No Result
View All Result
୧୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାମେଶ୍ୱର :-> ରାମେଶ୍ୱର ଗ୍ରାମପଞ୍ଚାୟତ ର ପୂର୍ବତନ ସରପଞ୍ଚ ତଥା ସମାଜସେବୀ ପ୍ରମୋଦ ତ୍ରିପାଠୀଙ୍କର ଅକାଳ ମୃତ୍ୟୁ । ସୂଚନାରୁ ଜଣାପଡିଛି ଗତକାଲି ରାତିରେ ସ୍ୱର୍ଗତ ପ୍ରମୋଦ ତ୍ରିପାଠୀ ଘରେ ଖାଇ ଶୋଇଥିଲେ ମଧ୍ୟରାତ୍ରରେ ପରିଶ୍ରା ଯିବାବେଳେ ତାଙ୍କ ର ଦେହ ଅସୁସ୍ଥ ହୋଇପଡିଥିଲା । ତାଙ୍କୁ ସଗେଂ ସଗେଂ ଭୂବନେଶ୍ୱର ର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା l ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।
ସ୍ୱର୍ଗତ ତ୍ରିପାଠୀ ରାମେଶ୍ୱର ଗ୍ରାମପଞ୍ଚାୟତ ର ୧୫ବର୍ଷ ସରପଞ୍ଚ ଓ ଥରେ ସମିତିସଭ୍ୟ ଭାବରେ ନିର୍ବାଚିତ ହୋଇଥିଲେ । ସେ ଅନେକ ସମାଜସେବା କରି ଲୋକଙ୍କ ପ୍ରିୟଭାଜନ ହୋଇପାରିଥିଲେ । ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମପଞ୍ଚାୟତ ରେ ସେ ଅନେକ ନ୍ୟାୟ ନିଶାବରେ ଯୋଗଦେଇ ଲୋକ ମାନଙ୍କ ସେବାରେ ନିଜକୁ ସମର୍ପି ଦେଇଥିଲେ ।
No Result
View All Result