No Result
View All Result
୧୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋରାପୁଟ :-> ଆଗେ ଦୋକାନ ପିଛେ ମକାନ ପ୍ରସଙ୍ଗ ଘଟଣାର ଜବରଦଖଲ ଜମି ଅଧିଗ୍ରହଣ ମୁନିସପାଲଟି ର ଦୃର୍ନୀତି ମୁଖା ଖୋଲିବାର ବାଟ ଦେଖାଇବାରେ ଲାଗିଛି । ପ୍ରଶାସନିକ ଅରାଜକତା ଓ କର୍ମଚାରୀଙ୍କ ଚତୁରତାକୁ ନେଇ ଦୃର୍ନୀତିର ସିମା ଉଲଂଘନ କରିବାକୁ ବସିଛି ସୁନାବେଡା ମୁନିସପାଲଟି । ଦୋକାନି ମଧ୍ୟରେ ମୁହାଁମୁହିଁ ହୋଇ ଅଭିଯୋଗ ପଦାରେ ପଡିଛି ଜମି ଜବରଦଖଲ ଦୃଶ୍ୟ । କୋରାପୁଟ ଜିଲ୍ଲା ସୁନାବେଡା ମୁନିସପାଲଟିରେ କିଛି ଦୋକାନୀମାନଙ୍କ ଜମି ଜବରଦଖଲ କରି ନିଜ ଅତିଆରକୁ ନେଇଥିବା ତାହା ଅଭିଯୋଗକୁ ନେଇ ପଦାରେ ପଡିଛି । କଥା ବର୍ତମାନ ନୁହଁ ବହୁ ବର୍ଷ ହେଲା ମୁନିସପାଲଟିରେ ବିଭିନ୍ନ ସ୍ଥାନରେ ଦୋକାନ ଦିଆଯାଇଛି । ସେଠାରେ ଦୋକାନ ଗୃହ ଖୋଲି ବ୍ୟବସାୟ କରିବା ସହ ପାର୍ଶ୍ୱ କିମ୍ବାପଛରେ ଥିବା ସରକାରୀଜମିକୁ ଜବରଦଖଲ କରି ସେଠାରେ ଆବସିକ କୋଠା ନିର୍ମାଣ କରି ରହୁଛନ୍ତି ।
ଆଗରେ ଦୋକାନ ପଛରେ ନିଜର ଆବସିକ ବିଳାସପୂର୍ଣ୍ଣ କୋଠା । ଏହି ଜବରଦଖଲ ରେ ମୁନିସପାଲଟିର କିଛି କର୍ମଚାରି ନିଜପକେଟ ଗରମକୁ ନେଇ ଦୋକାନୀମାନଙ୍କ ଠାରୁ ମୋଟା ଅର୍ଥ ଆଣି ଏହି ବ୍ୟବସାୟ କରିଛନ୍ତି । ରାସ୍ତା ପାଶ୍ୱର୍ରେ ଥିବା ଆଗରେ ମୁନିସପାଲଟିର ଦୋକାନ ପଛରେ ଆବାସିକ ଗୃହ ନିର୍ମାଣ ହେବା କଥା ମୁନିସପାଲଟି ଅଧିକାରୀଙ୍କୁ ସଂପୂର୍ଣ୍ଣ ଭାବରେ ଅବଗତଥିଲେ ମଧ୍ୟ ଅଜଣା ଅଭୀନୟକରିବାରେ ଲାଗିଛନ୍ତି । ଖାଲି ପଡିଥିବା ଜମିରେ ମୁନିସପାଲଟି ପ୍ରଶାସନର ବିକାଶର ଚିନ୍ତା ପ୍ରକଳ୍ପ ନଥିବା ନେଇ ଏହାର ବେଶ ଫାଇଦା ନେଉଛନ୍ତି ଅନ୍ୟମାନେ । ଜବରଦଖଲରେ ସବୁ ବେଳେ ଚର୍ଚ୍ଚାରେ ରହି ଆସୁଛନ୍ତି ଦୋକାନି । କାହାର ଦୋକାନ ଆଗକୁ ବଢାଇବା ପ୍ରସଙ୍ଗତ, କାହାର ଦୋକାନ ପଛପଟର କାନ୍ଥଭାଙ୍ଗି ବଢାଇବା, କାହାର ଥିବା ଡ୍ରେନ ଉପରେ ଦୋକାନ ଗୃହକୁ ବଢାଇବା ପରି ସମସ୍ୟା ମୁନିସପାଲଟିରେ କିଛିନୂଆଁ ନୁହଁ ।
ଦାୟିତ୍ୱରେ ଥିବା କର୍ମଚାରି ସବୁ ଜାଣିଛନ୍ତି କିନ୍ତୁ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । ଏଥିରେ ମଧ୍ୟ ସଂପୃକ୍ତ ଥିବା ଅଧିକାରିମାନଙ୍କ ଦୃର୍ନିତି ରହିଥିବା ଜଣାପଡିଛି । ଏଥିରୁ ଅନୁମାନ କରିବାକୁ ହେବ ଯେ,କୌଣସି ଅଧିକାରି ନିଜର ଫାଇଦା ଛାଡି କେବେ ବି ବିକାଶର ଚିନ୍ତା କରୁ ନାହାଁନ୍ତି । କେବଳ ଫାଇଲ ଦେଖାଇ ମୋଟା ଅର୍ଥ ଲାଳସା ରହିଆସୁଛନ୍ତି । କିଛି ଦୃର୍ନୀତି ଖୋର କର୍ମଚାରୀ ମାନଙ୍କ ପାଇଁ ଆଜିର ଜିଲ୍ଲା ସବୁଠାରୁ ବିକାଶରେ ଆଗୁଆ ଥିବା ମୁନିସପାଲଟି ବର୍ତମାନ ମାଳମାଳ ଦୃର୍ନିତିରେ ଲିପ୍ତ ରହିଛି । ସୂଚନା ଅନୁଯାୟି ଖବରରୁ ପ୍ରକାଶ ଯେ, ନଜର ଦୃର୍ନିତି ବିଭାଗର ରହିଥିବା ବେଳେ ଏହାର ଯାଂଚ କରିବା ନେଇ ଆକଳନ ଚାଲିଥିବା ଜଣା ଯାଇଛି । ଏହି ବିଷୟକୁ ନେଇ ନିର୍ବାହି ଅଧିକାରି ନାରାୟଣ ନାୟକଙ୍କୁ ପଚାରିବାରେ ସେ ଫୋନ କଲଟି ଉଠାଇ ନଥିଲେ ତେଣୁ ସ୍ପଷ୍ଟିକରଣ ଜାଣି ହୋଇ ନଥିଲା ।
No Result
View All Result