ଓଡିଶା ତାଜା ନ୍ୟୁଜ୍ (୧୫ ଅଗଷ୍ଟ ଶନିବାର ) ଢେଙ୍କାନାଳ :- ପ୍ରଥମ କରି କରୋନା ଅନଲକ୍ ଭିତରେ ପଡ଼ିଛି ପବିତ୍ର ଅଗଷ୍ଟ ପନ୍ଦର ଦିବସ ତଥା ଆମର ସ୍ଵାଧୀନତା ଦିବସ । ଆଜି ସାରା ଦେଶ ଅନଲକ୍ କଟକଣା କୁ ମାନି ପାଳନ କରୁଛି ୭୪ ତମ ସ୍ୱାଧୀନତା ଦିବସ । ପଲ୍ଲୀ ଠୁ ଦିଲ୍ଲୀ ଯାଏଁ ଉଡିଯାଇଛି ଜାତୀୟ ତ୍ରିରଙ୍ଗା । ଜାତୀୟ ସଂଗୀତର ତାଳେ ତାଳେ ଦିଆଯାଇଛି ଭାରତ ମା ସଲାମ । ଏହି ଶୁଭ ଅବସରରେ ଢେଙ୍କାନାଳ ଜିଲ୍ଲା ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ୭୪ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ।
ଏଥିରେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ବର୍ତ୍ତମାନର କରୋନା ମହାମାରୀ ସମୟରେ ନିଜକୁ ସଚେତନତା ଉପରେ ଗୁରୁତ୍ୱ ରଖି ସୁସ୍ଥ ପରିବେଶ ର ମତ ବ୍ୟକ୍ତ ରଖିଥିଲେ । ଏବଂ ପରିଶେଷରେ ନିଜର ଜୀବନ କୁ ପାଣି ଛଡେଇ ୨୪ ଘଣ୍ଟିଆ ଆମରି କାର୍ଯ୍ୟରେ ନିୟୋଜିତ ଥିବା ୨୪ଜଣ କରୋନା ଯୋଦ୍ଧାଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା । ଏଥିରେ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଅନୁପମ୍ ଜେମସ୍ ଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ସାମାଜିକ ଦୂରତା ବଜାୟ ରଖି ଉତ୍ସବ ପାଳନ କରିଥିଲେ।
( ରିପୋର୍ଟ – ଅମର ରଞ୍ଜନ ଦାସ )