No Result
View All Result
୧୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋରାପୁଟ :-> କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ୍ ଅନ୍ତର୍ଗତ ମୁର୍ତ୍ତାହାଣ୍ଡି ଗ୍ରାମ ପଞ୍ଚାୟତ ର ୧୪ ରୁ ଉର୍ଦ୍ଧ୍ୱ ୱାର୍ଡ ସଭ୍ୟ ଓ ସଭ୍ୟା ସରପଞ୍ଚ ସହଦେ ପୂଜାରୀଙ୍କ ବିରୋଧରେ ଅନାସ୍ତା ପ୍ରସ୍ତାବ ସହ ସରପଞ୍ଚ ପଦକୁ ରଦ୍ଧ କରିବାପାଇଁ ଦାବି କରିଛନ୍ତି । ସୂଚନା ଅନୁଯାୟୀ ସରପଞ୍ଚ ବାବୁ ବିଭିନ୍ନ ପ୍ରକାରର ଅନୈତିକ ଓ ଦୁର୍ନୀତି କାର୍ଯ୍ୟରେ ସଂମ୍ପୃକ୍ତ ଥିବା ପରିଲକ୍ଷିତ ହୋଇଅଛି । ଯଥା ପ୍ରଧାନମନ୍ତ୍ରୀ ଅ ।ବାସ ଗୃହ ର୍ନିମାଣ ବାବଦକୁ ହିତାଧିକାରୀଙ୍କ ଲକ୍ଷ ଲକ୍ଷ ଟଙ୍କା, ମଧୁବାବୁ ଓ ଜାତୀୟ ହିତାଧିକାରୀ ମାନଙ୍କ ଭତ୍ତା ଅର୍ଥ ହେର ଫେର୍, ହରିଶ୍ଚନ୍ଦ୍ର ଯୋଜନା ଅର୍ଥ କୁ ମୃତ ବ୍ୟକ୍ତିଙ୍କ ପରିବାରଙ୍କୁ ନଦେଇ ନିଜେ ଅ ।ତ୍ମସାତ କରିବା କେନ୍ଦ୍ର ଅର୍ଥ କମିଶନ ଓ ରାଜ୍ୟ ଅର୍ଥ କମିଶନ ପାଣ୍ଠିକୁ ଦୁରୁପଯୋଗ କରିବା, ପଞ୍ଚାୟତ ର ମାସିକ ବୈଠକ, ଗ୍ରାମ ସେବାରେ ଅନୁପସ୍ଥିତ ରହିବା, ଏଭଳି ସରପଞ୍ଚଙ୍କ ନାମରେ ଅନେକ ତୃଟି ଦର୍ଶାଯାଇଛି ।
ଏପରିକି ନାରୀ କୁ ର୍ନିଯାତନା ଦେବା ଏବଂ ଦୁଷ୍କର୍ମ କରିଥିବା ଅଭିଯୋଗରେ ସରପଞ୍ଚ ବାବୁ ବର୍ତ୍ତମାନ ଜୟପୁର ଜେଲ୍ ରେ କାରାଦଣ୍ଡ ଭୋଗୁଛନ୍ତି । ଏପରି ସ୍ଥିତିରେ ମୁର୍ତ୍ତାହାଣ୍ଡି ଗ୍ରାମ ପଞ୍ଚାୟତ ବାସୀ ବିଭିନ୍ନ ପ୍ରକାର କାର୍ଯ୍ୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି କାରଣରୁ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ ଓ ସଭ୍ୟା ମାନଙ୍କ ଉପସ୍ଥିତିରେ ଜୟପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଉପ ଜିଲ୍ଲାପାଳ ଶ୍ରୀମତୀ ଅ ।କାଭାରାମ ସାସୀୟା ରେଡ୍ଡୀ ଙ୍କୁ ଭେଟି ଅନାସ୍ଥା ପ୍ରସ୍ତାବ ସହ ଦାବି ପତ୍ର ପ୍ରଦାନ କରିଛନ୍ତି ।
ଏହା ପୁର୍ବରୁ ଗତ ୨୦୨୪ ଫେବୃଅ ।ରୀ ୮ ତାରିଖରେ କୋଟପାଡ ଠାରେ କୋରାପୁଟ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ପଂଚାୟତବାସୀ ସରପଞ୍ଚଙ୍କ ବିରୋଧରେ ଅଭିଯୋଗ କରିଥିଲେ । ପରେ ଜୟପୁର ପୂର୍ବତନ ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା ଙ୍କୁ ମଧ୍ୟ ଗତ ଅଗଷ୍ଟ ମାସ ୨୦ ତାରିଖ ଦିନ ଅନାସ୍ଥା ପ୍ରସ୍ତାବ କୁ ନେଇ ଦାବି ପତ୍ର ଦେଇଥିଲେ,କିନ୍ତୁ ଏହାର କୌଣସି ସୁଫଳ ମିଳିନଥିଲା । ତେଣୁ ଅ ।ଜି ମୂର୍ତ୍ତାହାଣ୍ଡି ର ୧୪ ଜଣ ୱାଡ ସଭ୍ୟ ଓ ସଭ୍ୟା ଏବଂ ଜୋନ ନଂ ୧ କୋଟପାଡ଼ ଜିଲ୍ଲା ପରିଷଦ ସଭ୍ୟ ତ୍ରିପତୀ ଚଲାନ, ମୁର୍ତ୍ତାହାଣ୍ଡି ସମିତି ସଭ୍ୟ ଗୁରୁନାଥ ହରିଜନ, ନାଏବ ସରପଞ୍ଚ ସରିତା ସଗରିଅ । ପ୍ରମୁଖଙ୍କ ସହ ପୁଣି ଥରେ ଅନାସ୍ଥା ପ୍ରସ୍ତାବ ଅ ।ଣିଛନ୍ତି ଓ ସରପଞ୍ଚ ପଦ ରଦ୍ଧ କରିବା ସହ ପୁଣି ସରପଞ୍ଚ ପଦବୀ ନିମନ୍ତେ ର୍ନିବାଚନ କରିବା ନିମନ୍ତେ ଦାବୀପତ୍ର ପ୍ରଦାନ କରିଛନ୍ତି ।
No Result
View All Result