟା-ପାଟନା, ଦେଓଘର-ବାରଣାସୀ, ଗୟା-ହାଓଡ଼ା ଏବଂ ଭାଗଲପୁର-ହାଓଡ଼ା ବନ୍ଦେ ଭାରତ। ମାନ୍ୟବର ମନ୍ତ୍ରୀ,ସାଂସଦ, ବିଧାୟକଏବଂ ବିଶିଷ୍ଟ ବ୍ୟକ୍ତିମାନେ ବାଲୁଗାଁ, ଖୋର୍ଦ୍ଧାରୋଡ୍, ଭୁବନେଶ୍ୱର, କଟକ, ଯଖପୁରା, ହରିଚନ୍ଦନପୁର, କେନ୍ଦୁଝରଗଡ, ବାଂଶପାଣି ଏବଂ ଚାଇବାସା ଠାରେ ବନ୍ଦେ ଭାରତ ଏକ୍ସପ୍ରେସକୁ ସ୍ୱାଗତ ସମ୍ବର୍ଧନା କରିଛନ୍ତି।
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଝାଡଖଣ୍ଡରୁ ଭିଡିଓ ନଫରେନ୍ସିଂ ମାଧ୍ୟମରେ ଛଅ ଗୋଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ବିଭିନ୍ନ ରେଳ ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସହିତ ଉଦ୍ଘାଟନ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ରେଳ ସଂଯୋଗ ଏବଂ ଯାତ୍ରା ସୁବିଧା ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଥିବା ଅନେକ ପ୍ରମୁଖ ରେଳ ଭିତ୍ତିଭୂମି ପ୍ରକଳ୍ପଗୁଡିକ ମଧ୍ୟ ଉତ୍ସର୍ଗୀକୃତ କରାଯାଇଥିଲା।
ଶୁଭାରମ୍ଭ ହୋଇଥିବା ବନ୍ଦେ ଭାରତ ଟ୍ରେନ୍ ଗୁଡିକ ହେଉଛି ବ୍ରହ୍ମପୁର-ଟାଟା, ରାଉରକେଲା-ହାଓଡ଼ା, ଟାଟା-ପାଟନା, ଦେଓଘର-ବାରଣାସୀ, ଗୟା-ହାଓଡ଼ା ଏବଂ ଭାଗଲପୁର-ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସ।
ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ପ୍ରଚଳନ ଭାରତର ରେଳ ନେଟୱର୍କକୁ ବିଶ୍ୱ ସ୍ତରୀୟ ନେଟୱର୍କରେ ପରିଣତ କରିବାର ସରକାରଙ୍କ ବ୍ୟାପକ ଦୃଷ୍ଟିକୋଣର ପ୍ରମାଣ ଅଟେ।ଆଧୁନିକ ସୁବିଧାଗୁଡ଼ିକ ସହିତ ସଜ୍ଜିତ ଏବଂ ଆରାମ ପାଇଁ ଡିଜାଇନ୍ ହୋଇଥିବା ଏହି ସେମି-ହାଇ ସ୍ପିଡ୍ ଟ୍ରେନ୍ ଗୁଡିକ ଯାତ୍ରା ସମୟ ହ୍ରାସ କରିବ ଏବଂ ଏକ ଉନ୍ନତ ଭ୍ରମଣ ଅଭିଜ୍ଞତା ପ୍ରଦାନ କରିବ ବୋଲି ଆଶା କରାଯାଉଛି।ପାଟନା, ଦେଓଗର, ବ୍ରହ୍ମପୁର, ଧIନବାଦ୍,
ଏବଂ ରାଉରକେଲା ଭଳି ସହରଗୁଡ଼ିକୁ ପ୍ରମୁଖ ବାଣିଜ୍ୟିକ ଏବଂ ଶିଳ୍ପ କେନ୍ଦ୍ର ସହିତ ସଂଯୋଗ କରି ଏହି ନୂତନ ମାର୍ଗ ଗୁଡ଼ିକ କେବଳ ଯାତ୍ରୀଙ୍କ ସଂଯୋଗକୁ ସୁଦୃଢ଼ କରିବ ନାହିଁ ବରଂ ଏହି ଅଞ୍ଚଳରେ ଅର୍ଥନୈତିକ କାର୍ଯ୍ୟ କଳାପକୁ ମଧ୍ୟ ପ୍ରୋତ୍ସାହିତ କରିବ। ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଶ୍ରୀ ରଘୁବର ଦାସ ରାଉରକେଲା ରେଳ ଷ୍ଟେସନରେ ଏହି ଉତ୍ସବରେ ଅଂଶଗ୍ରହଣ କରିଥିଲେ ଯେଉଁଠାରେ ରାଉରକେଲା-ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସକୁ ଶୁଭାରମ୍ଭ କରାଯାଇଥିଲା।
ସେହିଭଳି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବ୍ରହ୍ମପୁର ରେଳ ଷ୍ଟେସନରେ ଏହି ଉତ୍ସବରେ ଯୋଗ ଦେଇଥିଲେ। ଏହି ଅବସରରେ ସେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଓଡିଶାରେ ଅଧିକ ବନ୍ଦେ ଭାରତ ଏକ୍ସପ୍ରେସ ପ୍ରଚଳନ କରାଇଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ। ଏବଂ ବ୍ରହ୍ମପୁରରୁ ଭୁବନେଶ୍ୱର ପର୍ଯ୍ୟନ୍ତ ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରା କରିଥିଲେ। ମାନ୍ୟବର ମନ୍ତ୍ରୀ,ଶ୍ରୀ ବିଭୁତି ଭୂଷଣ ଜେନା ଏବଂ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ,
ମାନ୍ୟବର ସାଂସଦ ଶ୍ରୀ ପ୍ରଦୀପ ପାଣିଗ୍ରାହୀ ଏବଂ ଶ୍ରୀମତୀ ଅନିତା ଶୁଭ ଦର୍ଶିନୀ, ମାନ୍ୟବର ବିଧାୟକ ଶ୍ରୀ ସିଦ୍ଧIନ୍ତ ମହାପାତ୍ର ଏବଂ ଶ୍ରୀ କେ.ଅନୀଲ କୁମାର,ମାନ୍ୟବର ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମାନ୍ୟବର ସାଂସଦ ଡଃ ସମ୍ବିତ ପାତ୍ର, ବାଲୁଗାଁ ରେଳ ଷ୍ଟେସନରେ ଏହି ଅବସରରେ ଅଂଶଗ୍ରହଣ କରିଥିଲେ। ଖୋର୍ଦ୍ଧାରୋଡଠାରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏବଂ ବିଧାୟକ ଶ୍ରୀ ବିଭୂତି ଭୂଷଣ ବଳବନ୍ତରାୟ ଉପସ୍ଥିତ ଥିଲେ।
ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଉପସ୍ଥିତ ଥିବାବେଳେ କଟକ ରେଳ ଷ୍ଟେସନରେ ମାନ୍ୟବର ବିଧାୟିକା ସୋଫିଆ ଫିରଦୋଷ ଉପସ୍ଥିତ ଥିଲେ। ଯଖପୁରା ରେଳ ଷ୍ଟେସନରେ ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ, ମାନ୍ୟବର ସାଂସଦ ଡଃ ରବୀନ୍ଦ୍ର ନାରାୟଣ ବେହେରା ଉପସ୍ଥିତ ଥିଲେ। ହରିଚନ୍ଦନପୁର ଷ୍ଟେସନ ଠାରେ ମାନ୍ୟବର ବିଧାୟକ ଡଃ ଫକିର ମୋହନ ନାୟକ ଉପସ୍ଥିତ ଥିବାବେଳେ ମାନ୍ୟବର ସାଂସଦ ଶ୍ରୀ ଅନନ୍ତ ନାୟକ କେନ୍ଦୁଝରଗଡ ରେଳ ଷ୍ଟେସନରେ ଉପସ୍ଥିତ ରହି ଟାଟାନଗର ଅଭିମୁଖେ ପ୍ରାରମ୍ଭିକ ଯାତ୍ରା କରୁଥିବା ବନ୍ଦେ ଭାରତ ଏକ୍ସପ୍ରେସକୁ ସ୍ୱାଗତ କରିଥିଲେ।
ବ୍ରହ୍ମପୁରରୁ ଉଦଘାଟନୀ ଉତ୍ସବରେ ବ୍ରହ୍ମପୁର-ଟାଟା ବନ୍ଦେ ଭାରତ ଏକ୍ସପ୍ରେସ ପୂର୍ବାହ୍ନ ୧୧ ଘଟିକାରେ ଛାଡିଥିଲା ବେଳେ ଟ୍ରେନର ନିୟମିତ ସେବା ଟାଟା ନଗରରୁ ୧୮ ସେପ୍ଟେମ୍ବର ୨୦୨୪ ଠାରୁ ଏବଂ ବ୍ରହ୍ମପୁରରୁ ୧୯ ସେପ୍ଟେମ୍ବର ୨୦୨୪ ରୁ ଆରମ୍ଭ ହେବ। ନିୟମିତ ଚଳାଚଳ ସମୟରେ ଏହି ଟ୍ରେନ୍ ବ୍ରହ୍ମପୁରରୁ ସକାଳ ୫ଘ.୧୫ମିରେ ଛାଡି ଟାଟାକୁ ଯାତ୍ରା କରିବାକୁ ଥିବାବେଳେ ଫେରିବା ମାର୍ଗରେ ଏହି ଟ୍ରେନ୍ ଟାଟାରୁ ଅପରାହ୍ନ ୨ଘ.୫୦ମିରେ ଛାଡି ବ୍ରହ୍ମପୁର ଅଭିମୁଖେ ଯାତ୍ରା କରିବ।
ପ୍ରଧାନମନ୍ତ୍ରୀ ମଧ୍ୟ ସେପ୍ଟେମ୍ବର ୧୬ ରେ ଅହମ୍ମଦାବାଦରୁ ରେଳ ଆଧୁନିକୀ କରଣ ପ୍ରକଳ୍ପ ଗୁଡିକର ଶୁଭାରମ୍ଭ ଓ ଲୋକାର୍ପଣ କରିବେ।ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଟିଟିଲାଗଡ ଏବଂ ରାୟଗଡା ମାର୍ଗ ଦେଇ ବିଶାଖାପାଟନମ୍-ରାୟପୁର-ବିଶାଖାପାଟନମ୍ ବନ୍ଦେ ଭାରତ ଏକ୍ସପ୍ରେସ ସମେତ ସାରା ଦେଶରେ ଅତିରିକ୍ତ ବନ୍ଦେ ଭାରତ ଟ୍ରେନ୍ ଗୁଡିକର ଶୁଭାରମ୍ଭ କରିବେ ଏବଂ ଭୁଜ ଏବଂ ଅହମ୍ମଦାବାଦ ମଧ୍ୟରେ ବନ୍ଦେ ମେଟ୍ରୋ କୁ ଲୋକାର୍ପଣ କରିବେ। ଗୁଜୁରାଟର ଲୋକଙ୍କ ପାଇଁ ଦ୍ରୁତ ଏବଂ ଅଧିକ ସୁବିଧାଜନକ ଯାତ୍ରା ଯୋଗାଇ ମେଟ୍ରୋ ଷ୍ଟାଇଲ୍ ସ୍ୱଳ୍ପ ଦୂରତା ଯାତ୍ରା ପ୍ରଦାନ କରିବାକୁ ଏହି ସେବା ଲକ୍ଷ୍ୟ ରଖିଛି ।
No Result
View All Result